ସାମୂହିକ ବ୍ରତୋପନୟନ କାର୍ଯ୍ୟକ୍ରମ ଅନୁଷ୍ଠିତ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : -ହିଞ୍ଜିଳିକାଟୁ ମହର୍ଷି ଵେଦଵ୍ୟାସ ସାଂସ୍କୃତିକ ବିଦ୍ୟା ପରିଷଦ ୱାଲଫେର ଟ୍ରଷ୍ଟ ତରଫରୁ ବୁଧବାର ହିଞ୍ଜିଳିକାଟୁ ବ୍ଲକ ଶ୍ୟାମଳାଇ ମନ୍ଦିର ପରିସରରେ ଗରିବ ବ୍ରାହ୍ମଣ ପରିବାରର ପିଲାଙ୍କୁ ନେଇ ସାମୂହିକ ବ୍ରତୋପନୟନ ସଂସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ଟ୍ରଷ୍ଟର ସମସ୍ତ ପୁରୋହିତ, ବ୍ରାହ୍ମଣ ସମାଜର ବରିଷ୍ଠ ନାଗରିକ ଯୋଗ ଦେଇଥିଲେ ।ମହର୍ଷି ଵେଦଵ୍ୟାସ ସାଂସ୍କ୍ରୁତିକ ବିଦ୍ୟା ପରିଷଦର ସଭାପତି ସଙ୍କର୍ଷଣ ପାଠୀଙ୍କ ତତ୍ବାଵଧାନରେ ସାମୁହିକ ବ୍ରତୋପନୟନ କାର୍ଯ୍ୟକ୍ରମ ରେ ୧୨ ଜଣ ବ୍ରାହ୍ମଣ ଗରିବ ପରିବାରର ପିଲା ବ୍ରତପୋଞୟନ କାର୍ଯ୍ୟକ୍ରମରେ ସଂସ୍କାର ହୋଇ ପଇତା ଧାରଣ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାଵେ ହିଞ୍ଜିଳିକାଟୁ ପୌରାଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇ ଓ ସମ୍ମାନିତ ଅତିଥି ଭାବେ ପୂର୍ବତନ ଉପ ନଗରପାଳ ପବିତ୍ରମୋହନ ପାଣିଗ୍ରାହି ଯୋଗଦେଇ ପରିଷଦର ମଙ୍ଗଳ କାମନା କରିଥିଲେ । କାର୍ଯ୍ୟକ୍ରମରେ ଯାଜ୍ଞିକ ପଣ୍ଡିତ ମୁଖ୍ୟ ପୁରୋହିତ ରମେଶଚନ୍ଦ୍ର ପାଠୀ ଓ ଟ୍ରଷ୍ଟର ସମ୍ପାଦକ ଦିପ୍ତୀରଞ୍ଜନ ମହାପାତ୍ର ସମୁହ ବେଦ ମନ୍ତ୍ର ଉଚ୍ଚାରଣ କରି ଥିବା ବେଳେ ସଂଘର ଉପସଭାପତି ଶିଵରାମ ପାଠୀ, ସହ ସମ୍ପାଦକ ଶିଵ ପ୍ରସାଦ ପାଠୀ, ସଦସ୍ୟ ବଦ୍ରୀନାଥ ସାବତ, ପ୍ରଶାନ୍ତ ପାଠୀ, ମନୋଜ ପାଠୀ, ତପନ କୁମାର ପାଠୀ, ଅଶୋକ ସତପଥୀ, ଶରତ ତ୍ରିପାଠୀ, ଅମରେନ୍ଦ୍ର ଶତପଥୀ, ଅମ୍ଵିକା ପ୍ରସାଦ ପାଠୀ, ଇତିତୋଷ ପାଠୀ ପ୍ରମୁଖ ପୂଜାର୍ଚ୍ଚନା ରେ ସହଯୋଗ କରିଥିଲେ। ସମସ୍ତ ପରିବାର ଏହି କାର୍ଯ୍ୟକ୍ରମ ସଫଳତାର ସହ ସପନ୍ନ ହେବା ପରେ ଜନସାଧାରଣ ମହର୍ଷି ବ୍ୟାସଦେବ ସାଂସ୍କୃତିକ ବିଦ୍ୟାପରିଷଦ ଓ ୱାଲଫେର ଟ୍ରଷ୍ଟ ର ସମସ୍ତ ଗୁରଜନ ଓ ସଦସ୍ୟ ଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ଗତ ମାର୍ଚ୍ଚ ମାସରେ ଟ୍ରଷ୍ଟର ମହର୍ଷି ବ୍ୟାସଦେବ କର୍ମକାଣ୍ଡ ଵିଦ୍ୟାଳୟରେ ୧୫ ବର୍ଷରୁ ୨୧ ଵର୍ଷ ପିଲାଙ୍କୁ ମାଗଣା ଶିକ୍ଷାଦାନ ନିମନ୍ତେ ମାଗଣା ଆଡମିସନ କରିଥିଲେ। ଆସନ୍ତା ବର୍ଷ ମଧ୍ୟ ଟ୍ରଷ୍ଟ ପକ୍ଷରୁ ସାମୁହିକ ବ୍ରତୋପନୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ପରିଷଦର ସମ୍ପାଦକ ଦିପ୍ତିରଞ୍ଜନ ମହାପାତ୍ର କହିଛନ୍ତି।


