ଏଲ.ଆଇ.ସି.କୁ ବିକ୍ରୀ କରିବା ବିରୋଧରେ ବିକ୍ଷୋଭ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ର ସରକାର ମଇ ମାସ ୪ତାରିଖରୁ ୯ତାରିଖ ମଧ୍ୟରେ ଏଲ.ଆଇ.ସି.ର ଅଂଶଧନକୁ ବିକ୍ରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏଲ.ଆଇ.ସି. ଭଳି ପ୍ରଚୁର ଲାଭ କରୁଥିବା, ପଲିସିଧାରୀଙ୍କ ସ୍ୱାର୍ଥ ରକ୍ଷା କରୁଥିବା ଓ ଦେଶ ବିକାଶରେ ନିଜର ଅର୍ଥକୁ ବିନିଯୋଗ କରୁଥିବା ସର୍ବ ବୃହତ ଆର୍ଥିକ ସଂସ୍ଥାକୁ ବିକ୍ରୀ କରିବାର କୈାଣସି ଯୁକ୍ତିଯୁକ୍ତ କାରଣ ନଥାଇ କେନ୍ଦ୍ରର ବିଜେପି ସରକାର ଦେଶି ଓ ବିଦେଶୀ ବୃହତ ପୁଞ୍ଜିପତିମାନଙ୍କ ସ୍ୱାର୍ଥରେ ଏଭଳି ନିଷ୍ପତ୍ତି ଦେଶ ପ୍ରତି ଛୂରିକାଘାତ । ୧୯୫୬ ମସିହାରେ ୫କୋଟି ଟଙ୍କା ବିନିମୟରେ କେନ୍ଦ୍ର ସରକାର ଆରମ୍ଭ କରିଥିବା ଭାରତୀୟ ଜୀବନ ବୀମା ନିଗମ ୨୯କୋଟି ପଲିସିଧାରୀ ଓ ୧୪୦କୋଟି ଜନଗଣଙ୍କ ବିଶ୍ୱାଶ ଭାଜନ ହୋଇଥିବା ବେଳେ ଏହାର ସମ୍ପଦ ୩୮ ଲକ୍ଷ କୋଟି ଟଙ୍କାରୁ ଅଧିକ ଏବଂ ଲାଇଫ ବଣ୍ଡ ୩୪ କୋଟି ଟଙ୍କାରୁ ଅଧିକ କରିପାରିଥିବା ବେଳେ ମୋଦି ସରକାର ଏହାକୁ ଶାଗମାଛ ଦରରେ ବିକ୍ରୀ କରିବାକୁ ଯାଉଛନ୍ତି । ଏଲ.ଆଇ.ସି. ଏକଲକ୍ଷ କର୍ମଚାରୀଙ୍କୁ ନିଯୁକ୍ତି ଦେଇଥିବା ବେଳେ ୧୪ଲକ୍ଷରୁ ଉର୍ଦ୍ଧ୍ୱ ଏଜେଣ୍ଟମାନଙ୍କ ଜୀବନ ବୀବିକା ପାଇଁ କାମ କରୁଛି । ଏଲ.ଆଇ.ସି.ର ପ୍ରକୃତ ମାଲିକ ହେଉଛନ୍ତି ଏହାର ପଲିସିଧାରୀ । ଦେଶବାସୀଙ୍କ ଏହା ଉପରେ ପ୍ରଚଣ୍ଡ ଭରଷା ଓ ବିଶ୍ୱାସ ଥିବାବେଳେ ସେମାନଙ୍କ ଅନୁମତି ନିଆଯାଇ ନାହିଁ । ଏହି ନିଷ୍ପତ୍ତିକୁ ବିରୋଧ କରି ବୁଧବାର ସି.ପି.ଆଇ.(ଏମ) କେନ୍ଦ୍ରାପଡା ଜିଲ୍ଲା କମିଟି ଓ କେନ୍ଦ୍ରାପଡା ବୀମା କର୍ମଚାରୀ ସଙ୍ଘ(ଏ.ଆଇ.ଆଇ. ଇ.ଏ.) ପକ୍ଷରୁ କେନ୍ଦ୍ରାପଡା ଜୀବନ ବୀମା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ବୀମା କର୍ମଚାରୀ ନେତା ସତ୍ୟବ୍ରତ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସି.ପି.ଆଇ.(ଏମ) ଜିଲ୍ଲା ସମ୍ପାଦକ ଗୟାଧର ଧଳ, କେନ୍ଦ୍ରାପଡା ବୀମା କର୍ମଚାରୀ ସଙ୍ଘର ସମ୍ପାଦକ ରଞ୍ଜିତ ବେହେରା, ସିପିଆଇ(ଏମ) ଜିଲ୍ଲା ନେତା ଜଗତଜୀବନ ଦାଶ, ଉମେଶ ଚନ୍ଦ୍ର ସିଂହ, ମାଧବ ଦାସ, ବୀମା କର୍ମଚାରୀ ସଂଗଠନର ସହ ସମ୍ପାଦକ ଗିରିଶ ତ୍ରିପାଠୀ, କୋଷାଧ୍ୟକ୍ଷ ସୁଚିତ୍ରା ବେହେରା, ଓଡିଶା କନଷ୍ଟ୍ରକସନ ୱାର୍କର୍ସ ୟୁନିଅନର ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ମଲିକ, ବିନୟ କୁମାର ମଲିକ, ବୀମା କର୍ମଚାରୀ ନେତା ଗଣେଶ୍ୱର ବେହେରା, ମୀନକେତନ ଜେନା, ଶାରଦା ପ୍ରସାଦ ପରମାଣିକ, ବିନୋଦ ଦାସ, ଲଲାଟେନ୍ଦୁ ମହାନ୍ତି, ସରୋଜ ପରିଡା, ଶୁଭଶ୍ରୀ ସାହୁ, ସ୍ମୃତିରଞ୍ଜନ ଦାସ, ପ୍ରିୟଦର୍ଶିନୀ ସାହୁ, ଅଭିଜିତ ମହାନ୍ତି, ସରୋଜିନି ପରିଡା, ମଞ୍ଜୁଲତା ପାତ୍ର, ସୁଦାମ ସାହୁ, ଦୁଷ୍ମୀରେଖା ଦାସ, ପ୍ରଭାତି ସାହୁ, ସିପିଆଇ ଜିଲ୍ଲା ନେତା ବିକାଶ ବେହୁରା ପ୍ରମୁଖ ବକ୍ତବ୍ୟ ରଖିବା ସହ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ