ଏକ ଘରୋଇ ବସରୁ ବେଆଇନ ବିଦେଶୀ ମଦ ଜବତ ସହ ଜଣଙ୍କୁ ଗିରଫ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ଚାଲିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଋତୁ । ଗାଁ,ଗଣ୍ଡା,ଛକ,ବଜାର ସବୁଠି ଚଳ ଚଞ୍ଚଳ । ସବୁଠି ଘୋ ଘା । ଠିକାଦାର,ରାଜନେତାମାଙ୍କର ଚାଲିଛି ଖେଳ ।ନିରିହ ଭୋଟର ମାନଙ୍କୁ ମଦ,ମାଂସ,ପୋକଡା ,ଅର୍ଥ ର ଆସର ବଢିଚାଲିଛି । ଭୋଟର ମାନଙ୍କୁ ଆକୂଷ୍ଟ କରିବା ପାଇଁ ପ୍ରାର୍ଥି ଓ ରାଜନୈତିକ ଦଳର ଲୋକେ ବିଭିନ୍ନ ଜିନିଷ ଦେଇ ଆପ୍ୟାୟିତ କରୁଛନ୍ତି । ଆପ୍ୟାୟିତ ମଧ୍ୟରେ ପ୍ରଥମ ହେଲା ମଦ ଓ ଚାଖଣା । ଏହି ସୁଯୋଗକୁ ହାତ ଛଡା ନ କରିବା ପାଇଁ ମଦ ମାଫିଆମାନେ ବେଆଇନ ମଦ କାରବାର ପାଇଁ ଅଣ୍ଟା ଭିଡିଛନ୍ତି ।ଭଲ ଦୁଇ ପଇସା ଲାଭ ମିଳୁଛି ।ତେଣୁ ମଦ ମାଫିଆମାନେ ବେଆଇନ ମଦ ଚାଲାଣ ବିକ୍ରିକୁ ତ୍ୱରାନ୍ବିତ କରିଛନ୍ତି । ମୟୂରଭଂଜର ରାଇରଙ୍ଗପୁର ବସଷ୍ଟାଣ୍ଡରୁ ଏକ ଘରୋଇ ବସରୁ ୧୩.୫ଲିଟର( ଅରୁଣାଚଳ ପ୍ରଦେଶ ମାର୍କା୧୮ବୋତଲ)ବିଦେଶୀ ମଦ ଅବକାରୀବିଭାଗ ତରଫରୁ ଜବତ ସହ ଜଣଙ୍କୁ କୋର୍ଟ ଚାଲାଣ ଅରାଯାଇଛି । ସୂଚନାଯୋଗ୍ୟ ମୟୂରଭଂଜ ଜିଲ୍ଲା ଅବକାରୀ ସୁପରିଣ୍ଟେଡେଣ୍ଟ ଅଶୋକ ସେଠଙ୍କ ନିର୍ଦେଶକ୍ରମେ କୌଣସି ସୂତ୍ରରୁ ଖବର ପାଇ ରାଇରଙ୍ଗପୁର ଅବକାରୀ ବିଭାଗ ଇନ୍ସପେକ୍ଟର ଧୀରେନ ବେହେରା ରାଇରଙ୍ଗପୁର ଏବଂ ବହଳଦାଅବକାରୀ କର୍ମଚାରୀଙ୍କ ମିଳିତ ଚଢାଉ କରାଯାଇ ମଦ ଚୋରାଚାଲାଣକାରୀକୁ ଗିରଫ କରିବା ସମେତ ମଦ ପେକିଂ ବୋତଲ ଜବତ କରାଯାଇଥିଲା ।ଚୋରାମଦ ବେପାରୀକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଅବକାରୀ ଇନ୍ସପେକ୍ଟର ଧୀରେନ ବେହେରାଗଣମାଧ୍ୟମକୁ କହିଥିଲେ ନିର୍ବାଚନ ଅଛି । ତେଣୁ ବେଆଇନ ନିଶାଦ୍ରବ୍ୟ ଓ ମଦ କାରବାରକୁ କଠୋର ଭାବରେ ରୋକାଯିବ ଏବଂଚଢାଉକୁ ବ୍ୟାପକ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ