ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବିଡ଼ିଓଙ୍କ କାର୍ଯ୍ୟାଳୟ ଠାରେ ଆଜି ଉନ୍ନୟନ ମୂଳକ କାର୍ଯ୍ୟ ବାବଦରେ ସମୀକ୍ଷା କରାଯାଇଛି । ଏଥିରେ ବିଧାୟକଙ୍କ ପ୍ରତିନିଧି ଇଂ ପ୍ରୟାସକାନ୍ତି ସାମଲ ଯୋଗଦେଇ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ବିଶେଷ କରି ବର୍ଷା ଦିନ ଆସୁଥିବାରୁ ସେନେଇ ବ୍ଲକ ପ୍ରଶାସନ ତତ୍ପର ରହିବାକୁ ଶ୍ରୀ ସାମଲ ବିଡିଓଙ୍କୁ ପରାମର୍ଶ ଦେଇଥିଲେ। ପଞ୍ଚାୟତ ଗୁଡିକରେ କାର୍ଯ୍ୟକାରୀ ହେଉଥିବା ରାସ୍ତା ଘାଟ ମରାମତି କାର୍ଯ୍ୟ ଶୀଘ୍ର ସାରିବା ସହିତ ଦୈଵ ଦୁର୍ଘଟଣା ଜନିତ ବର୍ଷା ବାତ୍ୟା ବେଳେ ଗ୍ରାମାଞ୍ଚଳ ଗୁଡିକରେ ତତ୍କାଳ ସେବା ପହଞ୍ଚାଇବାକୁ ମଧ୍ୟ ଶ୍ରୀ ସାମଲ କହିଥିଲେ । ଏଥିପାଇଁ ପ୍ରାକ ପ୍ରସ୍ତୁତିକୁ ତ୍ୱରାନ୍ୱିତ କରିବା ପାଇଁ ବୈଠକରେ ଗୁରୁତ୍ୱାରୋପ ପାଇଥିଲା । ଏଥିରେ ବ୍ଲକ ଅଧ୍ୟକ୍ଷା ସୁମତି ସେଠୀ, ବିଡ଼ିଓ ଦେବଦତ୍ତ ଦାସ, ସାଂସଦଙ୍କ ପ୍ରତିନିଧି ଲଳିତ କୁମାର ରାଉତ, ଦେବେନ୍ଦ୍ର ଦାସ, ସତ୍ୟାନନ୍ଦ ମହାପାତ୍ର, ହେମନ୍ତ ଜେନାଙ୍କ ସମେତ ବ୍ଲକ ପ୍ରଶାସନର ବରିଷ୍ଠ ପଦାଧିକାରୀ ମାନେ ଉପସ୍ଥିତ ଥିଲେ ।


