ଉତ୍ତର ପ୍ରଦେଶରେ ଲାଗୁ ହେବ ନାଗରିକତା ସଂଶୋଧନ ଆଇନ୍
ଲକ୍ଷ୍ନୌ- ଉତ୍ତର ପ୍ରଦେଶରେ କାର୍ୟ୍ୟକାରୀ ହେବ ନାଗରିକତା ସଂଶୋଧନ ଆଇନ୍ ବା (ସିଏଏ) ଏନେଇ ସରକାରଙ୍କ ତରଫରୁ ନିର୍ଦ୍ଦେଶନାମା ଜାରି ହୋଇଛି । ପାକିସ୍ତାନ, ଆଫ୍ଗାନିସ୍ତାନ ଏବଂ ବାଂଲାଦେଶରୁ ଆସିଥିବା ଥିବା ହିନ୍ଦୁ, ଶିଖ୍, ଜୈନ, ବୌଦ୍ଧ, ପାର୍ସୀ, ଖ୍ରୀଷ୍ଟିଆନ୍ ଶରଣାର୍ଥୀମାନଙ୍କ ସଂଖ୍ୟା କେତେ ତାହାର ଏକ ତାଲିକା ପ୍ରସ୍ତୁତ କରିବାକୁ ଉତ୍ତର ପ୍ରଦେଶ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ଅତିରିକ୍ତ ଶାସନ ସଚିବ (ଗୃହ) ଅବିନାଶ ତିୱାରୀ କହିଛନ୍ତି ।


