ଶନିମନ୍ଦିରରୁ ଚୋରି

ଭଣ୍ଡାରିପୋଖରୀ, (ଦୁର୍ଯୋଧନ ଲେଙ୍କା) : ଭଣ୍ଡାରିପୋଖରୀ ଥାନା ମାଳଦା ପଂଚାୟତ ଜଳହରି ସ୍ଥିତ ଶନିମନ୍ଦିରରୁ ଗତକାଲି ରାତିରେ ଚୋରି ହୋଇଥିବା ପୁଲିସ ନିକଟରେ ଅଭିଯୋଗ ହୋଇଛି । ପ୍ରାପ୍ତ ଅଭିଯୋଗ ଅନୁଯାୟୀ ସବୁଦିନ ଭଳି ଗତ ରବିବାର ସନ୍ଧ୍ୟାରେ ପୂଜକ ରାଧାଶ୍ୟାମ ପାଣି ଆଳତୀ ସାରିବା ପରେ ମନ୍ଦିର ଚାବି ଦେଇ ଘରକୁ ପଳାଇଯାଇଥିଲେ । ସୋମବାର ସକାଳୁ ମନ୍ଦିର ଗ୍ରୀଲ ଭାଙ୍ଗି ଚୋରମାନେ ଶନି ଦେବତାଙ୍କର ରୁପା ମୁକୁଟ, ଚକ୍ଷୁ, ପିତ୍ତଳ କଳସ, ବାଲଟି, ଘଣ୍ଟି ଇତ୍ୟାଦି ସାମଗ୍ରୀ ଚୋରି କରିନେଇଥିବା ଦେଖିବାକୁ ମିଳିଥିଲା । କେହି ଦୁବୃର୍ତ୍ତ ବିଳମ୍ବିତ ରାତ୍ରିରେ ଏଭଳି କାଣ୍ଡ କରିଥିବା ଗ୍ରାମର ସରୋଜ ପରିଡା, ପ୍ରଶାନ୍ତ ଦାସ, ନରେନ୍ଦ୍ର ବେହେରା, ଶଶିକାନ୍ତ ବାରିକ, ସିଦ୍ଧାନ୍ତ ବେହେରା ପ୍ରମୁଖ ପୁଲିସ ନିକଟରେ ଲିଖିତ ଭାବେ ଜଣାଇଛନ୍ତି । ଅଭିଯୋଗ ପାଇବା ପରେ ପୁଲିସ ପକ୍ଷରୁ ଘଟଣାସ୍ଥଳ ପରିଦର୍ଶନ କରାଯାଇ ତଦନ୍ତ ଆରମ୍ଭ ହୋଇଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ