ଓଡିଶା ଆଦର୍ଶ ବିଦ୍ୟାଳୟର ଗୁଗୁଲ୍ ମିଟ୍ ରେ ଗାନ୍ଧୀ ଜୟନ୍ତୀ ପାଳିତ

ବେଲଗୁଣ୍ଠା,(ଶିବରାମ ଚୌଧୁରୀ): ବେଲଗୁଣ୍ଠା ବ୍ଳକ କ୍ଷତ୍ରିୟ ବରପୁର ପଞ୍ଚାୟତ ପ୍ରତାପ ଲକ୍ଷ୍ମଣ ପୁର ଓଡିଶା ଆଦର୍ଶ ବିଦ୍ୟାଳୟ ଠାରେ ୧୫୧ ତମ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି | ଗୁଗୁଲ୍ ମିଟ୍ ମାଧ୍ୟମରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ସହ ପ୍ରକଳ୍ପ ନିର୍ଦେଶକ ତଥା ଭିଏମଡିସି ଅଧ୍ୟକ୍ଷ ଉଦଘାଟନ କରି ଛାତ୍ରଛାତ୍ରୀ ମାନଙ୍କୁ ଗାନ୍ଧିଜୀଙ୍କ ଆଦର୍ଶକୁ ନିଜ ଭବିଷ୍ୟତ ଗଠନରେ ଅନ୍ତର୍ଭୁକ୍ତ କରି ଅବହେଳିତ,ଅସହାୟଙ୍କ ସେବା କରିବା ପାଇଁ ଉପଦେଶ ଦେଇଥିଲେ । ମୁଖ୍ୟ ବକ୍ତା ଭାବରେ ବରିଷ୍ଠ ଶିକ୍ଷାବିତ ତଥା ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ଗଣିତ ବିଭାଗ ମୁଖ୍ୟ ପ୍ରଫେସର ବିରେନ୍ଦ୍ର ନାୟକ ଯୋଗ ଦେଇ ସତ୍ୟ,ଅହିଂସା, ସମ୍ବେଦନଶୀଳତା ଗାନ୍ଧିଜୀଙ୍କ ମୁଖ୍ୟ ଆଧାର ଏବଂ ଏହି ଆଧାରକୁ ନେଇ ସାମାଜରେ ନିଜକୁ ପ୍ରତିଫଳିତ କରିବା ପାଇଁ ଆହ୍ୱାନ ଦେଇଥିଲେ । ସ୍ୱତନ୍ତ୍ର ଅତିଥି ଭାବରେ ବେଲଗୁଣ୍ଠା ଭଞ୍ଜନଗର ବି.ଇ.ଓ.ଏସ୍.ଧନଞ୍ଜୟ,ଏବିଇଓ ପ୍ରଶନ୍ନ କୁମାର ବେହେରା, ବେଲଗୁଣ୍ଠା ପ୍ରେସ୍ କ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ର ଯୋଗ ଦେଇ ଗାନ୍ଧିଜୀଙ୍କ ଜୀଵନୀ ଉପରେ ଆଲୋକପାତ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ସଦାଶିବ ପ୍ରଧାନ କାର୍ଯ୍ୟକ୍ରମ ରେ ସଭାପତିତ୍ୱ କରିଥିବା ବେଳେ ସଂସ୍କୃତ ଶିକ୍ଷକ ଡଃ.ଦୂର୍ଗା ପ୍ରସାଦ ମିଶ୍ର ବେଦପାଠ ସହ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ଶିକ୍ଷୟିତ୍ରୀ ନମ୍ରତା ପାଢ଼ୀ ସ୍ୱାଗତ ଭାଷଣ ଦେବା ସହିତ ବର୍ଷା, ପ୍ରାଚୀପ୍ରଭା, ସୁଦର୍ଶନ, ସନ୍ତୋଷ, ପ୍ରଶାନ୍ତ ପ୍ରମୁଖ ପରିଚାଳନା କରିଥିଲେ । ଶେଷରେ ସୀତା କାନ୍ତ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ରଶ୍ମିତା ଓ ରାମଚନ୍ଦ୍ର ବୈଷୟିକ ସହାୟତା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ