ନୁତନ କର୍ମକର୍ତ୍ତାଙ୍କ ପାଇଁ ଡିସେମ୍ବର ୨/୩ ପାଇଁ ସ୍ବତନ୍ତ୍ର ପ୍ରଶିକ୍ଷଣ ଶିବିର ନେଇ ବିଜେପିର ପ୍ରସ୍ତୁତି ବୈଠକ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ନୂତନ କର୍ମକର୍ତ୍ତାଙ୍କୁ ନେଇଆସନ୍ତା ଡିସେମ୍ବର ୨/୩ ତାରିଖରେ ବିଜେପିର ସ୍ବତନ୍ତ୍ର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ । ସେଥିପାଇଁ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ଗୋରୁମହିଷାଣୀ ମଣ୍ଡଳ,ଜାମଦା ମଣ୍ଡଳ,ପାଟନା ମଣ୍ଡଳକୁ ନେଇ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦଳର ସଂଗଠନକୁ ତୃଣମୂଳ ସ୍ତରରେ ସୁଦୃଢ କରିବା,ନୀତି ଓ ଆଦର୍ଶରେ ବିଷୟରେ ଅବଗତ କରାଯିବ ।ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଂପାଦକ ନବିନ ରାମ,୪୭ ନମ୍ବର ବିଜେପି ଜିଲ୍ଲା ପରିଷଦ ସଦସ୍ୟ ସୁବିଧା ମାର୍ଣ୍ଡି, ପଶ୍ଚିମ ମୟୂରଭଂଜ ବିଜେପି ଜିଲ୍ଲା ଉପସଭାପତି ବିଜୁ ଗୋପାଲ ଗୋପ, ବରିଷ୍ଠ ବିଜେପି ନେତା ଅଶୋକ ମହାନ୍ତ,ହୀରାଲାଲ ନାଏକ, ଜିଲ୍ଲା ପରିଷଦ ସଦସ୍ୟା ସୁଖଗମଣି ସୋରେନ,ବିଦ୍ୟାପତି ଗିରି, ରାଧେଶ୍ୟାମ ମଣ୍ଡଳ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ଦେଇଥିଲେ । ଅଶୋକ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।


