ଉକ୍ରଳ ମହିଳା ସମିତିର ଚମାଖଣ୍ଡି ଆଂଚଳିକ ସମ୍ମିଳନୀ କାର୍ଯ୍ୟକ୍ରମ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ୍‌): ଛତ୍ରପୁର ବ୍ଲକ ଏ.ତୋଟାପଲ୍ଲୀ ଠାରେ ଉକ୍ରଳ ମହିଳା ସମିତିର ଚମାଖଣ୍ଡି ଆଂଚଳିକ ସମ୍ମିଳନୀ ଜେ.ହେମଲତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉକ୍ରଳ ମହିଳା ସମିତିର ରାଜ୍ୟ ଉପସଭାନେତ୍ରୀ ଏନ୍‌.ଭାନୁମତୀ ରେଡ୍ଡୀ ଯୋଗଦେଇ ସମ୍ମିଳନୀର ପତାକା ଉତ୍ତୋଳନ କରିଥିଲେ । ସମିତିର ରାଜ୍ୟ ସଂପାଦିକା ଜିନମୟୀ ସାହାଣୀ ସମ୍ମିଳନୀକୁ ଉଦ୍‌ଘାଟନ କରି ଅଞ୍ଚଳର ଶିକ୍ଷା ଓ ସ୍ୱାସ୍ଥ୍ୟର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ । ଏଥିସହ ନାରୀମାନେ କିପରି ନିର‌୍ୟ୍ୟାତନାରୁ ବର୍ତ୍ତି ପାରିବେ ଓ ନିଜେ ଏଭଳି ନିର‌୍ୟ୍ୟାତନାର ମୁକାବିଲା କରିପାରିବେ ତାହା ଉପରେ ଆଲୋଚନା କରିଥିଲେ । ଏନ୍‌.ଭାନୁମତୀ ରେଡ୍ଡି ଉକ୍ରଳ ମହିଳା ସମିତିର ପ୍ରତିଷ୍ଠା ଅତିତରେ ସଂଗ୍ରାମ ଓ ବର୍ତ୍ତମାନର ଭୂମିକା କଣ ରହିଛି ତାହା ଉପରେ ଗୁରୁତ୍ୱାରୋପ କରିଥିଲେ । ଅଞ୍ଚଳରେ ମଦ ବିରୋଧୀ ଏବଂ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ସବୁ ବିଭାଗର ଡାକ୍ତରମାନଙ୍କୁ ନିଯୁକ୍ତି ଦେବା ଏବଂ ବିଦ୍ୟାଳୟ ଗୁଡିକରେ ଖାଲିପଡିଥିବା ଶିକ୍ଷକମାନଙ୍କୁ ତୁରନ୍ତ ନିଯୁକ୍ତି କରିବା ପ୍ରମୁଖ ଦାବିରେ ଆଗାମୀ ଦିନରେ ସମିତି ପକ୍ଷରୁ ଆନ୍ଦୋଳନ କରିବାକୁ ସ୍ଥିର କରାଯାଇଥିଲା । ସୁଷମା ପ୍ରଧାନ ସମିତିର ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଖିଳ ଭାରତୀୟ ଯୁବ ସଂଘର ଜିଲ୍ଲା ଉପସଭାପତି ଗୁରୁନାଥ ପ୍ରଧାନ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନମାରଣ ନୀତିକୁ ସମାଲୋଚନା କରି ନାରୀ ସଂଗଠନକୁ ମଜବୁତ କରି ଶିକ୍ଷାକୁ ଆଗେଇ ନେବା ପାଇଁ ପରାମର୍ଶ ଦେଇଥିଲେ । ଶେଷରେ ଚମାଖଣ୍ଡି ଆଞ୍ଚଳିକର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ସଭାପତି ଭାବେ ଗୌରୀ ପ୍ରଧାନ, ଉପସଭାପତି ଉର୍ମିଳା ପ୍ରଧାନ, ସଂପାଦକ ସୁଷମା ପ୍ରଧାନ, ସହ ସଂପାଦକ ମଞ୍ଜୁଲତାଙ୍କ ସମେତ ୨୧ ଜଣିଆ କମିଟି ନିର୍ବାଚିତ ହୋଇଥିଲେ । ଶେଷରେ ଯୋଶଦା ଦେବୀ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମା ସେଠୀ, ପୁଷ୍ପାଞ୍ଜଳୀ ବେହେରା, ଶାନ୍ତିଲତା, ବିଜୟାଲକ୍ଷ୍ମୀ ପଟ୍ଟନାୟକ, ରୀନା ପ୍ରଧାନ, ଭାଗିରଥୀ ପ୍ରଧାନ, ଡମ୍ବୁରୁ, ମୋହନ, ଅନନ୍ତ ପ୍ରମୁଖ କାର‌୍ୟ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ