ଓଡିଶାକୁ ଠକି ଠକି ଚାଲିଛି ଟାଟା କମ୍ପାନୀ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପିଲାଦିନୁ ଶୁଣିଆସୁଛି – ଟାଟା କମ୍ପାନୀ ଲୁଣଠୁ ଉଡାଜାହାଜ ବିକ୍ରି କରି ସାରା ବିଶ୍ୱରେ ଜଣାଶୁଣା ଧନୀ । କିନ୍ତୁ ଟାଟା କମ୍ପାନୀ ଯେ – ନିର୍ଦ୍ଧୁମ ଠକୁଛି ଏକଥା ଏବେ ଏବେ ଦିନକୁଦିନ ଧରାପଡିବାରେ ଲାଗିଛି । ଟାଟାର ଟଙ୍କା ପଛରେ ଟିଙ୍କ ଭଳି ଅଧିକାଂଶ ନେତା, ବିଧାୟକ, ମନ୍ତ୍ରୀ, ଅଫିସର, ଗୁଣ୍ଡାବାହିନୀ ସମସ୍ତେ ନୁଙ୍ଗୁପୁଙ୍ଗୁ । ଜାତୀୟ ଓ ଆଞ୍ଚଳିକ ରାଜକୋଷକୁ କିଭଳି ଟାଟା ହସ୍ତେ ଟେକିଦିଆଯାଇଛି – ଯାଉଛି, ତାହାର ସଦ୍ୟତମ ଉଦାହରଣ – ଗୋପାଳପୁର ଟାଟା ସୁପର ସ୍ପେଶାଲିଟି ହସ୍‍ପିଟାଲ ବିକ୍ରି ହେବାପାଇଁ ବିଜ୍ଞାପନ – ପ୍ରସ୍ତୁତିପର୍ବ ଆରମ୍ଭ ହୋଇଛି ବୋଲି ବରିଷ୍ଠ ଶ୍ରମିକନେତା ମାୟାଧର ନାୟକ ପ୍ରେସ୍‍ ଇସ୍ତାହାରରେ କହିଛନ୍ତି । ଶ୍ରୀ ନାୟକ ଲେଖିଛନ୍ତି – ଗଞ୍ଜମବାସୀଙ୍କୁ ଉଚ୍ଚମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟାଟା କମ୍ପାନୀକୁ ମାଗଣାରେ ଗୋପାଳପୁର ଶୀତଳାପଲ୍ଲୀ ଠାରେ ଜମି ୨୦୧୪ରେ ଯୋଗାଇଦେଇଥିଲେ । ଦୀର୍ଘ ୮ ବର୍ଷ ହେଲା ସେ ଜମିରେ ଟାଟା କୋଠାବାଡି, ହସ୍‍ପିଟାଲ ପାଇଁ ଯନ୍ତ୍ରପାତି ସ୍ଥାପନ ସତ୍ତ୍ୱେ ଆଜି ପର୍ଯ୍ୟନ୍ତ ହସ୍‍ପିଟାଲ ଆଦୌ କାର୍ଯ୍ୟକାରୀ ହୋଇନି । ଏବେ ତାକୁ ବିକ୍ରି କରିଦେବା ବିଜ୍ଞାପନ ଓଡିଶାବାସୀଙ୍କ ପ୍ରତି ଟାଟାର ହେ’ଜ୍ଞାନ ବୋଲି ଧରିନେବାକୁ ହେବ । ଟାଟାର ଠକେଇ କେବଳ ଗଞ୍ଜାମରେ ନୁହେଁ – ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ ଗୋରୁମହିଷାଣି ସୋଲେଇପାଟ ଲୁହାପଥର ଖଣିରୁ ‘ପାତିରେଲ୍‍’ ଯୋଗେ ଜାମସେଦ୍‍ପୁର ଷ୍ଟିଲ୍‍ ପ୍ଲାଣ୍ଟ୍‍, ସୁକିନ୍ଦାରୁ କ୍ରୋମାଇଟ୍‍, ବଡବିଲ୍‍-ଯୋଡାରୁ ଲୁହାପଥର, ତାଳଚେର-ଅନୁଗୁଳ-ସମ୍ବଲପୁରରୁ କୋଇଲା ଖଣିଖାଦାନ ହାତେଇ ଲକ୍ଷ ଲକ୍ଷ କୋଟି ଟଙ୍କା ଲାଭର ପାହାଡ ସୃଷ୍ଟି କରିଛି । ପ୍ରତିଦାନରେ ଓଡିଶାବାସୀ ପାଇଛନ୍ତି କ’ଣ ? ଖାଲି ଧୂଳି, ଧୂଆଁ, ବିଷାକ୍ତ ପାଉଁଶର ଆଘ୍ରାଣ, ରୋଗ, ପ୍ରଦ୍ୟୂଷଣ, ବେକାରୀ, ବିସ୍ଥାପିତ ପ୍ରମୂଖ କେତେ କେତେ ଜୀବନହାନୀ ଉପହାର । ଏବେ କେବଳ ଗଞ୍ଜାମରେ ନୁହେଁ, ସୁକିନ୍ଦା, କଳିଙ୍ଗନଗର, କେଉଁଝର, ମୟୁରଭଞ୍ଜ, ସୁନ୍ଦରଗଡ, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର ଅଞ୍ଚଳରେ ଟାଟା କମ୍ପାନୀ ଦ୍ୱାରା ନିର୍ଯାତିତ, ଶୋଷିତ, ଅତ୍ୟାଚାରିତ, ବିସ୍ଥାପିତ ମଣିଷ ମନରେ ଅଶାନ୍ତି-ଅସନ୍ତୋଷର ନିଆଁ ପ୍ରଜ୍ୱଳିତ ହେବାରେ ଲାଗିଛି । କେତେବେଳେ ଭୂମିକମ୍ପ ଭଳି ବିସ୍ଫୋରଣ ନହେବ କିଏ କହିବ !ଏବେ ଆମ ବିଜୁଳି ଉପରେ ଆଖି । ଟାଟା ପାୱାର ଗରିବଗୁରୁବାଙ୍କୁ ଲୁଟୁଛି ? ଟାଟା ଯେଉଁ ଡିଜିଟାଲ୍‍ ମିଟର ବୋର୍ଡ ଘରେ ଘରେ ଲଗାଉଛି – ସେଥିରେ ଓଡିଶା ସରକାରଙ୍କ ବିଲ୍‍ ଅପେକ୍ଷା ୫୦ ଗୁଣ ଅଧିକ ଆସୁଛି । ଆମେ ବିଜୁଳି ନ ଜାଳି ପୁଣି ସେଇ ଦୀପ,ଡିବି,ଲଣ୍ଠନ ଯୁଗକୁ ଫେରିଯିବା କି ? ଯେଉଁଦିନଠୁ ଜାମସେଦ୍‍ଜୀ ଟାଟା ଠୁ ରତନ୍‍ ଟାଟା ପର୍ଯ୍ୟନ୍ତ ଆମ ଓଡିଶାରୁ ଲୁହାପଥର ନେଇ ଜାମସେଦପୁରରେ ଇସ୍ପାତ କାରଖାନା କଲେ – ୧୭ ବର୍ଷ ତଳେ କଳିଙ୍ଗନଗର ଗୁଳିକାଣ୍ଡ ଘଟାଇ ସଂଖ୍ୟାଗରିଷ୍ଠ ନେତା, ମନ୍ତ୍ରୀ, ବିଧାୟକ, ଅଫିସରଙ୍କୁ ବକ୍‍ରି ବନାଇ ହାଟବଜାରରେ ବିକ୍ରି କରିଦେଇ ଟାଟା ଷ୍ଟିଲ୍‍ ପ୍ଲାଣ୍ଟ କଳିଙ୍ଗନଗର ଆଦିବାସୀଙ୍କ ଭିଟାମାଟି ଉପରେ ଗଢିଉଠିଲା । ଅଧିକାଂଶ ବାସହରା ହୋଇ ଚାକିରୀ ନପାଇ ଏବେ ଦାଣ୍ଡର ଭିକାରୀ । ଟାଟା କମ୍ପାନୀର ଅନ୍ୟାୟ ବିରୁଦ୍ଧରେ ନା ସରକାର, ନା ନେତା କେହି ପାଟି ଫିଟାଉନାହାଁନ୍ତି । ଅଧିକାଂଶଙ୍କୁ ବୋଦା, ଖାସି, ମାଇଛେଳି ବନାଇବା ପ୍ରକ୍ରିୟା ଏବେବି ଚାଲୁ ରହିଛି । ଟାଟା କମ୍ପାନୀର ଅଭାବଅନାଟନ ପାଇଁ ସିନା ଗୋପାଳପୁର ହସପିଟାଲ ବିକିବାକୁ ଯାଉଛନ୍ତି । ସୁକିନ୍ଦା ଉପତ୍ୟାକାର ସୁକିନ୍ଦା, ସାରୁଆବିଲ୍‍, କମର୍ଦ୍ଦା ଖଣି, କଳିଙ୍ଗନଗର ଷ୍ଟିଲ ପ୍ଲାଣ୍ଟ୍‍, ବ୍ରାହ୍ମଣୀପାଳ ଚାର୍ଜକ୍ରୋମ୍‍ ପ୍ଲାଣ୍ଟ୍‍ ପ୍ରମୂଖ ଶ୍ରମିକ, କର୍ମଚାରୀ ଓ ଆଦିବାସୀ, ଦଳିତବର୍ଗ ବିସ୍ଥାପିତ ମାନଙ୍କ ସରକାରୀ ନିୟମାନୁଯାୟୀ ପ୍ରାପ୍ୟ ପାଉଣା ଏପର୍ଯ୍ୟନ୍ତ ଠକିଚାଲିଥିବା ଲକ୍ଷ ଲକ୍ଷ କୋଟି ଟଙ୍କା ଦବାପାଇଁ କଳିଙ୍ଗନଗର ଷ୍ଟିଲ୍‍ ପ୍ଲାଣ୍ଟ୍‍ ବିକିବନାହିଁ କି? ଦେଶର ଶ୍ରମଜୀବୀଙ୍କ ବକେୟା ପାଉଣା ପଇଠ କରିବାପାଇଁ ଜାମ୍‍ସେଦପୁର ଷ୍ଟିଲ୍‍ ପ୍ଲାଣ୍ଟ୍‍ କେବେ ବିକ୍ରି କରିବ ? ତେଣୁ ବେଳ ଥାଉ ଥାଉ ହେ ଟିସ୍କୋ କମ୍ପାନୀ – ସୁଧୁରି ଯା – ଶୀଘ୍ର ଗୋପାଳପୁରରେ ବିକ୍ରି ବନ୍ଦ କରି ସୁପର ହସପିଟାଲ୍‍ କାର୍ଯ୍ୟକ୍ଷମ କର – ଯାହା କରୁଛ ଶୀଘ୍ର କର । ଏଇ ୨୦୨୩ ମସିହାରେ ବିଶ୍ୱର ଦୁଇ ନମ୍ବର ଧନୀ ଗୌତମ ଆଦାନୀ କମ୍ପାନୀ ଅବସ୍ଥାକୁ ଟିକେ ନଜର ପକା – ନହେଲେ ଟାଟା କମ୍ପାନୀ ତୁମ ଛଇ ଛାଡିଯିବ ଛକେ ଛକେ – ଛ’ଦିନକେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ