କଂଗ୍ରେସ୍ ଜିଲ୍ଳା ସଭାପତିଙ୍କୁ କୃତଜ୍ଞତା ଜଣାଇଲେ ଜିଲ୍ଳା ସାଂଗଠନିକ ସଂଯୋଜକ ଅମୀର

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଗଞ୍ଜାମ କଂଗ୍ରେସ୍ ର ବିଶିଷ୍ଟ ଯୁବନେତା ଅମୀର୍ କୁମାର ଭୂୟାଁ ଗଞ୍ଜାମ ଜିଲ୍ଳା ପାଇଁ ସାଂଗଠନିକ ସଂଯୋଜକ ଭାବେ ମନୋନୀତ ହେବା ପରେ ସେ କଂଗ୍ରେସ୍ ର ଗଞ୍ଜାମ ଜିଲ୍ଳା ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କୁ କୃତଜ୍ଞତା ଜଣାଇଛନ୍ତି I ଏହି ଅବସରରେ ସେ ଗଞ୍ଜାମ ଜିଲ୍ଲାରେ କଂଗ୍ରେସ୍ କୁ ମଜବୁତ୍ କରିବା ପାଇଁ ସେ ପ୍ରତି କ୍ଷେତ୍ରରେ ଜିଲ୍ଳା ସଭାପତିଙ୍କୁ ସହଯୋଗ କରିବା ସହିତ ତାଙ୍କର ନିର୍ଦ୍ଦେଶ କ୍ରମେ କାର୍ଯ୍ୟ କରିବେ ବୋଲି ପ୍ରକାଶ କରିଛନ୍ତି I ପ୍ରକାଶ ଥାଉକି ଓଡ଼ିଶା ପ୍ରଦେଶ କଂଗ୍ରେସ୍ ଦ୍ୱାରା ଅମୀର ଗଞ୍ଜାମ ଜିଲ୍ଳା ପାଇଁ ସାଂଗଠନିକ ସଂଯୋଜକ ଭାବେ ମନୋନୀତ ହୋଇଛନ୍ତି I କିନ୍ତୁ ଏହାର ସମସ୍ତ ଶ୍ରେୟ ଜିଲ୍ଳା ସଭାପତି ରମେଶ୍ ଜେନାଙ୍କର ବୋଲି ଅମୀର୍ ପ୍ରକାଶ କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ