ଉତ୍କଳ ଦିବସ ପାଳନ

ହିଂଜିଳିକାଟୁ, (ଶେଷଦେବ ସାହୁ): ୮୬ତମ ଉତ୍କଳ ଦିବସ ପାଳନ ଓଡ଼ିଶା ଭାଷା ସାହିତ୍ୟ ସମିତି ପକ୍ଷରୁ ହିଂଜିଳିକାଟୁ ଆରଏମସି ପରିସରରେ ଗୁରୁବାର ସଂଧ୍ୟାରେ ପାଳିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ କୃଷି ଉପଦେଷ୍ଟା ତଥା ପୂର୍ବତନ ଉପ ବାଚସ୍ପତି ରାମଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି, ବରିଷ୍ଠ ସାହିତ୍ୟିକ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ପୂର୍ବତନ ବିଧାୟକ ହରିହର ସାହୁ ଯୋଗଦେଇଥିଲେ। ରାଜ୍ୟ କୁ ଅର୍ଥନୈତିକ ସ୍ବାଧୀନତା ଦେବା ସହ କଳା, ସଂସ୍କୃତି ଓ ପରମ୍ପରା କୁ ବଜାୟ ସହ ଆଧୁନିକ ପ୍ରଯୁକ୍ତିବିଦ୍ୟା ରେ ଆଗଭର ହେବାକୁ ଅତିଥି ମାନେ ମତ ରଖିଥିଲେ। ସାଂପ୍ରତିକ ପରିସ୍ଥିତିରେ ରାଜ୍ୟରେ ଭାଷା ଓ ପଡ଼ୋଶୀ ରାଜ୍ୟ ସଂଲଗ୍ନ ଅଞ୍ଚଳକୁ ସୁରକ୍ଷା , ଓଡ଼ିଆ ଭାଷା ଓ ଜାତିର ସୁରକ୍ଷା ପାଇଁ ଆତ୍ମ ଚିନ୍ତନ ପାଇଁ କବି ଶତୃଘ୍ନ ମହାରଣା, ପ୍ରଫେସର୍ ଅରବିନ୍ଦ ପଣ୍ଡା, ଶିକ୍ଷାବିତ ହରିହର ଚୌଧୁରୀ, ଆଇନଜୀବୀ ନୃସିଂହ ପଟ୍ଟନାୟକ,ରୀତାଞ୍ଜଳ ମିଶ୍ର ପ୍ରମୁଖ ମତ ରଖିଥିଲେ ଯୋଗଦେଇଥିଲେ। ସମିତିର ସଭାପତି ଆକାଶ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ । ସମ୍ପାଦକ ରଂଜନ କୁମାର ସାହୁ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥିଲେ । ଏଥିରେ ଅଂଚଳର ବହୁ ବୁଦ୍ଧିଜିବୀ ଯୋଗ ଦେଇଥିଲେ । ସରୋଜ ପାତ୍ର, ସଂସ୍କାର ପଟ୍ଟନାୟକ, ପ୍ରଭାତ ମହାରଣା ଗୋବିନ୍ଦ ବେହେରା ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ। ସେହିପରି, ଶାସନଆମ୍ବଗାଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ସ୍ୱତନ୍ତ୍ର ଓଡ଼ିଶା ରାଜ୍ୟ ଆନ୍ଦୋଳନର ବରପୁତ୍ରଙ୍କ ଫଟୋରେ ପୁଷ୍ପମାଲ୍ୟ ପ୍ରଦାନ କରି ସ୍ମରଣ କରାଯାଇଥିଲା । ଉତ୍କଳ ଦିବସ ପାଳନ ଅବସରରେ ଅଧ୍ୟକ୍ଷ ଅରୁଣ କୁମାର ପଟେଲ ଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ