ପ୍ରସିଦ୍ଧ ବଲିଉଡ ଶାରୀରିକ ପ୍ରଶିକ୍ଷକ ରାମ ସିର୍କାଙ୍କୁ ଭବ୍ୟ ସମ୍ବର୍ଦ୍ଧନା
ରାଇରଙ୍ଗପୁର (ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଅଂଚଳର ବିଜାତଳା ବ୍ଲକ ଅନ୍ତର୍ଗତ ଖନ୍ତ ଗ୍ରାମର ସୁଯୋଗ୍ୟ ସନ୍ତାନ ତଥା ବଲିଉଡ ଜଗତର ନାମିଦାମୀ ପ୍ରସିଦ୍ଧ ଯୁବ ଶାରିରୀକ ପ୍ରଶିକ୍ଷକ ରାମ ସିର୍କାଙ୍କୁ ପୋଖରୀଆ ଗ୍ରାମରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସୂଚନାଯୋଗ୍ୟ ଯେ ଖନ୍ତ ଭଳି ଏକ ଆଦିବାସୀ ଅଧ୍ୟୁଷିତ ନିପଟ ଗ୍ରାମରେ ରାମ ସିର୍କାଙ୍କ ଜନ୍ମ । ସେ ପିଲାବେଳେ ସବୁବେଳେ ଆଗକୁ ଯିବାକୁ ସ୍ୱପ୍ନ ଦେଖୁଥିଲେ ଖେଳ ପ୍ରତି ତାଙ୍କର ନିଶା ଥିଲା । ଗରୀବ ଘରର ପିଲା ହେଲେବି ସେ ପଡୋଶୀ ଝାଡଖଣ୍ଡର ଟାଟା ନଗର ଯାଇ ସେଠାରେ କୁମ୍ଫୋ ଓ ଜୁଡୋ ପ୍ରଶିକ୍ଷଣ ନେଇଥିଲେ । ବ୍ଲାକ ବେଲ୍ଟ ମଧ୍ୟ ପାଇଥିଲେ ।ଏହି ଜୁଡୋ ଏବଂ କୁମ୍ଫୋ ଯେ ଦିନେ ତାଙ୍କର ଜୀବନର ଗତି ବଦଳାଇ ଦେବ ସେ କେବେ ଭାବି ନ ଥିଲେ । ପରେ ସେ ମୁମ୍ବାଇ ପଳାଇଥିଲେ କିଛି ରୋଜଗାର ପାଇଁ । ସେଠାରେ ତାଙ୍କର ମନ ବଲିଉଡ ଆଡ଼କୁ ବଦଳାଇଲା । ସେଠାରେ କିଛି ବର୍ଷ ଧରି ଭୋକ ଉପାସ,ଆର୍ଥିକ ଅନାଟନରେ ବଲିଉଡରେ ପାଦ ଦେବାକୁ ସଂଘର୍ଷ ଜାରି ରଖିଥିଲେ । ଶେଷରେ ସେ ସଫଳ ହୋଇଥିଲେ ପ୍ରଭୁ ଦେବାଙ୍କୁ ଗୁରୁ ବୋଲି ମାନିଥିଲେ ପ୍ରଭୁ ଦେବାଙ୍କୁ ଆଶୀର୍ବାଦରେ ବଲିଉଡରେ ପ୍ରବେଶ କରିଥିଲେ । ବଲିଉଡରେ ସେ ଦବଙ୍ଗ-୩ରେ ସଲମାନ ଖାନଙ୍କ ସହ କାର୍ଯ୍ୟ କରିଥିଲେ । ତଦସହ ‘ଦି କମ୍ପୁ ମାଷ୍ଟର’ଆକ୍ସନ ହିରୋ ବୁଝୁ,,ଶିବାସ ରିଡମ୍ପସନ ରେ ନିଜର କରିସ୍ମା ଦେଖାଇବା ସହ ସାଉଥ୍ ପିକ୍ଚରରେ ମଧ୍ୟ ନିଜର ପ୍ରତିଭା ଦେଖାଇଛନ୍ତି । ଦିର୍ଘ ବର୍ଷ ପରେ ନିଜର ଜନ୍ମ ମାଟିକୁ ବୁଲିବାକୁ ଆସିଥିବାବେଳେ ପୋଖରା ଗ୍ରାମର ଯୁବକମାନେ ଏକ ବିଶାଳ ସମ୍ବର୍ଦ୍ଧନା ଉତ୍ସବରେ ଯୁବ ବଲିଉଡ କଳାକାର ରାମ ସିର୍କାଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତି, ଓଲିଉଡ ଏବଂ ହୋ ସମାଜର କଣ୍ଠଶିଳ୍ପୀ ଗଙ୍ଗାଧର ହେମ୍ବ୍ରମ,ଆଲବମ ହିରୋ ତଥା ହୋ ଫିଲ୍ମ କଳାକାର ଅରବିନ୍ଦ ତିରିଆ,ସୁନ୍ଦର ମୁଣ୍ଡା,ସେଲେଇ ପୂର୍ତି, ବିଜେପି ଜିଲ୍ଲା ପରିଷଦ ସଦସ୍ୟା ପେଲେଙ୍ଗ ଚାତାର,,ମଟକା ବିରୁଆ,ଅନିଲ ବିରୁଆ, ଯୋଗେଶ୍ୱର ଚାତାର,ସୁନା ଚାତାର,ଵୀରସିଂ ଦେଓଗାମ,ଧନି ପ୍ରମୁଖ ଏହି ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦେଇ ଯୁବ ଓଲିଉଡ ତାରକାଙ୍କୁ ତାଙ୍କର ଗୁଣଗାନ କରି ସମ୍ବର୍ଦ୍ଧିତ କରିଥିଲେ ।ରାମ ସିର୍କା ନିଜଜୀବନର ସଂଘର୍ଷମୟ ଉପରେ ଆଲୋକପାତ କରିଥିଲେ । ପରିଶ୍ରମର ଫଳ ବିଳମ୍ବ ହେଲେ ମଧ୍ୟ ନିଶ୍ଚିତ ପରିବାର । ସମସ୍ତଙ୍କୁ ଧୈର୍ଯ୍ୟ ଧରିବାକୁ ପଡ଼ିବ । ନିଜ ମାଟିରେ ତାଙ୍କୁ ଏତେବଡ଼ ସମ୍ବର୍ଦ୍ଧନା ଉତ୍ସବରେ ସମ୍ବର୍ଦ୍ଧିତ କରିଥିବାରୁ ସେ ଆଜୀବନ ଋଣୀ । ତଦସହ କମିଟିକୁ କୃତଜ୍ଞତା ଜଣାଇବା ସହ ଅଂଚଳର କଳା ଓ ବିକାଶ ଉପରେ ସେ ଆଗକୁ ଧ୍ୟାନ ଦେବେ ବୋଲି କହିଥିଲେ । ରାମ ସିର୍କାଙ୍କୁ ଦେଖିବାପାଇଁ ବହୁ ସଂଖ୍ୟାରେ ଯୁବକ-ଯୁବତୀ ଛୁଟି ଆସିଥିଲେ ।


