ସୁଲଗ୍ନା କଲେଜରେ ସମର ଫେଷ୍ଟ-୨୦୨୨
ବାଲେଶ୍ୱର, (ସରୋଜ ପଣ୍ଡା) :-ସୁଲଗ୍ନା କଲେଜର ସମର ଫେଷ୍ଟ-୨୦୨୨ ରବିବାର ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ସାଂସଦ ଇଂ ରବୀନ୍ଦ୍ର କୁମାର ଜେନା ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବ୍ୟକ୍ତିତ୍ୱ ବିକାଶ ପାଇଁ ଶିକ୍ଷାର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ଶିକ୍ଷା କେବଳ ଚାକିରି ନୁହେଁ ବରଂ ଜୀବନର ପ୍ରତିଟି କ୍ଷେତ୍ରରେ ଉପାଦେୟ ହୋଇଥାଏ ବୋଲି ସେ କହିଥିଲେ । କବି ପ୍ରଶାନ୍ତ ଦାସ ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦାନ କରି ଶ୍ରମ, ସାଧନା ଓ ଅନୁଭବର ଫଳ ସର୍ବଦା ମଧୁର ହୋଇଥାଏ ବୋଲି କହିଥିଲେ । ଭଅଁରଟିଏ ଯେମିତି ସବୁଆଡ଼େ ଉଡ଼ି ବୁଲିଲେ ବି ଫୁଲ ସହିତ ସମ୍ପର୍କ ରଖେ ସେମିତି ଛାତ୍ର ଛାତ୍ରୀ ସବୁ ସ୍ୱାଧୀନତା ହସଖୁସି ଓ ଆନନ୍ଦ ଭିତରେ ଥାଇ ଶିକ୍ଷା ଓ ଜ୍ଞାନ ସହିତ ସମ୍ପର୍କ ରଖିବା ଆବଶ୍ୟକ ବୋଲି ସେ କହିଥିଲେ । ସୁଲଗ୍ନା ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ସର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ ଘନଶ୍ୟାମ ବିଶ୍ୱାଳ ଏଥିରେ ଅଧ୍ୟକ୍ଷତା କରିଥିଲେ । ହଜାରେରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏହି ଉତ୍ସବରେ ଉପସ୍ଥିତ ରହିଲେ । +୨ ଓ +୩ର ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ସରିଥିବା ବେଳେ ସେମାନେ କଲେଜରୁ ବିଦାୟ ନେଉଥିବାରୁ ଏକ ଭାବାବେଗ ପରିସ୍ଥିତି ସୃଷି ହୋଇଥିଲା । ସୁଲଗ୍ନା ଗ୍ରୁପର ସଭାପତି ସୋମା ବିଶ୍ୱାଳ, ‘ଅପରାହ୍ନ’ର ସମ୍ପାଦକ ବଂଶୀଧର ଜେନା, ସମାଜସେବୀ ପୂର୍ଣ୍ଣଚନ୍ଦ୍ର ଜେନା, ଜିଲା ବିଜ୍ଞାନ ପରିଦର୍ଶକ କୃଷ୍ଣମୋହନ ଗିରି, ସୁଲଗ୍ନା ଡ଼ିଗ୍ରୀ କଲେଜ ପ୍ରିନ୍ସପାଲ ଡ଼ ଧରଣୀଧର ଘୋଷ,+୨ କଲେଜର ପ୍ରିନ୍ସପାଲ ଚକ୍ରଧର ସାହୁ, ସୁଲଗ୍ନା ପବ୍ଲକ ସ୍କୁଲର ପ୍ରିନ୍ସପାଲ ମଧୁସ୍ମିତା ଦାସ ପ୍ରମୁଖ ଯୋଗଦେଇଥିଲେ । ନରୋତ୍ତମ ଜେନା, ସୌମ୍ୟରଂଜନ ପାଣିଗ୍ରାହୀ, ଶୁଭେନ୍ଦୁ ଧିନ୍ଦା, ସଞ୍ଜୀବ ମିର୍ଦ୍ଧା,ଜଗଦ୍ଦୀଶ ସିଂହ,ରମେଶ ଚନ୍ଦ୍ର ବିଶ୍ୱାଳ, ମୃତ୍ୟୁଞ୍ଜୟ ବିଶ୍ୱାଳ, ସନ୍ୟାସୀ ବିଶ୍ୱାଳ, ଅଶୋକ ପରିଡ଼ାଙ୍କ ସମେତ ସମସ୍ତ ଅଧ୍ୟାପକ/ଅଧ୍ୟାପିକା ଓ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଏହି ଅବସରରେ ପୁରସ୍କାର ପ୍ରଦାନ କରାଯାଇଥିଲା ।


