ଓଡିଶାର ବହୁ ଚର୍ଚ୍ଚିତ ଏସିଏଫ ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲାର ୟୁଟୁର୍ନ ଅଭିଯୁକ୍ତଙ୍କୁ କୋୖର୍ଟରେ ହଜାର ହେବା ପାଇଁ ସମନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ବହୁଚର୍ଚ୍ଚିତ ଏସିଏଫ ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲାର ଭିନ୍ନ ମୋଡ଼ ହେବା ସହ ୟୁଟୁର୍ଣ ହୋଇଥିବା ସୂଚନା ମିଳିଛି. ଏହି ମାମଲାରେ ଅଭିଯୁକ୍ତଙ୍କୁ ଏସଡିଜେଏମ କୋୖର୍ଟରେ ହଜାର ହେବା ପାଇଁ ସମନ ଜାରି ହୋଇଥିବା ସୂଚନା ମିଳିଛି. ଏସିଏଫ ସୌମ୍ୟ ରଞ୍ଜନଙ୍କ ପତ୍ନୀ ବିଦ୍ୟାଭରତୀ ପଣ୍ଡା, ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ ବିରୋଧରେ ହତ୍ୟା ଏବଂ ଅପରାଧିକ ଷଡଯନ୍ତ୍ର ରଚିବା ଦଫାରେ ବିଚାର ହେବ। ସଂଗ୍ରାମ ବେହେରା ଓ ରୋଷେୟା ମନ୍ମଥ କୁମ୍ଭ ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ। ଆଇପିସିର ଧାରା ୩୦୨ ଓ ୧୨୦ ‘ବି’ ଅଭିଯୋଗ ଆଧାରରେ ଏବେ ମାମଲା ଚାଲିବ। ତିନି ଅଭିଯୁକ୍ତଙ୍କୁ ହାଜର ହେବା ପାଇଁ ପାରଳାଖେମୁଣ୍ଡି ଏସଡିଜିଏମ୍ କୋର୍ଟ ସମନ ଜାରି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୭ ତାରିଖ ରହିଛି। ପାରଳାଖେମୁଣ୍ଡିର ସହକାରୀ ବନ ସଂରକ୍ଷକ (ଏସିଏଫ) ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ଦୁଇ ବର୍ଷ ହେବାକୁ ଯାଉଛି। ଏହି ମାମଲାରେ ନ୍ୟାୟ ନ ପାଇ ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର କୋର୍ଟରେ କମ୍ପେ୍ଲନ୍ କେସ୍ ଦାୟର କରିଥିଲେ। ପରେ କୋର୍ଟ ମାମଲାକୁ ବିଚାରଯୋଗ୍ୟ ବୋଲି କହିଛନ୍ତି। ପାରଳାଖେମୁଣ୍ଡି ଏସଡିଜିଏମ କୋର୍ଟ କହିଛନ୍ତି, ‘ଏକ ପ୍ରାଥମିକ ମାମଲା ଭଲ ଭାବେ ପ୍ରସ୍ତୁତ ହୋଇଛି ଏବଂ ଅଭିଯୁକ୍ତ ବିଦ୍ୟା ଭାରତୀ ପଣ୍ଡା, ସଂଗ୍ରାମ କେଶରୀ ବେହେରା, ମନ୍ମଥ କୁମ୍ଭାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆବଶ୍ୟକ ପ୍ରମାଣ ରହିଛି’। ତେଣୁ ତିନି ଅଭିଯୁକ୍ତଙ୍କୁ ହାଜର ହୋଇ ପକ୍ଷ ରଖିବାକୁ କହିଛନ୍ତି। ଏହି ମୃତ୍ୟୁ ପଛରେ କିଛି ବଡ ବଡିଆ ରହିଥିବା ଅଭିଯୋଗ ରହିଛି। ଯେଉଁମାନେ କି ଏବେ ବି ସନ୍ଦେହ ଘେରରେ ରହିଛନ୍ତି। ହେଲେ ପ୍ରକୃତ ରହସ୍ୟ ସାମ୍ନାକୁ ଆସିପାରି ନାହିଁ।


