ନିମ୍ନମାନର ଖାଦ୍ୟ ପ୍ରଦାନ ଅଭିଯୋଗରେ କେନ୍ଦ୍ରାପଡା ବ୍ଲକ ମିଶନଶକ୍ତି କାଫେକୁ ନୋଟିସ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ପ୍ରାୟ ୬ମାସ ପୂର୍ବେ ଜୟ ମା ତାରିଣୀ ଏସଏଚଜି ଦ୍ୱାରା ପରିଚାଳିତ ଏକ ମିଶନଶକ୍ତି କାଫେ ଖୋଲିଥିଲା । ସଂପୂର୍ଣ୍ଣ ଭାବେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠିଙ୍କ ଦ୍ୱାରା ପରିଚାଳିତ ଏହି କାଫେରେ ଗ୍ରାହକଙ୍କୁ ନିମ୍ନମାନର ଖାଦ୍ୟ ପ୍ରଦାନ, ଗ୍ରାହକଙ୍କୁ ଉପଯୁକ୍ତ ବ୍ୟବହାର ପ୍ରଦର୍ଶନ କରାନଯିବା, ଆଧାରକେନ୍ଦ୍ରକୁ ଆସୁଥିବା ଲୋକଙ୍କ ଠାରୁ ଟିକଟ ବାବଦକୁ ୧୦ଟଙ୍କା ଆଦାୟ କରାଯିବା ନେଇ କେନ୍ଦ୍ରାପଡା ବିଡିଓ ଅଶ୍ୱିନୀ କୁମାର ଦାସଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଏହାବ୍ୟତିତ ବ୍ଲକରୁ ଭଡା ନେଇ କାଫେ ଚଳାଉଥିବା ସଂପୃକ୍ତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ସେହି ଗୃହର ଭଡା ମଧ୍ୟ ଅଦ୍ୟାବଧି ପ୍ରଦାନ କରିନାହିଁ । ତେଣୁ ବ୍ଲକ ପକ୍ଷରୁ ଏସମ୍ପର୍କରେ ସେହି ଗୋଷ୍ଠିକୁ ନୋଟିସ ପ୍ରଦାନ କରି ଜଣାଇ ଦିଆଯାଇଛି ଯେ ଏକମାସ ପର୍ଯ୍ୟନ୍ତ ସଂପୃକ୍ତ ଏସଏଚଜିର ସମସ୍ତ କାର୍ଯ୍ୟ କଳାପ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ଦ୍ୱାରା ପର୍ଯ୍ୟବେକ୍ଷଣ କରାଯିବ । ଯଦି କୈାଣସି ପରିବର୍ତ୍ତନ ଉପଲବ୍ଧ ନହୁଏ ତେବେ ନିୟମ ଅନୁଯାଇ ସେହି ମିଶନଶକ୍ତି କାଫେର ସୁପରିଚାଳନା ପାଇଁ ଅନ୍ୟ ଏସଏଚଜିଙ୍କୁ ପ୍ରଦାନ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ