ମୁଣ୍ଡ ଉପର ଦେଇ ଯାଇଛି ୧୧କେଭି ବିଦ୍ୟୁତ ତାର,ବିଭାଗର ନିଦ ଭାଙ୍ଗିବ କେବେ

ହାଟଡ଼ିହି- : ମୁଣ୍ଡ ଉପର ଦେଇ ଯାଇଛି ୧୧କେଭି ବିଦ୍ୟୁତ ତାର, କେତେବେଳେ ଯେ ତାହା କେଉଁ ଗାଡିରେ ଲାଗିଯିବ ତାହା କହି ହେବନାହିଁ । ଏପରି ଦେଖିବାକୁ ମିଳିଛି ହାଟଡିହି ବ୍ଲକର ବିଭିନ୍ନ ଅଞ୍ଚଳରେ । ମରୈଗାଁ- ବଳୀପୁର ନଦୀବନ୍ଧ ରାସ୍ତା, ଓରାଳି ଶାଳଣିଆଁ ରାସ୍ତା, ଆନନ୍ଦପୁର ଭଦ୍ରକ ରାସ୍ତାର ଛେନାପଦି, ମରୈଗାଁ ଓ ବସନ୍ତିଆ ନିକଟରେ । ପୁର୍ବରୁ ଅନେକ ସ୍ଥାନରେ ଛଣଗାଡି ଗୁଡିକ ଯାତାୟତ ବେଳେ ଏହି ବିଦ୍ୟୁତତାର ସଂଷ୍ପର୍ଶରେ ଆସି ଗାଡିରେ ନିଆଁ ଲାଗି ଯାଇଥିବାବେଳେ ଏବେ ଗଞ୍ଜାମ ଜିଲ୍ଲାରେ ଘଟିଥିବା ବସ ଦୁର୍ଘଟଣା ପରେ ପ୍ରଶାସନର ଚେତା ପସିଥିଲେବି ଆଜି ପର୍ଯ୍ୟନ୍ତ କୌଣସି ପ୍ରତିକାର କରାଯାଇ ପାରିନାହିଁଁ । ମରୈଗାଁ ବଳିପୁର ରାସ୍ତା ନିର୍ମାଣ ସମୟରେ ବିଦ୍ୟୁତ ଖୁଣ୍ଟ ଗୁଡିକ ସ୍ଥାନାନ୍ତର କରାଯାଇ ଖୁବ ଉଚ୍ଚତାରେ ବିତ୍ୟୁତ ତାର ଟଣାଯିବାକୁ ଥିବାବେଳେ ଠିକାଦାର ଷଡଙ୍ଗ ଏବି ସୁଇଜ ନିକଟରେ ମାତ୍ର ୮ମିଟରିଆ ଖୁଣ୍ଟ ପୋତି ବିଦ୍ୟୁତ ତାର ଟାଣି ଦେବାରୁ ଓ ଏବେ ରାସ୍ତାର ଉଚ୍ଚତା ବଢ଼ି ଯିବାରୁ ଏହା ବହୁ ତଳକୁ ଓହଳିପଡି ବିପଦଶଙ୍କୁଳ ହୋଇ ପଡିଛି । ଏଠାରେ ୧୧ମିଟରିଆ ବିଦ୍ୟୁତ ଖୁଣ୍ଟ ଦେବାକୁ ଥିବାବେଳେ ଆଜି ପର୍ଯ୍ୟନ୍ତ ବିଭାଗୀୟ ଅଧିକାରୀ ମାନେ ଚୁପ ହୋଇ ବସିରହିଛନ୍ତି । ଏପରିକି ଯଦି ଗୋଟିଏ ବଡଗାଡି ଯିବ ତାହା ବିଦ୍ୟୁତତାର ସଂଷ୍ପର୍ଶରେ ଆସିବାର ବହୁ ସମ୍ଭାବନା ରହିଛି । ସେହିପରି ଓରାଳି ଶାଳଣିଆଁ ରାସ୍ତାର ମୁଦୁଲିପଦା ନିକଟରେ ୧୧କେଭି ବିଦ୍ୟୁତ ତାର ବହୁ କମ ଉଚ୍ଚତାରେ ରାସ୍ତା ଅତିକ୍ରମ କରିଥିବାରୁ ଏଠାରେ ମଧ୍ୟ ଦୁର୍ଘଟଣା ଘଟିବାର ଆଶଙ୍କା ଦେଖା ଦେଇଛି । ନିୟମାନୁଯାଇ ରାସ୍ତାର ଭୁଇଁ ଠାରୁ ୨୦ଫୁଟ ଉଚ୍ଚତାରେ ବିଦ୍ୟୁତତାର ରହିବାର ନିୟମ ଥିବାବେଳେ ଏଠାରେ ଅନେକ ସ୍ଥାନରେ ତାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ବିଶେଷତଃ ଆନନ୍ଦପୁର – ଭଦ୍ରକ ରାସ୍ତାର କେତେକ ସ୍ଥାନରେ ସମାନଧରଣର ଅବସ୍ଥା ଦେଖିବାକୁ ମିଳିଛି । ସେହିପରି ଓରାଳି ଠାରୁ ଆନନ୍ଦପୁର ପର୍ଯ୍ୟନ୍ତ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ୩୩କେଭି ବିଦ୍ୟୁତ ସଂଯୋଗ ପାଇଁ ତାର ଟଣା ଓ ଖୁଣ୍ଟପକା କାର୍ଯ୍ୟ ସରିଥିଲେବି ତାହା ବହୁ କମ ଉଚ୍ଚତାରେ ଥିବାରୁ କିପରି ଏହି ତାରଯୋଗେ ୩୩କେଭି ବିଦ୍ୟୁତ ସଂଯୋଗ କରାଯିବ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟୃ ଚକିତ କରିଛି । ଏପରିକି ଲୋକମାନେ ଏହି ଖୁଣ୍ଟରେ ୩୩କେଭି ବିଦ୍ୟୁତ ସଂଯୋଗ କରାଇ ଦେବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ଆନନ୍ଦପୁର-ଭଦ୍ରକ ରାସ୍ତାରେ ବିଦ୍ୟୁତ ଖୁଣ୍ଟ ଗୁଡିକ ଛାଇ ହୋଇଯାଇଛି । ରାସ୍ତାର ଉଭୟ ପାଶ୍ୱର୍ରେ ୧୧କେଭି, ୩୩କେଭି ଓ ଏଲଟି ଲାଇନ ଖୁଣ୍ଟ ଗୁଡିକ ପୋତାଯାଇ ବିଦ୍ୟୁତ ପରିବହନ କରାଯାଇଛି ଯେ ତାହା କେତେେବେଳେ ଯେ ଅଘଟଣ ନଘଟାଇବ ତାହା କହି ହେବନାହିଁ । ଏ ସମ୍ପର୍କରେ ବିଦ୍ୟୁତ ବିଭାର ଅଧିକାରୀ ମାନେ ଦୃଷ୍ଟି ଦେବାକୁ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ