ହାଟଡିହିରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର
ହାଟଡିହି,(ଯୁଗାବ୍ଦ ନ୍ୟୁଜ୍): ହାଟଡିହି ବ୍ଲକ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୬୩୦ଜଣ ଯୋଗଦେଇଥିବାବେଳେ ମୋଟ ୨୩୨ଜଣଙ୍କୁ ଚିହ୍ନଟ କରାଯାଇ ସାର୍ଟିଫିକେଟ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । କିନ୍ତୁ ଶିବିର ପାଇଁ କୌଣସି ବ୍ୟୃବସ୍ଥା କରାଯାଇନଥିବାରୁ ଲୋକମାନଙ୍କ ଭିତରେ ନାନା ଅସନ୍ତୋଷ ପ୍ରକାଶ ପାଇଥିଲା । ପ୍ରବଳ ଗହଳି ଯୋଗୁଁ ଭିନ୍ନକ୍ଷମ ମାନେ ଶିବିର ଭିତରକୁ ଯାଇ ନପାରି ନାନା ଅସୁବିଧା ଭୋଗ କରୁଥିବା ଦେଖିବାକୁ ମିଳିଥିଲା । ଏହି ଶିବିରରେ ଡାକ୍ତର ନିହାର ରଞ୍ଜନ ରଥ, ଦିଲ୍ଲିପ କୁମାର ଜେନା, ଉଦୟ ଭାଷ୍କର ପଣ୍ଡା, ନିରଞ୍ଜନ ମହାପାତ୍ର, ଏସ.କେ ବେହେରା, କମଳନାଥ ବାରିକ ପ୍ରମୁଖ ଯୋଗଦେଇ ଭିନ୍ନକ୍ଷମ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଭିନ୍ନକ୍ଷମ ମାନଙ୍କୁ ଅନଲାଇନ ସାଟିଫିକେଟ ପ୍ରଦାନ କରାଯିବାର ବ୍ୟବସ୍ଥା କରିବା ସହିତ ଭତ୍ତା ପାଉନଥିବା ଭିନ୍ନକ୍ଷମ ମାନଙ୍କୁ ଚିହ୍ନଟ, ଡି.ଆର.ଆଇ ଲୋନ ପାଇଁ ଆବେଦନ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଶରତ ଚନ୍ଦ୍ର ନାଇକ, ଜେ.ଏ ଅବିନାଶ ପତି, ପି.ଏ ରାଜେଶ କୁମାର ସାହୁ, ଜୀବନ ରାଉତ, ସୁଦର୍ଶନ ଘଡେଇ, ପି.ଇ.ଓ ନରହରି ନାୟକ, କୋଦଣ୍ଡଧର ପଣ୍ଡା, ଅମୁଲ୍ୟ ପହି, ଅମୁଲ୍ୟ ମାଝୀ, ବିକାଶ ଜେନା, ପଙ୍କଜ ତ୍ରିପାଠୀ, ମହେଶ୍ୱର ସାହୁ, ମହେଶ୍ୱର ମଲ୍ଲିକ, ଶିବିର ପରିଚାଳନା କରିଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଜୟକୃଷ୍ଣ ବାରିକ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶମ୍ବୁନାଥ ରାଉତ, ବିଡିଓ ଜୟଦେବ ଦାସ ପ୍ରମୁଖ ଶିବିର ତଦାରଖ କରିବା ସହିତ ୩ଜଣ ଭିନ୍ନକ୍ଷମଙ୍କୁ ହୁଇଲ ଚେୟାର ପ୍ରଦାନ କରିଥିଲେ ।


