କେନ୍ଦ୍ରାପଡାରେ ଭକ୍ତକବି ଜୟଦେବଙ୍କ ଜୟନ୍ତୀ ପାଳନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ଭକ୍ତକବି ଜୟଦେବଙ୍କ କାଳଜୟୀସୃଷ୍ଟି ‘ଗୀତ ଗୋବିନ୍ଦ’ର ଅଲୌକିକତା ଓ ଏହା କିପରି ଆମର ଆଧ୍ୟାତ୍ମିକ ଚେତନାକୁ ଉଦ୍‌ବୁଦ୍ଧ କରୁଛି ଜିଲ୍ଲାସ୍ତରୀୟ ଜୟଦେବ ଜୟନ୍ତୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ମତବ୍ୟକ୍ତ କରିଛନ୍ତି । ରାଜ୍ୟ ଭାଷା, ସାହିତ୍ୟ ଓ ସସ୍କୃତି ବିଭାଗର ନିର୍ଦ୍ଦେଶକ୍ରମେ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସସ୍କୃତି ପରିଷଦ ଅନୁକୂଲ୍ୟରେ ପୌରସଂସ୍ଥା ଟାଉନହଲରେ ଜିଲ୍ଲା ସ୍ତରୀୟ କବି ଜୟଦେବ ଜୟନ୍ତୀ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଧାୟକ ଶ୍ରୀ ବେହେରା କେନ୍ଦ୍ରାପଡାର କଳା ଓ ସଂସ୍କୃତିକୁ ଉଜ୍ଜିବିତ ରଖିବା ପାଇଁ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ । ଓଡିଶାରେ କବି ଜୟଦେବଙ୍କ ଜନ୍ମ ଆମ ଓଡିଆଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ମତବ୍ୟକ୍ତ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପିତାମ୍ବର ସାମଲଙ୍କ ଅଧ୍ୟକ୍ଷତାରେ ଅନୂଷ୍ଠିତ ଏହି ସମାରୋହରେ କବି ଜୟଦେବଙ୍କ ଜିବନୀ ଓ ତାଙ୍କ ରଚିତ ଗୀତଗୋବିନ୍ଦ ସମ୍ପର୍କରେ ଆଲୋଚନା କରାଯାଇଥିଲା । ପ୍ରାରମ୍ଭରେ ଏହି ସମାରୋହକୁ ଉଦ୍‌ଘାଟନ ପୂର୍ବକ ପ୍ରଦୀପ ପ୍ରଜ୍ଜଳନ କରି ଅତିଥିମାନେ ଜଗନ୍ନାଥ ଓ କବି ଜୟଦେବଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ସାଇନାଥ କଳାପରିଷଦର କଳାକାରମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ଭାବଗ୍ରାହୀ କଳାନିକେତନର କଳାକାରମାନେ ଗୀତଗୋବିନ୍ଦ ସଙ୍ଗୀତ ଗାନ କରିଥିଲେ । ଜିଲ୍ଲା ସଂକୃତି ବିଭାଗ ଅଧିକାରିଣୀ ସୋନାଲି ବେହେରା ପ୍ରାରମ୍ଭରେ ଜୟନ୍ତୀ ପାଳନର ଆଭିମୂଖ୍ୟ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ସୁବ୍ରତ କୁମାର ରାଉତ ଓ ଜିଲ୍ଲା ସସ୍କୃତି ସଂଯୋଜିକା ଜୟଶ୍ରୀ ପତି ଯଥାକ୍ରମେ ମଞ୍ଚପରିଚାଳନା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସଂଚାଳନା କରିଥିବା ବେଳେ ବରିଷ୍ଠ ରାଜସ୍ୱ ସହାୟକ ପ୍ରଦିପ କୁମାର ଦାଶ ସହଯୋଗ କରିଥିଲେ । ଜୟନ୍ତି ପାଳନ ଉପଲକ୍ଷେ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ବକ୍ତୃତା ଓ ଓଡିଶୀ ସଙ୍ଗୀତ ପ୍ରତିଯୋଗିତାର ୧୨ଜଣ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ଓଡିଶୀ ସଙ୍ଗୀତ ନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିବା ସାଇନାଥ କଳା ପରିଷଦ ଓ ଭାବଗ୍ରାହୀ କଳାନିକେତନ ସାଂସ୍କୃତିକ ଅନୁଷ୍ଠାନକୁ ମୁଖ୍ୟ ଅତିଥି ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ । ଏହି ସମାରୋହରେ ବହୁ ବୁଦ୍ଧିଜିବୀ ଯୋଗଦେଇଥିଲେ । ଶେଷରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ