ଏଆଇକେକେଏମଏସର ବିରୋଧ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :କେନ୍ଦ୍ର ସରକାର ମୁଢି, ଚୁଡା, ଖଇ ଆଦି ସାମଗ୍ରୀ ଗୁଡିକ ଉପରେ ଜିଏସଟି ଲାଗୁ କରିବା ନିଷ୍ପତି ବିରୋଧରେ ଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନ(ଏଆଇକେକେଏମଏସ) ପକ୍ଷରୁ ସୋମବାର ସାରା ଓଡିଶାରେ ପ୍ରତିବାଦ ଦିବସ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଏଆଇକେକେଏମଏସର ନାଉଗାଁ ଶାଖା ପକ୍ଷରୁ ବ୍ଲକର ବିଭିନ୍ନ ଗାଁରେ ଚାଷୀ ସଂଗଠକମାନେ ପ୍ଲା କାର୍ଡ ଧରି କେନ୍ଦ୍ର ସରକାରଙ୍କ ଏହି ନିଷ୍ପତିକୁ ବିରୋଧ କରିଥିଲେ । ଏଥିରେ ସଂଗଠକର ରାଜ୍ୟ କମିଟି ସଦସ୍ୟ କମ୍ରେଡ ସଦସ୍ୟ ସୁବାସ ସ୍ୱାଇଁ, ଜିଲ୍ଲା ସଂଗଠକ ମହେଶ୍ୱର ଦାସ, ମଙ୍ଗୁଳି ଦାସ, ଆର୍ତ ଦାସ, କାଳନ୍ଦୀ ସେଠୀ,ରଘୁନାଥ ଦାସ, ପ୍ରମିଳା ଦେଇ ପ୍ରମୁଖ ସାମିଲ ଥିଲେ ।


