ଗଜପତି ଜିଲ୍ଲା ଯୁବ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ
ପାରଳାଖେମୁଣ୍ଡି, ( ତାରିଣୀ ପ୍ରସାଦ ପଣ୍ଡା ) – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା କଂଗ୍ରେସ ଭବନ ଠାରେ ଗଜପତି ଜିଲ୍ଲା ଯୁବ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ଆଗାମୀ ଦୁଇ ମାସ ପାଇଁ ସଂଗଠନର କାର୍ଯ୍ୟ ଖସଡା ପ୍ରସ୍ତୁତ ହୋଇଛି । ରାଜ୍ୟରେ ହେବାକୁ ଥିବା ପୌରପରିଷଦ ଓ ପଞ୍ଚାୟତ ନିର୍ବାଚନକୁ ଯୁବ କଂଗ୍ରେସ ଅଗ୍ରାଧିକାର ଭିତ୍ତିରେ ଲଢିବ ବୋଲି ସ୍ଥିର ହୋଇଛି । ଗତ ୪ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ୪୦ମିନିଟର ପାରଳାଖେମୁଣ୍ଡି ଗସ୍ତବେଳେ ପ୍ରଦାନ କରାଯାଇଥିବା ବିଜୁସ୍ୱାସ୍ଥ୍ୟ ବୀମା କାର୍ଡ ବଣ୍ଟନ ଏକ ପ୍ରହସନ ବୋଲି କୁହାଯାଇଛି । ଜିଲ୍ଲାର ଲୋକ ପ୍ରତିନିଧିମାନେ ସେଦିନ ମୁଖ୍ୟମନ୍ତ୍ରୀଙ୍କ ସାମନାରେ ଜିଲ୍ଲା ବହୁବିଧ ସଂସ୍ଥା ସଠିକ ଢଂଗରେ ଉପସ୍ଥାପିତ ନ କରି କେବଳ ତାଙ୍ଗୁ ଧନ୍ୟବପାଦ ଦେଇଥିବାରୁ ନିନ୍ଦା ପ୍ରସ୍ତାବ ଗୃହୀତ ହୋଇଥିଲା । ଏହି ଅବସରରେ କଂଗ୍ରେସ ଲୋକସବା ପ୍ରାର୍ଥି ଭି.ଚନ୍ଦ୍ରଶେଖର ନାଇଡୁ ଜିଲ୍ଲାରେ କିଭଳି ଯୁବ ସଂଗଠନ ଅଧିକ ସୁଦୃଢ ହେବ ସେନେଇ ଭର୍ଚୁଆଲ ମାଧ୍ୟମରେ ପରାମର୍ଶ ଦେଇଥିଲେ । ଆଜିର ଏହି ବୈଠକରେ ବରିଷ୍ଠ କଂଗ୍ରେସ ନେତା ଜୟ ମୋହନ ରାଓ, ଅଭିମନ୍ୟୁ ପଣ୍ଡା, ବସନ୍ତ ପଣ୍ଡା ଅତିଥି ଭାବେ ଯୋଗ ଦେଇଥିଲେ । ଆଜିର ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସମୀର ମହାରଣା, ଅବଦୁଲ ଅଜିଜ, ବିବେକ ଶବର, ମାସିୟ ମଳିକ, ଜର୍ମିୟ ରଇତ, ଆବୁସଲିମ ରଇତ, ଶଙ୍କର ଗୌଡ, ମୁନା ମହାରଣା, ରାଜା ପାତ୍ର, ରିଙ୍କୁ ଲିମା, ଗାରବିଏଲ ଲିମା, ପ୍ରସାଦ ରାଓ, ପ୍ରବୀନ କୁମାର, ରଂଜିତ କୁମାର, ହେମନ୍ତ ମଣ୍ଡଳ, ଗାଳୀୟ ଭୂୟାଁ, କିମନ ରଇତ, ତପନ ବିଶ୍ୱାଳ, ନଳୀନି ଦଳାଇ ପ୍ରମୁକ ଉପସ୍ଥିତଥିଲେ ।


