ଇନ୍ଦୁପୁର ବିରୂପା ନଦୀରୁ ବିରାଟକାୟ ବଉଳାକୁମ୍ଭୀର ଉଦ୍ଧାର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଇନ୍ଦୁପୁର ନିକଟ ବିରୂପା ନଦୀରେ ଥିବା ଏକ ବଉଳା କୁମ୍ଭୀର ସୋମବାର ଏକ ଘୁସୁରୀକୁ ନିକଟସ୍ଥ ପୋଖରୀକୁ ଆସିଥିଲା । ଘୁସୁରୀକୁ ଆକ୍ରମଣ କରିବା ସମୟରେ ଘୁସୁରିଆଳ ଦେଖିଦେବାରୁ ଘୁସୁରୀକୁ ରକ୍ଷା କରିବାକୁ ପ୍ରୟାସ କରିବାରେ କୁମ୍ଭୀରଟି ପାଣି ଭିତରକୁ ପଳାଇଯାଇଥିଲା । କିନ୍ତୁ ସେତେବେଳକୁ ଘୁସୁରୀଟି ମରିଯାଇଥିବା ଜାଣିପାରି ଘୁସୁରୀଆଳଟି ସେହି ମଲା ଘୁସୁରୀଟିକୁ ବାନ୍ଧି ସେହି ପୋଖରୀ ନିକଟରେ ରଖିଦେଇଥିଲା । ରାତିରେ ସେହି କୁମ୍ଭୀରଟି ଘୁସୁରୀକୁ ଖାଇବାକୁ ଆସିଥିବା ସମୟରେ ପ୍ରଥମେ ଅନ୍ୟ ଘୁସୁରୀଆଳ ସହ ମିଶି ପୋଖରୀରୁ ନଦୀକୁ ସଂଯୋଗ ପଥଟିକୁ ମାଟି ପକାଇ ସେମାନେ ପୋତିଦେଇଥିଲେ ଓ ଲୋକମାନଙ୍କୁ ପାଟିକରି ଡାକପକାଇଥିଲେ । ରାତିସାରା ଲୋକମାନେ କୁମ୍ଭୀରକୁ ସେଠାରେ ଜଗିରହିଥିଲେ । ସକାଳେ ରାଜନଗର ବନଖଣ୍ଡ କାର୍ଯ୍ୟ।।ଳୟକୁ ଖବର ଦିଆଯିବା ପରେ ସେଠାରୁ ବିଭାଗର କର୍ମଚାରୀମାନେ ଆସି ଜାଲପକାଇ ସେହି କୁମ୍ଭୀରଟିକୁ ଧରି ରାଜନଗର ନେଇଯାଇଥିବା ସୂଚନା ମିଳିଛି । ପ୍ରାୟ ୪ବର୍ଷ ଧରି ସେହି ବଉଳା କୁମ୍ଭୀରଟି ସେଠାରେ ରହିଥିବା ଓ ପୂର୍ବରୁ ଏକ ମଇଁଷିଆଳକୁ ସେଠାରେ ଆକ୍ରମଣ କରିଥିବା ସ୍ଥାନୀୟ ଲୋକେ କହିଛନ୍ତି । ପ୍ରାୟ ୧୨ଫୁଟ ଲମ୍ବର ସେହି ବଉଳା କୁମ୍ଭୀରଟି ବାରମ୍ବାର ସେଠାରେ ଲୋକମାନଙ୍କୁ ଆକ୍ରମଣ କରିଥିବା ମଧ୍ୟ ଅଭିଯୋଗ ହୋଇଛି । ଶେଷରେ ଧରାହୋଇ ସେହି କୁମ୍ଭୀରଟି ରାଜନଗର ଯାଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ