ଏନ.ଏସ.ଏସ. ପକ୍ଷରୁ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ
ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ପିପୁଲସ କଲେଜର ଜାତୀୟ ସେବା ଯୋଜନା (ଏନ.ଏସ.ଏସ.) ପକ୍ଷରୁ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଡିସେମ୍ବର ୨୮ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ପିପୁଲସ କଲେଜ ଏନ.ଏସ.ଏସ. ପ୍ରୋଗ୍ରାମ ଅଫିସର ଅଧ୍ୟାପକ ରବୀନ୍ଦ୍ରନାଥ ପୋଲାଇଙ୍କ ତତ୍ତ୍ୱାବଧାନରେ ଜାତୀୟ ସେବା ଯୋଜନା ସ୍ବେଛାସେବୀ ବୃନ୍ଦ ହାତରେ ପ୍ଲାକ କାର୍ଡ ଧରି କଲେଜରୁ ବାହାରି ସ୍ୱାସ୍ଥ୍ୟ ସଚେତନତା ନେଇ ବିଭିନ୍ନ ସ୍ଲୋଗାନ ଦେଇ ବୁଗୁଡ଼ା ସହର ପରିକ୍ରମା କରିଥିଲେ। ପୁଣି କରୋନା ବ୍ୟାପିବା ସମ୍ଭାବନା ଥିବାବେଳେ ବିଶେଷ ଭାବେ ଏହି ବିଷୟରେ ଜନସାଧାରଣଙ୍କୁ ସଚେତନତା କରିବା ମୁଖ୍ୟ ଉଦ୍ଦେଶ୍ୟ ଥିଲା। କାର୍ଯ୍ୟକ୍ରମରେ ଅଧ୍ୟାପକ ପ୍ରଭଞ୍ଜନ ମୁନି, ଅକ୍ଷୟ କୁମାର ସାହୁ ଓ ଲେଫ୍ଟନାଣ୍ଟ ଅଜୟ କୁମାର ସାହୁ ସହଯୋଗ କରିଥିଲେ।


