ଇନ୍ଦିରା ସ୍ମାରକୀ ଯୁବକ ସଂଘ ପକ୍ଷରୁ ଜଳଛତ୍ର
ନାଉଗାଁ,(ପ୍ରଦୋଶ ମହାନ୍ତି): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ତିରୁଣା ଗ୍ରାମ ଅନ୍ତର୍ଗତ ଇନ୍ଦିରା ସ୍ମାରକୀ ଯୁବକ ସଂଘ ପକ୍ଷରୁ ଜଳଛତ୍ର କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଏହି ଜଳଛତ୍ର କେନ୍ଦ୍ରକୁ ସମାଜସେବୀ ହେମନ୍ତ କୁମାର ରଥ ଉଦଘାଟନ କରିଥେôଲ । ଏହି କେନ୍ଦ୍ରରେ ପଥଚାରୀ ଓ ସାଧାରଣ ଲୋକଙ୍କ ପାଇଁ ଥଣ୍ଡା ପାନୀୟ ଜଳ ସହିତ ଦହି ଓ ଲେମ୍ବୁ ପାଣିର ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ଖରା ଦିନ ଶେଷ ପର୍ଯ୍ୟନ୍ତ ଏହି ଜଳଛତ୍ର କେନ୍ଦ୍ର ଚାଲୁ ରହିବ ବୋଲି ସଂଘ ପକ୍ଷରୁ ସ୍ଥିର କରାଯାଇଛି । ଏହି କାର୍ଯ୍ୟକ୍ରମରେ ସଂଘର ସହସଂପାଦକ ଶ୍ରୀକାନ୍ତ ସ୍ୱାଇଁ, ପ୍ରିୟଦର୍ଶନ ରଥ, ଶୁଭମ୍ ବେହୁରା, ବିଶ୍ୱଜିତ ମଲ୍ଲିକଙ୍କ ସମେତ ଅନ୍ୟ ସଦସ୍ୟାମାନେ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଂଘର ସଭାପତି ରାଜେଶ ବେହୁରା, ଦେବଦତ ତ୍ରିପାଠୀ, ବରିଷ୍ଠ ସଦସ୍ୟ ମୀନକେତନ ନାୟକ, ହୃଷିକେଶ ବେହୁରା ପ୍ରମୁଖ ପ୍ରଶଂସା କରିଥିଲେ ।


