ଏକାମ୍ରରେ ସେବାୟତଙ୍କୁ ତୁରନ୍ତ ସହାୟତା ଦାବି
ଭୁବନେଶ୍ୱର,(ଓ୍ବାଇଏନ୍ଏସ୍): କରୋନା ପ୍ରଭାବରେ ରାଜ୍ୟରେ ଦେବୀଦେବୀ ମନ୍ଦିୀର ବନ୍ଦ ରହିଥିବା ବେଳେ ଏକାମ୍ର କ୍ଷେତ୍ରରେ ମନ୍ଦିର ଗୁଡ଼ିକ ମଧ୍ୟ ସେଥିରୁ ବାଦ୍ ପଡ଼ି ନାହିଁ । ପୁରୀରେ ସେବାୟତଙ୍କୁ ସହାୟତା ପ୍ରଦାନ ପରି ଏକାମ୍ରରେ ସବୁ ସେବାୟତଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଏକାମ୍ର ମୁରବୀ ମଂଚ ପକ୍ଷରୁ ପ୍ରଧାନ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଟ୍ୟୁଇଟି୍ କରାଯାଇ ଦାବି କରାଯାଇଛି । କରୋନା ଯୋଗୁଁ ଆର୍ଥିକ ସ୍ଥିତି ବିଗିଡ଼ି ଯାଇଛି । ଏହାର ପ୍ରଭାବ ବିଭିନ୍ନ ସେବାୟତଙ୍କ ଉପରେ ପଡ଼ିଛି । ଗତ ମାର୍ଚ ୨୦ତାରିଖରୁ ଶ୍ରୀଲିଙ୍ଗରାଜ ମନ୍ଦିରକୁ ପର୍ଯ୍ୟଟକ ଆସିବା ବନ୍ଦ କରାଯାଇଛି । ଏହା ଫଳରେ ସେବାୟତ ଓ ଧୂଳିଆ ସେବାୟତଙ୍କ ରୋଜଗାର ବନ୍ଦ ହୋଇଯାଇଛି । ଏବେ ସେମାନେ କେବଳ ମନ୍ଦିର ଖୋରଲିବାକୁ ଅପେକ୍ଷା କରି ବସିଛନ୍ତି । ଏକାମ୍ର କ୍ଷେତ୍ରର ଶ୍ରୀଲିଙ୍ଗରାଜ ମନ୍ଦିର ସମେତ ବିଭିନ୍ନ ମନ୍ଦିରର ସେବାୟତଙ୍କୁ ଆର୍ଥିିକ ସହାୟତା ପାଇଁ ମଂଚ ପକ୍ଷରୁ ଲିଙ୍ଗରାଜ ସାହୁ ସରକାରଙ୍କୁ ସେବାୟତଙ୍କୁ ସହାୟତା ପାଇଁ ଅନୁରୋଧ କରିଛନ୍ତି ।


