ଏଲିମେଂଟାରୀ ଶିକ୍ଷକ ସଙ୍ଘ ତରଫରୁ ୨୦୨୩ ବର୍ଷର ନୂତନ କ୍ୟାଲେଣ୍ଡର ତଥା ସଂକଳ୍ପ ଦିବସ କାର୍ଯ୍ୟକ୍ରମ

ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ବିଇଓ ଙ୍କ କାର୍ଯ୍ୟାଳୟ ଠାରେ ଏଲିମେଂଟାରୀ ଶିକ୍ଷକ ସଙ୍ଘ ତରଫରୁ ୨୦୨୩ ବର୍ଷର ନୂତନ କ୍ୟାଲେଣ୍ଡର ତଥା ସଂକଳ୍ପ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ଏଥିରେ ବିଇଓ ସୀତାରାମ ପlତ୍ର,ସମାଜ ଲୋକ ସେବା ମଣ୍ଡଳ ର ରାଜ୍ୟ ସଂଯୋଜକ ରାଜେନ୍ଦ୍ର ଜେନା,ପୂର୍ବତନ ବିଇଓ ଶ୍ରୀ ତ୍ରିଲୋଚନ ତ୍ରିପାଠୀ, କୁକୁଡ଼ାଖଣ୍ଡି ବିଇଓ ନୃସିଂହ ଚରଣ ମିଶ୍ର,ଓଷ୍ଟl ଜିଲ୍ଲା ସମ୍ପାଦକ ବିଜୟ କୁମାର ବେହେରା, ପ୍ରଧାନ ଶିକ୍ଷକ ଡକ୍ତର ଶଙ୍କର ନାରାୟଣ ବେଜ,ଓ଼ଷ୍ଠl ଉପ ସଭାପତି ଭିକାରି ଚରଣ ବେହେରା,ସାମ୍ବାଦିକ ସରୋଜ ସାମଲ ଆଦି ଅତିଥି ଭାବେ ଯୋଗ ଦେଇଥିଲେ, ସଂଘ ଆବାହକ ପଞ୍ଚାନନ ତ୍ରିପାଠୀ ଉପସ୍ଥିତ ଅତିଥି ମାନଙ୍କ ପରିଚୟ ପ୍ରଦାନ କରି ସଂଘ ର ଲକ୍ଷ୍ୟ ଓ ଶୈକ୍ଷିକ ଆଭିମୁଖ୍ୟ ସମ୍ପର୍କ ରେ ଆଲୋକପlତ କରି ନୂତନ ବର୍ଷର ସଂକଳ୍ପ ବିଷୟରେ କହିଥିଲେ, ମୁଖ୍ୟ ଅତିଥି ଶ୍ରୀ ଜେନା ସମାଜର ଅବହେଳିତ ବର୍ଗର ସେବାରେ ସମାଜ ଅନୁଷ୍ଠାନ ର ସେବା ମନୋଭାବ ର ବିଭିନ୍ନ ଉଦାହରଣ ଦେଇ ଏହା ଏକ ଗଣ ଅନୁଷ୍ଠାନ ବୋଲି କହିଥିଲେ ଓ ସଂଘ ର ଶୈକ୍ଷିକ କାର୍ଯ୍ୟ କ୍ରମ ରେ ସହଯୋଗ ପାଇଁ ପ୍ରତିଶୃତି ପ୍ରଦାନ କରିଥିଲେ , ବି ଇ ଓ ଶ୍ରୀ ପାତ୍ର ସଙ୍ଘ ର ଶୈକ୍ଷିକ ସଂକଳ୍ପ କୁ ନିଷ୍ଠା ର ସହ କରିବାକୁ ଓ ନବ ବର୍ଷ ପାଇଁ ଉପସ୍ଥିତ ସମସ୍ତଙ୍କ ର ଶୁଭ କାମନା କରିଥିଲେ,ବିଜୟ ଚନ୍ଦ୍ର ବେହେରା ସଂଘର କାର୍ଯ୍ୟକ୍ରମ କୁ ପ୍ରଶଂସା କରି ଆଗକୁ ଏଭଳି କାର୍ଯ୍ୟକ୍ରମ କରି ଚାଲିବାକୁ ପ୍ରେରଣା ଦେଇଥିଲେ ସଂଘ ର ସଭାପତି ଜନାର୍ଦନ ଶତପଥୀ, ସମ୍ପାଦିକା ରୀତା ରଥ, ଉପସଭାପତି ଚନ୍ଦ୍ରଶେଖର ପ୍ରଧାନ ଓ ରଂଜିତା ଦାଶ, ଉପଦେଷ୍ଠା ଜିତେନ୍ଦ୍ର ପଟନାୟକ, ମନୋଜ ତ୍ରିପାଠୀ, ମାଗୁଣି ଶତପଥୀ, ଧବଳ ସେଠି, ମନୋଜ ପଟନାୟକ, ଡ଼ଃ କୁର୍ମା ରାଓ ଆଦି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ, ନୂତନ ବର୍ଷ ପାଇଁ 5ଟି ପଂଚାୟତ ର କିଛି ବିଦ୍ୟାଳୟ ରେ ସଂଘର ଗୁଣାତ୍ମକ ଶିକ୍ଷା କାର୍ଯ୍ୟକ୍ରମ କୁ ପ୍ରସାର ପାଇଁ ସଂକଳ୍ପ ଗ୍ରହଣ କରାଯାଇଥିଲା,

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ