ଓଡ଼ିଶା ର ପ୍ରଭାତ କୁମାର୍ ସ୍ୱାଇଁ ଙ୍କୁ ବିଶ୍ମିଲା ଖାନ୍ ଯୁବ ପୁରସ୍କାର ଓଡ଼ିଶା ନୃତ୍ୟ କ୍ଷେତ୍ର ରେ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ନୃତ୍ୟ ପ୍ରଦର୍ଶକ, ନୃତ୍ୟକଳା ବିଶାରଦ ଏବଂ ନୃତ୍ୟ ଗୁରୁ ପ୍ରଭାତ କୁମାର ସ୍ବାଇଁ ସର୍ବପ୍ରଥମେ ଚନ୍ଦ୍ରଶେଖର ଗୋଟିପୁଅ କଳା ସଂସଦ ଡିମିରୀସେଣା ରୁ ମାତ୍ର ୭ ବର୍ଷ ବୟସରେ ଗୋଟିପୁଅ ନୃତ୍ୟଶିକ୍ଷା ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ଜାତୀୟ ଓ ଅର୍ନ୍ତଜାତୀୟ ଖ୍ୟାତି ସମ୍ପର୍ଣ୍ଣ ନୃତ୍ୟାଙ୍ଗନା ଓ ନୃତ୍ୟଗୁରୁ Dr. ଅରୁଣା ମହାନ୍ତି ଙ୍କ ପ୍ରତ୍ୟକ୍ଷ ତତତ୍ଵାବଧାନରେ ଓଡ଼ିଶୀ ନୃତ୍ୟ କଳା ଶିକ୍ଷା ଲାଭ କଲେ। ସଂଗ୍ରତି ସେ ଓଡ଼ିଶା , ସଂସ୍କୃତି ବିଶ୍ଵବିଦ୍ୟାଳୟ ରେ ଓଡ଼ିଶୀ ନୃତ୍ୟ ରେ ବିଶ୍ଵବିଦ୍ୟାଳୟର ଉଚ୍ଚତମ ଉପାଧି (Ph. D) ଅଧ୍ୟୟନ ଓ ଗବେଷଣା ରେ ନିଜକୁ ନିୟୋଜିତ କରିଛନ୍ତି । ୨୦୨୦ ମସିହାରେ ସମ୍ମାନ ଜନକ “ ଗୁରୁ କେଳୁଚରଣ ମହାପାତ୍ର ” ଯୁବପୁରସ୍କାର ଲାଭ କରିବା ସହିତ ଭାରତ ସରକାରଙ୍କ ପ୍ରଦଭ “ଜାତୀୟ ଯୁବ ସମ୍ମାନ ” ବରିଷ୍ଠ ଜାତୀୟ ମେଧାବୃତ୍ତି (National Senior Scholarship) ଏବଂ କନିଷ୍ଠ ଅଧିସଦସ୍ୟତା (Jr.Ellowship) ଲାଭ କରିବାରେ ସମର୍ଥ ଓ ସଫଳ କାମ ହୋଇପାରିଛନ୍ତି। ସଂପୃକ୍ତ ଉପାଧି ଓ ସମ୍ମାନ ବ୍ୟତୀତ ଶ୍ରୀଯୁକ୍ତ ସ୍ୱାଇଁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ସମ୍ମାନ ଜଣକ ମଞ୍ଚରେ ତାଙ୍କର “ନୃତ୍ୟନୈବେଦ୍ୟ” ନୃତ୍ୟଦଳ ସହିତ ଚମତ୍କାର ପ୍ରଦର୍ଶନ କରି ଉଭୟ ଜାତୀୟ ଓ ଅର୍ନ୍ତଜାତୀୟ ସ୍ତରରେ ଢେର୍ ସୁଖ୍ୟାତି ଅର୍ଜନ କରିଛନ୍ତି । “ନୃତ୍ୟନୈବେଦ୍ୟ ” ତାଙ୍କଦ୍ଵାରା ପ୍ରତିଷ୍ଠିତ ପ୍ରଥମ ଓ ପ୍ରଧାନ ନୃତ୍ୟ ଶାଳା ଯାହା ୨୦୧୩ ମସିହାରେ ଆରମ୍ଭ ହୋଇଥିଲା । ସଂପ୍ରତି ଓଡ଼ିଶୀ ନୃତ୍ୟ ପାଈଁ ଏହା ଏକ ସମର୍ପିତ ସ୍ଵୟଂସପୂର୍ଣ୍ଣ ନୃତ୍ୟାନୁଷ୍ଠାନ । ଚଳିତବର୍ଷ ଶ୍ରୀଯୁକ୍ତ ପ୍ରଭାତ କୁମାର ସ୍ବାଇଁ ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ଭାରତ ସରକାର ଙ୍କ ସଙ୍ଗୀତ ନାଟକ ଏକାଡେମୀ ର ସମ୍ମାନ ଜନକ ଉସ୍ତାଦ ବିସ୍ମୀଲା ଖାନ୍ ଯୁବ ପୁରସ୍କାର ରେ ନୂଆଦିଲ୍ଲୀ ସ୍ଥିତ “ରବୀନ୍ଦ୍ର ଭବନ” ର ମେଘଦୂତ ଥିଏଟର ରେ ସମ୍ମାନିତ ହେଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ