ଘୋଡାଂଶ ପଂଚାୟତ କାର୍ଯ୍ୟାଳୟରୁ ଚୋରୀ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :ନାଉଗାଁ ଥାନା ଅନ୍ତର୍ଗତ ଘୋଡାଂଶ ପଂଚାୟତ କାର୍ଯ୍ୟାଳୟରୁ ଚୋରୀ ଯାଇଥିବା ନାଉଗାଁ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗ ପାଇବା ପରେ ଥାନା ପକ୍ଷରୁ ଏକ ମାମଲା ରୁଜୁ କରାଯାଇଥିବା ଜଣାଯାଇଛି । ସୂଚନା ମୁତାବକ ଶୁ୍‌କ୍ରବାର ସଂଧ୍ୟାରେ ପଂଚାୟତର ସରପଂଚ ନିହାର ରଂଜନ ବସ୍ତିଆ ପଂଚାୟତ କାର୍ଯ୍ୟାଳୟ ବନ୍ଦ କରି ଘରକୁ ଫେରିଥିଲେ । ପଂଚାୟତ କାର୍ଯ୍ୟାଳୟରେ ସିମେଂଟ ଷ୍ଟକ ଥିବାରୁ ରବିବାର ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଜୈନିକ ଯୁବକ ସିମେଂଟ ଆଣିବା ପାଇଁ ଉକ୍ତ କାର୍ଯ୍ୟାଳୟକୁ ଯାଇଥିଲେ । ହେଲେ ଉକ୍ତ କାର୍ଯ୍ୟାଳୟ ଫାଟକ ତାଲା ଭଙ୍ଗା ହୋଇଥିବା ଦେଖିବାକୁ ପାଇଥିଲେ । ଯାହାକୁ ଦେଖିଲା ପରେ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ(ପିଇଓ)ଙ୍କୁ ଖବର ଦିଆଯାଇଥିଲା । ପିଇଓ ଅରୁଣ ପ୍ରଧାନ କାର୍ଯ୍ୟାଳୟରେ ପହଁଚି କାର୍ଯ୍ୟାଳୟରେ ଥିବା ୫ଟି ପଙ୍ଖା, ପାଣି ମଟର, ନଳକୂପ, ପାଇପି ଆଦି ଚୋରି ଯାଇଥିବା ସଂର୍ପକରେ ନାଉଗାଁ ଥାନାକୁ ଲିଖିତ ଭାବେ ଜଣାଇଥିଲେ । ଥାନାକୁ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲୁ ରହିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ