କେନ୍ଦ୍ରପଡା ପୁରୁଣା ଅଦାଲତ ପରିସରରେ ଥିବା ବିଦ୍ୟୁତ ଟ୍ରନ୍ସଫର୍ମର ବିପଦ ଜନକ ଅବସ୍ଥାରେ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ପୁରୁଣା ଅଦାଲତ ପରିସରରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମରଟି ଅତ୍ୟନ୍ତ ବିପଦ ସଙ୍କୁଳ ଅବସ୍ଥାରେ ରହିଥିବା ଦେଖାଯାଇଛି । ସେହି ଟ୍ରାନ୍ସଫର୍ମରରେ ତଳୁ ଉପର ପର୍ଯ୍ୟନ୍ତ ବିଭିନ୍ନ ଲଟା ମାଡି ଯାଇଥିବା ବେଳେ ସେହି ଟ୍ରାନ୍ସଫର୍ମରକୁ ସଂଯୋଗ କରୁଥିବା ୧୧କେଭି ଓ ଏଲ.ଟି. ଲାଇନ ବିଦ୍ୟୁତ ତାର ଉପରେ ମଧ୍ୟ ବିଭିନ୍ନ ଲଟା ଗୁଡେଇ ହୋଇ ପଡିଥିବା ଦେଖିବାକୁ ମିଳିଛି । ଫଳରେ ମାଟିରୁ ଉପର ପର୍ଯ୍ୟନ୍ତ ଯାଇଥିବା ସେହି ଜୀବନ୍ତ ଲଟାରେ ବିଦ୍ୟୁତ ଚାର୍ଜ ହୋଇ ନିକଟରେ ଥିବା ପାଚେରୀ ଓ ପୁରୁଣା ଅଦାଲତ ଗୃହ ଗୁଡିକରେ ବିଦ୍ୟୁତ କରେଣ୍ଟ ଚାର୍ଜ ହୋଇଯିବାର ସମ୍ଭାବନା ଦେଖାଦେଇଛି । ଯାହାଫଳରେ କି ସେହି ବିଦ୍ୟୁତ କରେଣ୍ଟ ଦ୍ୱାରା ଧନଜୀବନ କ୍ଷୟକ୍ଷତି ହେବାର ଆଶଙ୍କା ରହିଛି । ତେଣୁ ବିଦ୍ୟୁତ ବିଭାଗ ପକ୍ଷରୁ ତୁରନ୍ତ ଏହି ଘଟଣା ପ୍ରତି ଦୃଷ୍ଟି ଦିଆଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁ ବରିଷ୍ଠ ଆଇନଜୀବୀ ବିଧୁ ଭୂଷଣ ମହାପାତ୍ରଙ୍କ ସମେତ ଅନ୍ୟ ଆଇନଜୀବୀମାନେ ଦାବି କରିଛନ୍ତି ।


