ଏନଏସି ଦାବିରେ ବିଜେପି ପକ୍ଷରୁ କାକଟପୁର ବନ୍ଦ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ର କାକଟପୁର କୁ ଏନଏସି ମାନ୍ୟତା ଦାବିରେ ବିଜେପି ପକ୍ଷରୁ ୮ ଘଣ୍ଟିଆ କାକଟପୁର ବନ୍ଦ ଶାନ୍ତି ଶୃଙ୍ଖଳା ସହ ପାଳିତ ହୋଇଯାଇଛି । କାକଟପୁର ବିଜେପି ନିର୍ବାଚନ ମଣ୍ଡଳୀ ସଂଯୋଜକ ସୁଦର୍ଶନ ସ୍ୱାଇଁ ଙ୍କ ଆହ୍ବାନ କ୍ରମେ ସକାଳ ୬ ଘଟିକାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଇଥିଲା ।କାକଟପୁର ବଜାର, ସମସ୍ତ ଦୋକାନ, ସରକାରୀ କାର୍ଯ୍ୟାଳୟ ,ଗାଡି ମଟର ଚଳା ଚଳ ବନ୍ଦ ଥିବା ଦେଖିବାକୁ ମିଳିଥିଲା ବେଳେ ଆମ୍ବୁଲାନ୍ସ , ପରୀକ୍ଷାର୍ଥୀ ଓ ଜରୁରୀ କାଳୀନ ଗାଡି ଗୁଡିକ ଯିବା ଆସିବା କରୁଥିଲା ।ରାଜ୍ୟ ସରକାର ରାଜ୍ୟରେ ୩୫ଟି ନୂଆ ଏନଏସି ଘୋଷଣା କରିଥିବାବେଳେ କାକଟପୁର ଏଥିରୁ ବାଦ ପଡିଛି । ଏଠାରେ ଏନଏସି ଗଠନ ପାଇଁ ଆବଶ୍ୟକ ଭିତ୍ତିଭୂମି ଥିବାରୁ ଜନସାଧାରଣ କାକଟପୁର କୁ ଏନ୍ ଏ ସି ର ମାନ୍ୟତା ପ୍ରଦାନ ପାଇଁ ଦାବି କରି ଆସୁଥିଲେ ମଧ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ନାହାନ୍ତି।ଏହା ବିରୋଧରେ କାକଟପୁର ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ବନ୍ଦ ପାଳନ ସହ ବିଧାୟକ ତଥା ମନ୍ତ୍ରୀ ତୁଷାର କାନ୍ତି ବେହେରା ଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା । ୭ ଦିନ ମଧ୍ୟରେ କାକଟପୁର କୁ ଏନଏସି ଘୋଷଣା ନ ହେଲେ ବିଜେପି ରାଜ ରାସ୍ତାକୁ ଓଲ୍ହାଇଵ ବୋଲି ଚେତାବନୀ ଦିଆଯାଇଥିଲା ।ଆଜିର ଏହି ବନ୍ଦ ରେ ବିଜେପିର ପୂର୍ବତନ ବିଧାୟକ ବାଇଧର ମଲ୍ଲିକ ,ରାଜ୍ୟ ହରିଜନ ମୋର୍ଚ୍ଚା ସଭାପତି ତଥା ପୂର୍ବତନ ଏମପି ବିଭୁପ୍ରସାଦ ତରାଇ, ଅଧିକାରୀ ବେହେରା, ଜଗତସିଂହପୁର ସାଂସଦ ପ୍ରଭାରୀ ପବିତ୍ର ମୋହନ ଦାଶ ,ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ରାଜଲକ୍ଷ୍ମୀ ଦାଶ ,ଜିଲ୍ଲା ଉପସଭାପତି ରତିକାନ୍ତ ବେହେରା ,ଜିଲ୍ଲା ଯୁବ ମୋର୍ଚ୍ଚାସମ୍ପାଦକ ରାକେଶ ବିଶ୍ୱାଳ, ସମ୍ପାଦକ ପ୍ରିୟବ୍ରତ ବିଶ୍ୱାଳ, ପଦ୍ମଚରଣ ପରିଡ଼ା,ସରୋଜ କୁମାର ମିଶ୍ର , ସର୍ବେଶ୍ୱର ମଲ୍ଲିକ, ଇଶ୍ୱର ବେହେରା, ସିଲୁ ରାଉତ,ଅରୁଣ ବିଶ୍ୱାଳ, ଶିଶିର ବେହେରା, ମଳୟ ଦାସ, ଲଳିତ ରଥ, ରଞ୍ଜିତ ନାୟକ, ରତ୍ନାକର ବେହେରା, ମନୋଜ ବିଶ୍ୱାଳ, ହିମାଂଶୁ ବେହେରା ଙ୍କ ସମେତ ଶତାଧିକ କର୍ମୀ ବନ୍ଦ ଡାକରାରେ ସାମିଲ ହୋଇଥିଲେ । ପ୍ରକାଶ ଥାଉକି କାକଟପୁର ଏନଏସି ପାଇଁ ସମସ୍ତ ସର୍ତ୍ତ ପୂରଣ କରୁଥିବାବେଳେ ତାଲିକା ରୁ ବାଦ ପଡିବା ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ