ସରସ୍ୱତୀ ଦାସଙ୍କ ବିୟୋଗରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡା – ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି,କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ଓ ବାଲିଯାତ୍ରା ମହୋତ୍ସବ କମିଟିର ମିଳିତ ଆନୁକୁଲ୍ୟରେ ବାଲିଯାତ୍ରା ମହୋତ୍ସବ କମିଟି ସଭାପତି ଆଇନଜୀବି ପ୍ରଦିପ କୁମାର ଦାଶଙ୍କ ପୈାରହିତ୍ୟରେ ଏକ ସ୍ମୃତିଚାରଣ ସଭା ସୂର୍ଗତ ସରସ୍ୱତୀ ଦାସଙ୍କ ବିୟୋଗରେ ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ଗୁରୁବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସୂର୍ଗତା ଦାସଙ୍କ ସ୍ମୃତି ଉଦେଶ୍ୟରେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ସୂର୍ଗତା ଦାସ ଏହି ତିନି ଅନୁଷ୍ଠାନ ସହିତ ସଂପୃକ୍ତ କରୁଣାକର ଦାସଙ୍କ ଧର୍ମପତ୍ନୀ ଅଟନ୍ତି । ସେ ଜଣେ ସରଳ, ଅମାୟିକ, ପରାପକାରୀ ଓ ଧର୍ମ ପ୍ରାଣା ମହିଳା ଥିଲେ । ଭୂବନେଶ୍ୱରର ଏକ ବେସରକାରୀ ହସପିଟାଲରେ ଗତ ୧୦ତାରିଖରେ ମୃତ୍ୟୁ ବରଣ କରିଥିବା ସୂର୍ଗତା ଦାସ ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମର କରୁନାକର ଦାସଙ୍କ ଧର୍ମପତ୍ନୀ ଗତ ୫ବର୍ଷ ତଳେ ୫୦ବର୍ଷ ବିବାହ ବାର୍ଷିକ ପୂର୍ତ୍ତି ପାଳନ କରିଥିଲେ । ସେ ସାହିତ୍ୟର ଜଣେ ସୁପାଠକ ଓ ସାହିତ୍ୟାନୁରାଗୀ ଥିଲେ । ବାଲିଯାତ୍ରା ମହୋତ୍ସବ କମିଟି ସମ୍ପାଦକ ସଞ୍ଜୟ କୁମାର ଜେନା, ଆଇନଜୀବି ଗଗନ ବିହାରୀ ଜେନା, ରମଣୀରଞ୍ଜନ ରାଉତରାୟ, ଆଶିଷ ସେନାପତି, ସାହିତ୍ୟ ସଂସଦ ସଭାପତି ବାସୁଦେବ ଦାସ, ସମ୍ପାଦକ ଶୁଭାଂଶୁ କୁମାର ଦାସ, ମନୋରଞ୍ଜନ ତ୍ରିପାଠୀ, ପାର୍ଥସାରଥି ବେହେରା, ସେକ ଅଜିମୁଦ୍ଦିନ, ଶରତ କୁମାର ରାଉତ, ତୃପ୍ତିମୟୀ ଜେନା, କିଶୋର ପ୍ରଧାନ, ସତୀର୍ଥ ସଭାପତି ଅମର ପ୍ରସାଦ ରାଉତ, ସମ୍ପାଦକ ମନ୍ମଥ ବରାଳ, ଗୋଲଖ ପଢିହାରି, ରଞ୍ଜନ ମହାପାତ୍ର, ଅଞ୍ଜନା ମହାନ୍ତି, ବ୍ରଜସୁନ୍ଦର ରାଉତ, ଶେଷଦେବ ଦାସ, ଧିରେନ୍ଦ୍ର କୁମାର ଦାସ ପ୍ରମୁଖ ଯୋଗଦେଇ ସୂର୍ଗତା ଦାସଙ୍କ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ବିଦ୍ୟୁତ ଆଘାତରେ ଓ କରୋନା ଭାଇରସ ଆକ୍ରାନ୍ତରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିବିଶେଷଙ୍କ ଉଦେଶ୍ୟରେ ଶୋକ ପ୍ରକାଶ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ