ନାଉଗାଁ କଳା ବିକାଶ କେନ୍ଦ୍ର ପକ୍ଷରୁ ଜଳ ସଂରକ୍ଷଣ କାର୍ଯ୍ୟକ୍ରମ
ନାଉଗାଁ,(ପ୍ରଦୋଶ ମହାନ୍ତି): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ତିହୁଡାସ୍ଥିତ ଉତ୍କଳ ଭାରତୀ କଳା ବିକାଶ କେନ୍ଦ୍ର ଓ ଜଗତସିଂହପୁର ଜିଲ୍ଲା ନେହେରୁ ଯୁବ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ନାଉଗାଁ ଅବଦଲପୁରସ୍ଥିତ ଶ୍ରୀ ଶ୍ରୀ ଅମରନାଥ ମହାଦେବଙ୍କ ପୀଠ ଠାରେ ଜଳ ସଂରକ୍ଷଣ ସଂର୍ପକରେ ଏକ ଆଲୋଚନା ଚକ୍ର ନାଉଗାଁ ବ୍ଲକ ଓଷ୍ଟା ସଭାପତି ସୁକାନ୍ତ କୁମାର ଲେଙ୍କାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନାଉଗାଁହାଟ ହାଇସ୍କୁଲର ପ୍ରଧାନ ଶିକ୍ଷକ ନିରଂଜନ ମହାନ୍ତି, ସମ୍ମାନୀତ ଅତିଥି ଭାବେ ଶ୍ରୀ ଅଚ୍ୟୁତ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଶିକ୍ଷୟିତ୍ରୀ ଅପୂର୍ବା ମହାରଣା, ଯୁବ ସାମ୍ବାଦିକ ତଥା ସମାଜସେବୀ ଦେବଜ୍ୟୋତି ମହାନ୍ତି ପ୍ରମୁଖ ଯୋଗଦାନ କରି ସ୍ଥାନୀୟ ଜନସାଧାରଣଙ୍କୁ ଜଳର ଉପଯୋଗିତା ଓ ସଂରକ୍ଷଣ ସଂର୍ପକରେ ବୁଝାଇଥିଲେ । ସ୍ଥାନୀୟ ତିହୁଡାସ୍ଥିତ ଉତ୍କଳ ଭାରତୀ କଳା ବିକାଶ କେନ୍ଦ୍ରର ପିଲାମାନେ ‘ଜଳ ସଂରକ୍ଷଣ ଆମ ଜୀବନ ପଣ’ ଶୀର୍ଷକ ଉପରେ ଏକ ପଥପ୍ରାନ୍ତ କଳାକୃତୀ ପରିବେଷଣ କରିଥିଲେ । ପରେ କେନ୍ଦ୍ରର ପିଲାମାନଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟ ଓ ବୈଦିକ ରୀତିରେ ମହାପ୍ରଭୁଙ୍କ ପୂଜା, ମହାଦୀପ ପ୍ରଜ୍ଜ୍ୱଳନ ଆଦି କାର୍ଯ୍ୟ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ସ୍ଥାନୀୟ ଗ୍ରାମବାସୀ ଓ ମନ୍ଦିର ପରିଚାଳନା କମିଟିର ସଦସ୍ୟ ରବିନ୍ଦ୍ର କୁମାର ମହାନ୍ତି, ଅଭୟ କୁମାର ମହାନ୍ତି, ଯୁଗଳ ଜ୍ୟୋତି ମହାନ୍ତି, ପ୍ରଦୀପ କୁମାର ଶିଶୁଙ୍କ ସହିତ ନେହେରୁ ଯୁବ କେନ୍ଦ୍ରର ବ୍ଲକ ସଂଯୋଜକ ନୃସିହ ମହାରଣା ପ୍ରମୁଖ ପରିଚାଳନା କରିଥିଲେ ।


