ଜେ ଏନ୍ ୟୁ ଆକ୍ରମଣ ଘଟଣାରେ ଦୋଷୀ ଙ୍କ ବିରୋଧରେ ଦୃଢ କ।ର୍ଯ୍ୟ।ନୁଷ୍ଠ।ନ ନିଆଯିବ- କେନ୍ଦ୍ରଗୃହମନ୍ତ୍ରୀ

ନୂଆଦିଲ୍ଲୀ- କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସୋମବାର ଦିନ ଜବାହରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟର ପ୍ରତିନିଧିମାନଙ୍କୁ ଡକାଇ ଆଲୋଚନା କରିବାକୁ ଦିଲ୍ଲୀର ଲେଫ୍ଟ୍ନାଣ୍ଟ୍ ଭଗର୍ଣ୍ଣର୍ ଅନୀଲ ବୈଜଲଙ୍କୁ ଅନୁରୋଧ କରିଛନ୍ତି। ରବିବାର ସନ୍ଧ୍ୟାରେ ଜେଏନ୍ ୟୁ  ପରିସରରେ ହିଂସାକାଣ୍ଡ ଘଟିବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଦିଲ୍ଲୀ ପୁଲିସ କମିସନର ଅମୂଲ୍ୟ ପଟ୍ଟନାୟକଙ୍କ ସହ ମଧ୍ୟ କଥାବାର୍ତ୍ତା କରି ଦୃଢ କ।ର୍ଯ୍ୟ।ନୁଷ୍ଠ।ନ ଗ୍ରହଣ କରିବା ନିମନ୍ତେ ନିର୍ଦେଶ ଦେଇଛନ୍ତି । ଅନ୍ୟପଟେ ଦିଲ୍ଲୀ ଦକ୍ଷିଣପୂର୍ବ ଅଞ୍ଚଳର ଡେପୁଟି ପୁଲିସ କମିସନର ଦେବେନ୍ଦ୍ର ଆର୍ଯ୍ୟ କହିଛନ୍ତି ଜେଏନ୍ ୟୁ ରେ ଗତକାଲି ହୋଇଥିବା ହିଂସାକାଣ୍ଡ ବିଷୟରେ ଆମେ ଅବଗତ ଅଛୁ ଏବଂ ଏଫ୍ଆଇଆର୍ ରେଜିଷ୍ଟ୍ରି କରିଛୁ । ତଦନ୍ତରେ ସାମାଜିକ ଗଣମାଧ୍ୟମ ଏବଂ ସିସିଟିଭି ଫୁଟେଜ୍ କୁ ସାମିଲ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ