ଏନଡିଏ ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପାଇଁ ହୋମଯଜ୍ଞ
ବାଲେଶ୍ୱର, (ସରୋଜ ପଣ୍ଡା) :-ଏନଡିଏ ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ କାମନା କରି ସଦର ବିଜେପି କାର୍ଯ୍ୟାଳୟରେ ପୂଜାର୍ଚ୍ଚନା ସହ ହୋମଯଜ୍ଞ ଓ ଦୀପଦାନ ଆଦି ଅନୁଷ୍ଠିତ ହୋଇଯାଇଛି । ସଦର ବିଜେପି କାର୍ଯ୍ୟକର୍ତ୍ତାମାନେ ଏକତ୍ରିତ ହୋଇ ଭଗବାନଙ୍କ ଠାରେ ପ୍ରାର୍ଥନା କରିଥିଲେ । ସ୍ୱାଧୀନ ଭାରତର ପ୍ରଥମ ଜନଜାତି ମହିଳା ରାଷ୍ଟ୍ରପତି ଭାବରେ ଶ୍ରୀମତୀ ମୁର୍ମୁଙ୍କୁ ଏହି ଗରିମାମୟ ପଦବୀରେ ଚୟନ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କୁ ବିଜେପି କର୍ମକର୍ତ୍ତାମାନେ ଏହି ଅବସରରେ କୃତଜ୍ଞତା ଜ୍ଞାପନ କରିଥିଲେ । ଓଡ଼ିଶାର ସ୍ୱାଭିମାନ ଓ ଗରିମାକୁ ବଜାୟ ରଖିବା ପାଇଁ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ବିପୁଳ ଭୋଟରେ ବିଜୟୀ କରାଇବାକୁ ଦେଶବାସୀ ସମ୍ମିଳିତ ପ୍ରାର୍ଥନା କରିବାକୁ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପ ସଭାପତି ତଥା ସଦର ନେତା ମାନସ କୁମାର ଦତ୍ତ ନିବେଦନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ଗୌରାଙ୍ଗ ଦାସ, ଗଙ୍ଗାଧର ରାଉତ, ପୂର୍ବତନ ନଗର ସଭାପତି ସୀତାକାନ୍ତ ସ୍ୱାଇଁ, ଅନନ୍ତ ନାୟକ, ଉପେନ୍ଦ୍ର ଶତପଥୀ, ଜିଲା ପରିଷଦ ସଭ୍ୟ ଗୟାଧର ବେହେରା, କାଉନସିଲର ରୋଜାଲୀନ ପାଣି ଓ ସସ୍ମିତା ନାଥ, ସରପଞ୍ଚ ରବିନାରାୟଣ ପ୍ରଧାନ, ନଗ୍ରମ ସେବା ସମବାୟ ସମିତି ସଭାପତି ବେଣୁଧର ପରିଡା, ସମିତିସଭ୍ୟା ମାମନୀ ଜେନା, ଅଶୋକ ଦାସ, ହରେନ୍ଦ୍ର ପ୍ରଧାନ, ମହିଳା ନେତ୍ରୀ ସଂଯୁକ୍ତା ମହାପାତ୍ର, ଆଶାଲତା ବାଡି, ମଧୁଶ୍ରୀ ମିଶ୍ର, ଶ୍ରୀୟା ଦାସ, ସସ୍ମିତା ଶୁକ୍ଳା, ଝରଣା ଦାସ, ସ୍ୱର୍ଣ୍ଣପ୍ରିୟା ନାଥ, ଅନିତା ଦାସ, ମଣ୍ଡଳ ସଭାପତି କାର୍ତ୍ତିକ ରାଉତ, ଜିଲା ଯୁବମୋର୍ଚ୍ଚା ସମ୍ପାଦକ ଅରୂପ ଜେନା ଜିଲା ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ପବନ କମିଳା ଓ ଦୁର୍ଗା ବେହେରା, ତପନ ବେହେରା, ପିଂଟୁ ପୋଦାର, ବୃନ୍ଦାବନ ରାଉତ, ମଞ୍ଜୁ ବସନ୍ତିଆ, ମାୟାଧର ପ୍ରଧାନ, ଜୀବନ ପାଣି, ସଞ୍ଜୀବ ପ୍ରଧାନ, ଅନିଲ ମହାନ୍ତି, ପ୍ରତାପ ପ୍ରଧାନ, ଶକ୍ତି ଶଙ୍କର ପାଣିଗ୍ରାହୀ, ଜିତେନ୍ଦ୍ର ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।


