ଓରାଳି ବିସିୟୁପି ସ୍କୁଲର ବାର୍ଷିକ ଉତ୍ସବ ଓ ବିଜ୍ଞାନ ମେଳା
ହାଟଡ଼ିହି- ହାଟଡିହି ବ୍ଲକ ଓରାଳି ବୃନ୍ଦବାନ ଚନ୍ଦ୍ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଓ କ୍ଲଷ୍ଟର ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ନିରଞ୍ଜନ ସାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବିଜ୍ଞାନମେଳାକୁ ଶିକ୍ଷାବିତ ଅଲେଖ ଚନ୍ଦ୍ର ନାୟକ, ଶିକ୍ଷାବିତ ଭାଷ୍କର ଚନ୍ଦ୍ର ପାଢ଼ୀ, ଓରାଳି ସିଆରସିସି ପ୍ରଭାକର ବେହେରା , ସରପଞ୍ଚ ମମତା ଜେନା ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଏହି ମେଳାରେ ଓରାଳି ସିଆରସିସି ଅଧିନସ୍ଥ ୧୪ଟି ବିଦ୍ୟାଳୟର ୧୪୦ଟି ପ୍ରକଳ୍ପ ସ୍ଥାନ ପାଇଥିଲା । ବିଚାରକ ଭାବେସୋସୋ ସ୍କୁଲର ଶିକ୍ଷକ ମୋହନ କୁମାର ମହାନ୍ତି, ସଢ଼ା ହାଇସ୍କୁଲର ଶିକ୍ଷକ ନବଘନ ନାୟକ, ଶାସଙ୍ଗ ହାଇସ୍କୁଲର ଶିକ୍ଷକ ମାଧବାନନ୍ଦ ଜେନା, ଜିସି ଗାର୍ଲସ ହାଇସ୍କୁଲର ଶିକ୍ଷୟତ୍ରୀ ଦିବ୍ୟାଭାରତୀ ବେହେରା ପ୍ରମୁଖ ବିଚାରକ ଭାବେ ଯୋଗଦେଇ ଶ୍ରେଷ୍ଠ ପକଳ୍ପ ଗୁଡିକୁ ଚୟନ କରିଥିଲେ । ଅପରାହ୍ନରେ ପ୍ରଧାନ ଶିକ୍ଷକ ନିରଞ୍ଜନ ସାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ହାଟଡିହି ବିଇଓ କ୍ଷୀରୋଦ ଚନ୍ଦ୍ର ତ୍ରିପାଠୀ, ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଶିକ୍ଷାବିତ ହାଟଡିହି କଲେଜର ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ସ୍ୱାଇଁ, ସମ୍ମାନୀତ ଅତିଥି ଭାବେ ହାଟଡିହିର ଏବିଇଓ ସୁରଥ କୁମାର ସାହୁ, ବିନୋଦ କୁମାର ରାଉତ, ସୁରେଶ କୁମାର ଜେନା, ଶିକ୍ଷାବିତ ଆନନ୍ଦ ଚନ୍ଦ୍ର ବେହେରା, ଶିକ୍ଷାବିତ ବାଇଧର ବେହେରା, ସିଆରସିସି ପ୍ରଭାକର ବେହେରା ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ବିଜ୍ଞାନର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ ।ଛାତ୍ରଛାତ୍ରୀଙ୍କୁ ଜଣେ ଜଣେ ଭଲମଣିଷ କରି ଗଢ଼ି ତୋଳିବାକୁ ଶିକ୍ଷକମାନେ ନିଷ୍ଠାପର ଉଦ୍ୟମ କରିବା ଆବଶ୍ୟକ ବୋଲି ମତଦେଇଥିଲେ । ଏହି ଅବସରରେ ବାର୍ଷିକ କ୍ରୀଡାରେ କୃତ୍ତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇ ଥିବାବେଳେ ସୋନାଲିସା ପଟ୍ଟନାୟକଙ୍କୁ ଶ୍ରେଷ୍ଠ ଛାତ୍ରଛାତ୍ରୀ ସମ୍ମାନ ଓ ଚମ୍ପିୟନ ସମ୍ମାନ ପ୍ରଦାନ କରାଯାଇଥିଲା । ଏନ.ଏମ.ଏମ.ଏସରେ କୃତ୍ତିତ୍ୱ ହାସଲ କରିଥିବା ଅକ୍ଷୟ ନାୟକ, ବର୍ଷାରାଣୀ ଜେନା, ବିଶ୍ୱଜିତ ଜେନା, ଅନୁଷୟା ପରିଡା ପ୍ରମୁଖଙ୍କୁ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ପଠାଣୀ ସାମନ୍ତ ମେମୋରିଆଲ ଟେଷ୍ଟରେ ବ୍ଲକରେ ପ୍ରଥମ ସ୍ଥାନ ହାସଲ କରିଥିବା ବିଭୁ ନାରାୟଣ ରାଉତଙ୍କୁ ପୁରସ୍କୃତ କରାଯାଇଥିଲା । ଶିକ୍ଷକ ପ୍ରଦୀପ କୁମାର ବିଶ୍ୱାଳ ବାର୍ଷିକ ବିବରଣୀ ପାଠ କରିଥିବାବେଳେ ଶିକ୍ଷୟତ୍ରୀ ହାସ୍ୟମୟୀ ରାଜ ଅତିଥି ପରିଚୟ ପ୍ରଦାନ କରିଥିଲେ । ମାଧବାନନ୍ଦ କର ଧନ୍ୟବାଦ ଅର୍ପଣ କରିଥିବାବେଳେ ନାରାୟଣ ରାଉତ, ଶତୃଘ୍ନ ସା, ମମତା ସେଠୀ, ଦେବାଶିଷ ଦାସ, ଭୀମସେନ ଜେନା, ସଞ୍ଜୟ ନାୟକ, ବିଦ୍ୟାଳୟ କମିଟି ସଦସ୍ୟ ଓ ଗ୍ରାମବାସୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ଶିକ୍ଷକ ପ୍ରଦୀପ ବିଶ୍ୱାଳଙ୍କ ନିର୍ଦ୍ଦେଶନାରେ ରଚିତ ନାଟକ ‘କାଣି ବୋଉ’ ଓ ‘ତମ କଥାବାର୍ତ୍ତା ଠିକ ନାହିଁ’ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିଲା ।


