ଓଏଏସରେ କୃତକାର୍ଯ୍ୟ ହେଲେ କେନ୍ଦ୍ରୀୟ ବିଦ୍ୟାଳୟର ଶିକ୍ଷକ

ପାରଳାଖେମୁଣ୍ଡି, ( ତାରିଣୀ ପ୍ରସାଦ ପଣ୍ଡା ) – ୨୦୧୯ ଓଡିଶା ପ୍ରଶାସନିକ ସେବା ପରୀକ୍ଷା ଫଳ ପ୍ରକାଶିତ ହୋଇଯାଇଛି । ଏଥିରେ ପାରଳାଖେମୁଣ୍ଡି ଠାରେ ଥିବା ଗଜପତି କେନ୍ଦ୍ରୀୟ ବିଦ୍ୟାଳୟର ଶିକ୍ଷକ ପୁରଂଜନ ଘଣ୍ଟା ସଫଳତାର ସହ କୃତକାର୍ଯ୍ୟ ହୋଇଛନ୍ତି । ଏଥିପାଇଁ ସେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଗୁରୁଜନ ଓ ପରିବାର ଲୋକଙ୍କୁ ଶ୍ରେୟ ଦେଇଛନ୍ତି । ପ୍ରକାଶ ଥାଉକି ପୁରଂଜନ ଘଣ୍ଟା ପୂର୍ବରୁ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ପ୍ରିଲିମେନାରୀ ପରୀକ୍ଷାରେ ମଧ୍ୟ କୃତକାର୍ଯ୍ୟ ହୋଇଥିଲେ । ଜଣେ ସଫଳ ପରିଶ୍ରମୀ ଓ ମେଧାବୀ ଶିକ୍ଷକ ଭାବେ ସେ ପାରଳାଖେମୁଣ୍ଡି ସହରରେ ବେସ ଜଣାଶୁଣା ବ୍ୟକ୍ତିତ୍ୱ । ତାଙ୍କର ଏହି କୃତକାର୍ଯ୍ୟ ପାଇଁ ସହରର ବିଭିନ୍ନ ମହଲରୁ ଶୁଭେଚ୍ଛାର ଶୁଅ ଛୁଟିବାରେ ଲାଗିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ