ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ ଉଦଯାପିତ
ଭଣ୍ଡାରିପୋଖରୀ, (ଦୁର୍ଯୋଧନ ଲେଙ୍କା) : ଭଣ୍ଡାରିପୋଖରୀ ବ୍ଲକ ସରସଦା ଅଗରବତୀ କ୍ଲଷ୍ଟର କାର୍ଯ୍ୟାଳୟ ଠାରେ ୧୨ଦିନ ଧରି ଚାଲିଥିବା ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଛି । ଜିଲ୍ଲା ଶିଳ୍ପ ବିଭାଗ ଓ ଓଡିଶା ପ୍ରୋଜେକ୍ଟ ମାର୍କେଟିଂ ସେଣ୍ଟର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ଉକ୍ତ ତାଲିମ ଶିବିରରେ ବହୁ ପୁରୁଷ ଓ ମହିଳା ଉଦ୍ୟୋଗୀ ପ୍ରଶିକ୍ଷଣ ଗ୍ରହଣ କରିଥିଲେ । ଏଥିରେ ଶିଳ୍ପ ବିଭାଗ ଅଧିକାରୀ ଶଶୀଶେଖର ବେହେରା ଓ ଓଡିଶା ପ୍ରୋଜେକ୍ଟ ମାର୍କେଟିଂ ଅଧିକାରୀ ରବିନ୍ଦ୍ର କୁମାର ସାହୁ ଯୋଗଦେଇ ଉଦ୍ୟୋଗୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ନିକଟ ରହଣିଆ, ମାଳଦା, ସରସଦା, କୁରିଗାଁ, ଦକ୍ଷିଣବାଡ଼ ପ୍ରମୁଖ ଅଞ୍ଚଳର ମହିଳା ଓ ପୁରୁଷ ମାନେ୧୨ଦିନ ଧରି ତାଲିମ ନେବା ସହ ଅଧିକାରୀ ମାନଙ୍କ ନିକଟରୁ ପ୍ରମାଣପତ୍ର ଗ୍ରହଣ କରିଥିଲେ । ସ୍ୱେଛାସେବୀ ବନ୍ଧୁ ଏନଜିଓ ସମ୍ପାଦକ ରମେଶ ଚନ୍ଦ୍ର ନାୟକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିବା ବେଳେ ଅପରାଜିତା ସାମଲ, ସ୍ୱପ୍ନାରାଣୀ ନାୟକ ଏହାକୁ ପରିଚାଳନା କରିଥିଲେ ।


