ଓଡ଼ିଶା ପତ୍ରକାର ସଂଘର ନୂତନ କର୍ମକର୍ତ୍ତା ସାମ୍ବାଦିକ ସୁରକ୍ଷା ଆଇନ୍ କାର୍ଯ୍ୟକାରୀ କରିବାକୁ ଦାବି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶା ପତ୍ରକାର ସଂଘର ସାଧାରଣ ପରିଷଦ ବୈଠକ ଓ ୨୦୨୩ରୁ ୨୦୨୬ ପର୍ଯ୍ୟନ୍ତ ନୂତନ କର୍ମକର୍ତ୍ତା ମନୋନୀତ କରାଯାଇଛି । ନିର୍ବାଚନ ଅଧିକାରୀ ଭାବେ ଭରତ ଚନ୍ଦ୍ର ବେହେରା ଦାୟିତ୍ୱ ତୁଲାଇଥିଲେ । ସଂଘର ପ୍ରତିଷ୍ଠାତା ସଭାପତି ସୁରେନ୍ଦ୍ର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସଭାପତି ଭାବେ ଅବିନାଶ ମିଶ୍ର ପୁନର୍ବାର ଦାୟିତ୍ୱ ତୁଲାଇବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଥିଲା ।ସେହିପରି ସାଧାରଣ ସମ୍ପାଦକ ଭାବେ ରାମଦାସ ଲିମା ପୁନର୍ବାର ମନୋନୀତ ହୋଇଥିଲା ବେଳେ ଉପସଭାପତି ଭାବେ ହରପ୍ରସାଦ ଦାସ, ସୁରେଶ ଦାଶ, ପ୍ରଦୀପ ଦାଶ, ସଂଗଠନ ସମ୍ପାଦକ ଭାବେ କିଶୋର ଚନ୍ଦ୍ର ରଥ, ସମ୍ପାଦକ ଯତିନ୍ଦ୍ର ସେଣ୍ଢ, କୋଷାଧ୍ୟକ୍ଷ ସତ୍ୟବାଦୀ ନାୟକ ମନୋନୀତ ହୋଇଛନ୍ତି । ସେହିପରି କାର୍ଯ୍ୟକାରୀ ସଦସ୍ୟ ଭାବେ ଉମେଶ ଚନ୍ଦ୍ର ରାୟ, ମନୋଜ କୁମାର ଦାସ, ନିଖିଳ ବିଶ୍ୱାଳ, ସମ୍ବିତ ମଲ୍ଲିକ, ନୃସିଂହ ମହାପାତ୍ର, ରଘୁନାଥ କାମ୍ବା, ଶଙ୍କର ବେହେରା, ସୁଶିଲ କୁମାର ଆଇଚି, ବିଶ୍ୱରଞ୍ଜନ ମିଶ୍ର, ସଞ୍ଜୟ ସାହୁ, ମିତ୍ରବନ୍ଧୁ ପଲେଇ, ରସାନନ୍ଦ ବେହେରା, ପ୍ରଭାକର ବିଶ୍ୱାଳ, ମାଧବ ରାଉତ, ଚିତ୍ତରଞ୍ଜନ ମହାପାତ୍ର ପ୍ରମୁଖ ମନୋନୀତ ହୋଇଛନ୍ତି ।ଶନିବାର ଭୁବନେଶ୍ୱରସ୍ଥିତ ସଂଘ କାର୍ଯ୍ୟାଳୟରେ ସଂଘର ପ୍ରତିଷ୍ଠାତା ସଭାପତି ସୁରେନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ପ୍ରାତଞ୍ଜଳି ଖବରକାଗଜର ସମ୍ପାଦକ ପ୍ରଦୀପ କୁମାର ସାହାଙ୍କ ଅକାଳ ବିୟୋଗରେ ଦୁଇମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଏଥିସହିତ ଦିବଙ୍ଗତ ସାମ୍ବାଦିକଙ୍କ ସ୍ମୃତିଚାରଣ କରାଯାଇଥିଲା । ଏହାପରେ ସଂଘର ଆଭିମୁଖ୍ୟ, କାର୍ଯ୍ୟପନ୍ଥା, ସଂଗଠନ ସୁଦୃଢ ଉପରେ ଆଲୋଚନା କରାଯାଥିଲା । ବିଶେଷକରି ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ସରକାର ସ୍ୱତନ୍ତ୍ର ଆଇନ କରିବା, ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ରାଶି ୨ରୁ ୫ ଲକ୍ଷକୁ ବୃଦ୍ଧି ପ୍ରଭୃତି ସାତଦଫା ଦାବି ଉପରେ ଆଲୋଚନା କରାଯାଇଥିଲା । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ସଂଘର ସଦସ୍ୟମାନେ ଯୋଗଦେଇ ଆଲୋଚନା କରିଥିଲେ । ଶେଷରେ ସଂଘର ଉପସଭାପତି ହରପ୍ରସାଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ