ସ୍କୁଲ କର୍ତ୍ତୁପକ୍ଷଙ୍କ ଅବହେଳାରୁ ମ୍ୟାଟ୍ରିକ ପରୀକ୍ଷାରୁ ବଂଚିତ ହେଲେ ଛାତ୍ର : ଥାନାରେ ଅଭିଯୋଗ

କୋଣାର୍କ ,(ଗଣେଶ ଚନ୍ଦ୍ର ବେହେରା): କର୍ତ୍ତୁପକ୍ଷକଙ୍କ ଅବହେଳା କାରଣରୁ ଜଣେ ବିଦ୍ୟାର୍ଥୀ ଦଶମ ପରୀକ୍ଷାରୁ ବଂଚିତ ହୋଇଥିବା ଅଭିଯୋଗ ହୋଇଛି  ଏନେଇ ଛାତ୍ରଙ୍କ ପିତା ନିକଟସ୍ଥ ଥାନାରେ ନ୍ୟାୟ ପାଇଁ ଅଭିଯୋଗ କରିଛନ୍ତି । ମ୍ୟାଟ୍ରିକ ପରୀକ୍ଷା ପାଇଁ ମୋ ପୁଅ ପରିଶ୍ରମ କରି ଦଶମ ପରୀକ୍ଷା ଦେବାକୁ ପ୍ରସ୍ତୁତ ହେଉଥିବା ବେଳେ ପ୍ରଧାନ ଶିକ୍ଷକଙ୍କ ଅବହେଳା କାରଣରୁ ତାଙ୍କର ପୁଅ  ଦଶମ  ଶ୍ରେଣୀ ପରୀକ୍ଷା ଦେଇପାରିନଥିବା ପ୍ରଧାନ ଶିକ୍ଷକଙ୍କ ବିରୋଦ୍ଧରେ ଥାନାରେ ଅଭିଯୋଗ କରିଛନ୍ତି   ଅଭିଭାବକ  ାଏଭଳି ଏକ ଖବର ରାମଚଣ୍ଡୀ ଥାନା ଅନ୍ତର୍ଗତ ବାବା ବାଲି କପିଳେଶ୍ୱର ସ୍କୁଲ ର ଛାତ୍ର ସୌମ୍ୟ ରଞ୍ଜନଙ୍କ ଅଭିଭାବକ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ଗୋପ ବ୍ଲକ ଅନ୍ତର୍ଗତ ଶ୍ରୀ ବାଲିକପିଳେଶ୍ୱର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମୁଦାୟ ୧୨୯ ପିଲା ୧୦ମ ଶ୍ରେଣୀ ରେ ସ୍କୁଲରେ ଅଧ୍ୟୟନ କରୁଥିଲେ।ଏଥିରୁ ୩ଟି ପର‌୍ୟ୍ୟାୟରେ ୧୧୮ ପିଲା ଫର୍ମ ଫିଲପ କରିଥିଲେ।ଏଥିରେ ୧୧ ଜଣ ପିଲା ପରୀକ୍ଷା ପାଇଁ ଫର୍ମ ଫିଲପ କରିନଥିଲେ।ଯାହା ସ୍କୁଲ କତ୍ତୁପକ୍ଷ ସୂଚନା ଦେଇଛନ୍ତି।ଅଭିଯୋଗ ଅନୁସାରେ ଫର୍ମ ଫିଲପ କରିନଥିବା ୧୧ ଜଣ ଛାତ୍ର ମଧ୍ୟରୁ ଛାତ୍ର ସୌମ୍ୟ ରଞ୍ଜନ ବେହେରା ଅଛନ୍ତି।ମୁଁ ମାସକ ଆଗରୁ ଫର୍ମ ଫିଲପ କରିବା ପାଇଁ ସାର ଙ୍କୁ ଟଙ୍କା ଦେଇଥିଲି।ଗତ ୧୫ ତାରିଖ ଦିନ ପରୀକ୍ଷା ନିମନ୍ତେ ସ୍କୁଲ କୁ ଆଡ଼ମିଟ କାର୍ଡ ଆଣିବାକୁ ଗଲା ବେଳକୁ ସ୍କୁଲ କତ୍ତୁପକ୍ଷ ତୁ ଫର୍ମ ଫିଲପ କରିନାହୁଁ ତୁ ପରୀକ୍ଷା ଦେଇ ପାରିବୁ ନାହିଁ ବୋଲି ମୋ ପୁଅ କୁ କହିଲେ ବୋଲି ସୌମ୍ୟରଂଜନ ଙ୍କ ପିତା କୁହନ୍ତି।ଏନେଇ ରାମଚଣ୍ଡୀ ଥାନା ରେ ସ୍କୁଲ ପ୍ରଧାନ ଶିକ୍ଷକ ଙ୍କ ନା ରେ ଏତଲା ଦେଇଛି।ଏହାର ବିହିତ କାର‌୍ୟ୍ୟନୁଷ୍ଠାନ ନିଆ ଯାଇ ମତେ ନ୍ୟାୟ ଦିଆ ଯାଉ ବୋଲି ସୌମ୍ୟ ରଞ୍ଜନ ଙ୍କ ପିତା ପ୍ରକାଶ କରିଛନ୍ତି। ଏପଟେ ସମୁଦାୟ ସ୍କୁଲ ର ୧୨୯ ଜଣ ଛାତ୍ରଛାତ୍ରୀ ଙ୍କ ମଧ୍ୟରୁ ୧୧୮ ଜଣ ଫର୍ମ ଫିଲପ କରିଥିଲେ ୧୧ ଜଣ ଫର୍ମ ଫିଲପ କରିନଥିଲେ।ଯେଉଁ ପିଲା ମାନେ ଫର୍ମ ଫିଲପ କରିନଥିଲେ ତାଙ୍କ ଅଭିଭାବକ ମାନଙ୍କୁ ଜଣାଇ ଦିଆଯାଇଛି କିନ୍ତୁ ସଠିକ ସମୟ ରେ ସେମାନେ ପହଁଚି ନଥିଲେ।ଏହି ୧୧ ଜଣ ମଧ୍ୟରୁ ସୌମ୍ୟ ରଞ୍ଜନ ବେହେରା ମଧ୍ୟ ଅଛନ୍ତି।ତାଙ୍କ ଅଭିଭାବକ ଯେଉଁ ଅଭିଯୋଗ କରିଛନ୍ତି ତାହା ସମ୍ପୂର୍ଣ୍ଣ ଭିର୍ତ୍ତିହୀନ ସ୍କୁଲ କତ୍ତୁପକ୍ଷ ଙ୍କ ପକ୍ଷରୁ କୈାଣସି ଭୁଲ ଭଟକା କରାଯାଇନି ବୋଲି ସ୍କୁଲର ପ୍ରଧାନ ଶିକ୍ଷକ କହିଛନ୍ତି । ଏତଲା ପାଇବା ପରେ ରାମଚଣ୍ଡୀ ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।ପ୍ରକ୍ରୃତ ରେ ଛାତ୍ର ଫର୍ମ ଫିଲପ କରିଛି ନା ସ୍କୁଲ କତ୍ତୁପକ୍ଷ ଙ୍କ କିଛି ତ୍ରୁଟି ଯୋଗୁଁ ଛାତ୍ର ଆଡ଼ମିଟ କାର୍ଡ ନପାଇ ପରୀକ୍ଷା ରୁ ବଞ୍ଚିତ ହୋଇଛି ତଦନ୍ତ ପରେ କାର‌୍ୟ୍ୟ ନୁଷ୍ଠାନ ନିଆଯିବ ବୋଲି ରାମଚଣ୍ଡୀ ଥାନା ଅଧିକାରୀ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ