ଓଡ଼ିଶା ପଥ ବିକ୍ରେତା ସଂଘ ପକ୍ଷରୁ ବିଶ୍ୱ ପରିବେଶ ଦିବସ

ବାଲେଶ୍ୱର, (ସରୋଜ ପଣ୍ଡା) :-ଓଡ଼ିିଶା ପଥ ବିକ୍ରେତା ସଂଘ ବାଲେଶ୍ୱର ଶାଖା ଓ ନ୍ୟାସନାଲ ହକର ଫେଡ଼େରେଶନ ପକ୍ଷରୁ ମିଳିତ ଭାବେ ବିଶ୍ୱ ପରିବଶେ ଦିବସ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ନ୍ୟାସନାଲ ହକର ଫେଡ଼େରେସନର ଜାତୀୟ ଅତିରିକ୍ତ ସାଧାରଣ ସମ୍ପାଦକ ତଥା ଓଡିଶା ପଥ ବିକ୍ରେତା ସଂଘ ସଭାପତି ଜୟନ୍ତ ଦାସ, ବାଲେଶ୍ୱର ଶାଖାର ସଭାପତି ମନୋଜ ନାୟକ, ଉପ-ସଭାପତି ଆବିଦ ଖାନ୍‌, ମନୋଜ ରାଠୋର, ଟିପିରି ସିଂ, ଦିବାକର ଜେନା, ରାମକୃଷ୍ଣ ଦାସ, କମଳା ନାୟକ, ସହଦେବ ମହାନ୍ତି, ସେକ୍ ଇସଲାମ, କୁଳମଣୀ ସାହୁ ପ୍ରମୁଖ ଯୋଗଦେଇ ସାମ୍ପ୍ରତିକ ସ୍ଥିତିରେ ନଷ୍ଟ ହେବାକୁ ବସିଥିବା ଜୈବ ବିବିଧତାକୁ ନେଇ ଉଦବେଗ ପ୍ରକାଶ କରିଥିଲେ । ସ୍ମାର୍ଟ ସିଟି ନାମରେ ସହରର ଶହ ଶହ ବର୍ଷର ଗଛ କାଟି ସବୁଜିମା ନଷ୍ଟ କରାଯିବା ଯୋଗୁଁ ଅମ୍ଳଜାନ ସଂକଟ ସୃଷ୍ଟି ହେଲାଣି ବୋଲି ସେମାନେ କହିଥିଲେ । ଏନେଇ ତେଣୁ ଜୀବ ଜଗତକୁ ପରିବେଶ ନ୍ୟାୟ ପ୍ରଦାନ ସାଙ୍ଗକୁ ଜୀବାଷ୍ମ ଇନ୍ଧନ ବନ୍ଦ କରିବା, ପେଟ୍ରୋଲିୟମ ଚାଳିତ ଯାନ ଚଳାଚଳ ଚଳାଚଳ ଉପରେ ନୟିନ୍ତ୍ରଣ, ବୃକ୍ଷ ରୋପଣ ତ୍ୱରାନ୍ୱିତ କରିବା ଦାବିରେ ସଂଗଠନ ପକ୍ଷରୁ ଗାନ୍ଧୀ ସ୍ମୃତି ଭବନ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଶନିଆ ବେଜ୍‌, ପ୍ରଦୀପ ସେଣ, ନିତ୍ୟ ଚରଣ ସାହୁ, ବରୁଣ କୁମାର ଦାସ, ଅଜିତ ନାକ, ମଧୁସୁଦନ ବାରିକ, ପୁଷ୍ପିତା ଭଞ୍ଜ, ଦୀନବନ୍ଧୁ ସାହୁ, ସନ୍ତୋଷ ସାହୁ, ମୋହନ ଜେନା, ଆରତୀ ଦାସ, ଶଶୀଧର ନାଥ ପ୍ରମୁଖଙ୍କ ନେତୃତ୍ୱରେ ପରିଚାଳିତ କାର୍ଯ୍ୟକ୍ରମରେ ପ୍ରତ୍ୟେକ ୫ଟି ଲେଖାଏଁ ବୃକ୍ଷ ରୋପଣର ସଂକଳ୍ପ ନେଇଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ