ଐତିହାସିକ ବିଜୟ ହାସଲ କଲା ଜଗନଙ୍କ ୱାଇଏସଆର କଂଗ୍ରେସ ପାର୍ଟି
ନୂଆଦିଲ୍ଲ୍ଲୀ (ଓ୍ୱାଇଏନ୍ଏସ୍): ଆନ୍ଧ୍ରପ୍ରଦେଶରେ ଜଗନ ରେଡ୍ଡୀଙ୍କ ୱାଇଏସଆର କଂଗ୍ରେସ ପାର୍ଟି ପୁଣି ଥରେ ସଫଳତା ହାସଲ କରିଛି । ପୌର ନିିର୍ବାଚନରେ ବିଜୟ ହାସଲ କରିଛି। ୭୫ଟି ପୌରସଂସ୍ଥା ମଧ୍ୟରୁ ୭୪ଟି ପୌରସଂସ୍ଥାରେ ବିଜୟ ହାସଲ କରିଛି ୱାଇଏସଆରସିପି। ଏହା ମଧ୍ୟ ଦାବି କରିଛି ଯେ, ଏହି ପାର୍ଟି ସମସ୍ତ ୧୨ଟି ନିଗମରେ ଜିତିପାରେ। ୱାଇଏସଆରସିପିର ପ୍ରାର୍ଥୀମାନେ ଅନନ୍ତପୁର, କାଦାପା, କୁର୍ନୁଲ, ଚିତ୍ତୋର, ତିରୁପତି, ଓଙ୍ଗୋଲ ଏବଂ ଗୁଣ୍ଟୁର ନିଗମରେ ବିଜୟ ହାସଲ କରିଛନ୍ତି। ବିଜୟୱାଡା ଏବଂ ବିଶାଖାପାଟନମ୍ ନିଗମରେ ଗଣନା ଜାରି ରହିଛି, ଯେଉଁଠାରେ ୱାଇଏସଆରସିପି ଆଗରେ ରହିଛି। ୧୨ଟି ନିଗମ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଏବଂ ହାଇକୋର୍ଟଙ୍କ ନିର୍ଦ୍ଦେଶ ଯୋଗୁଁ ଏଲୁରୁ ନିଗମରେ ଗଣନା ବିଚାରାଧୀନ ରହିଛି। ତେବେ ଆନ୍ଧ୍ରରେ ଜଗନଙ୍କୁ ହିିଁ ଜନତା ଏକ ନମ୍ବର ପସନ୍ଦ କରିଛନ୍ତି । ଜଗନ ରେଡ୍ଡୀଙ୍କ କାର୍ଯ୍ୟରେ ଜନତା ଖୁସିଥିବା ଜଣାପଡିଛି ।


