ଓ ଟି ଡି ସି ଅଧକ୍ଷ ଙ୍କ ମାଧବ ମନ୍ଦିର ପରିଦର୍ଶନ।

ନିମାପଡ଼ା, (ସନ୍ତୋଷ ଦାଶ):ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ର
ଅଧକ୍ଷ ଲେଲିନ ମହାନ୍ତି ପ୍ରାଚୀ ଉପତ୍ୟକା ର ପ୍ରସିଦ୍ଧ ମାଧବ ମନ୍ଦିର ପରିଦର୍ଶନ କରିଛନ୍ତି। ମାଧବ ଗ୍ରାମ ର ମାଧବ ମନ୍ଦିର ଶ୍ରୀ ଜଗନ୍ନାଥ ଙ୍କ ମାମୁଁ ଘର ଭାବେ ଲୋକ ମୁଖରେ ପ୍ରସିଦ୍ଧି ଲାଭ କରିଛି। ପର୍ଯ୍ୟଟନ କ୍ଷେତ୍ର ରେ ଏହି ମନ୍ଦିର ରାଜ୍ୟ ରେ ଅଗ୍ରଣୀ ସ୍ଥାନ ଅଧିକାର କରିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ରାଜ୍ୟ ସରକାର ଉକ୍ତ ମନ୍ଦିର ଓ ଏହାର ଆଖପାଖ ଅଞ୍ଚଳର ବ୍ୟାପକ ଉନ୍ନତିକରଣ ପାଇଁ ସ୍ଥିର କରିଛନ୍ତି ବୋଲି କହିଛନ୍ତି ନିଆଳି ବିଧାୟକ ପ୍ରମୋଦ ମଲ୍ଲିକ। ଦ୍ବାଦଶ ଶତାବ୍ଦୀ ରେ ନିର୍ମିତ ହୋଇଥିବା ମାଧବ ମନ୍ଦିର ର ଗର୍ଭଗୃହ, ନାଟ୍ୟ ମଣ୍ଡପ ର ମରାମତି କରାଯିବା ସହିତ ମନ୍ଦିର ର ଚତୁଃପାର୍ଶ୍ଵ ର ଉନ୍ନତି କରଣ କରାଯିବାକୁ ସ୍ଥିର ହୋଇଥିବା ଶ୍ରୀ ମହାନ୍ତି ସୂଚନା ଦେଇଥିଲେ। ତାଙ୍କ ସହିତ ବିଧାୟକ ଶ୍ରୀ ମଲ୍ଲିକ, ନିଆଳି ବ୍ଳକ ଅଧକ୍ଷ ଉମେଶ ଚନ୍ଦ୍ର ବେହେରା, ସାଂସଦ ଙ୍କ ପ୍ରତିନିଧି ଆଦିତ୍ୟ ପାଣି, ଯୁବନେତା ନ୍ୟାୟବ୍ରତ ରାଉତ, ସ୍ତମ୍ଭକାର ପିତାମ୍ବର ରାଉତ,ଶ୍ରଦ୍ଧାଞ୍ଜଳି କାନୁନଗୋ, ବିଷ୍ଣୁ ଚରଣ ସ୍ଵାଇଁ ପ୍ରମୁଖ ମାଧବ ମନ୍ଦିର ପରିଦର୍ଶନ କରି ମନ୍ଦିର ସେବାୟତ, ସ୍ଥାନୀୟ ଅଞ୍ଚଳ ର ବୁଦ୍ଧିଜିବୀ ମାନଙ୍କ ସହିତ ମନ୍ଦିର ସଂପର୍କ ରେ ସ ବିଶେଷ ଆଲୋଚନା କରିଥିଲେ। ପରେ ସମସ୍ତେ ନିକଟସ୍ଥ ସଦାବାଜି ଆମ୍ବତୋଟା, ଚନ୍ଦନ ପୋଖରୀ, ସହିଦ ସ୍ମୃତି ଉଦ୍ୟାନ, ଭୀମଗଦା ମାରିଥିବା ସ୍ଥାନ, ଶିଶୁ ଉଦ୍ୟାନ ପ୍ରଭୁତି ସ୍ଥାନ ପରିଦର୍ଶନ କରିଥିଲେ। ଏହି ସବୁ ସ୍ଥାନ କୁ ପର୍ଯ୍ୟଟକ ମାନଙ୍କ ପାଇଁ ବିକଶିତ କରାଯିବାକୁ ସରକାର ସ୍ଥିର କରିଥିବାରୁ ଅଞ୍ଚଳ ରେ ଖୁସି ର ଲହରୀ ଖେଳିଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ