କନ୍ଧମାଳରେ ଅବହେଳିତ ଡୋକ୍ରା ଶିଳ୍ପ,ଦୁର୍ଦ୍ଧିନରେ କାରିଗର
କନ୍ଧମାଳ, (ପ୍ରଶାନ୍ତ କୁମାର ବେହେରା):କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଳକ ଅନ୍ତର୍ଗତ ବାରଖମାରେ ଥିବା ଆଦିବାସୀ ଓ ହରିଜନ ମାନଙ୍କର ଡୋକ୍ରା କାରିଗରୀ ଏକ ପୁରାତନ କଳା ଏହା ତାଙ୍କର ପୁର୍ବପୁରୁଷରୁ ବଂଶାନୁକ୍ରମିକ ଭାବରେ ଚଳି ଆସିଥିବା କଳାର ଶୈଳୀ । ଡୋକ୍ରା କାରିଗରୀରେ ତିଆରି ମୁର୍ତି ପୁର୍ବରୁ ସେମାନଙ୍କ ପରମ୍ପରା ଭାବରେ ବାହାଘରର ଝିଅମାନେ ସେମାନଙ୍କର ବିବାହରେ ଶାଶୁ ଘରକୁ ନେଇ ନେଇ ଯାଉଥିଲେ ଉପହାର ରୁପେ ।ଏହି ଡୋକ୍ରା ମୁର୍ତିକୁ ମହମ,ରୁପା,ତମ୍ବା ଓ କଂସା ସାମଗ୍ରୀରେ ଡୋକ୍ରା କାରିଗର ମାନଙ୍କ ପ୍ରଣାଳିରେ ତିଆରି ହୁଏ । ଡୋକ୍ରା କାରିଗରୀ ସେହି ଅଂଚଳର ଜନଜାତରି ପୁର୍ବପୁରୁଷରୁ ଡୋକ୍ରାକାରିଗରୀ ସେମାନଙ୍କର ପେଷା ଭାବରେ ଚଳି ଆସିଛି ।କିନ୍ତୁ ଧିରେ ଧିରେ ଏହି ଡୋକ୍ରା କାରିଗରୀର ଚାହିଦା କମିବାରେ ଲାଗିଛି । ଗତ ୧୯୯୫ ମସିହାରୁ ସେହି ସମୟର ଖଦୀ ବୋଡର୍ର କନ୍ଦମାଳ ଜିଲ୍ଲାର ସଭାପତି ଉମାକାନ୍ତ ଦିଗାଳ ଏହି ଡୋକ୍ରାଶୀଳ୍ପକୁ ପୁର୍ନଜୀବିତ କରି ଲୋକ ଲୋଚନକୁ ଆଣିଥିଲେ । ଓଡିଶା ସରକାରଙ୍କ ଟ୍ରାଇଜମ ବିଭାଗ ଦ୍ୱାରା ଗ୍ରାମଂଚଳ ଯୁବକଯୁବତୀ ମାନଙ୍କୁ ଆତ୍ମ ନିଯୁକ୍ତି ଯୋଜନାରେ ଏହି ଡୋକ୍ରାକୁ ସାମିଲ କରାଇବାରେ ସଫଳ ହୋଇଥିଲେ । ଏହାପରେ ପୁଣି ବାଲିଗୁଡା ବ୍ଲକ ଅନ୍ତର୍ଗତ ବାରଖମା ପଂଚାୟତ ଠାରେ ଆରମ୍ଭ ହେଲା ଡୋକ୍ରାର ଲିଭିଯାଇଥିବା କାରିଗରି କାର୍ଯ୍ୟ ଓ ଗଢିଉଠିଲା ଡୋକ୍ରାମୁର୍ତି । ଓଡିଶା ସରକାରଙ୍କ ଦ୍ୱାରା ନିଯୁକ୍ତି ଦିଆଗଲା ବାଲିଗୁଡାର ମା ପାଟଖଣ୍ଡା ଗ୍ର।ମ୍ୟ ଉଦ୍ୟେଗ ବାଣିଜ୍ୟିକ ସମବାୟ ସମିତି ଦ୍ୱାରା ଟ୍ରାଇଜମକୁ ଜଡିତ କରାଗଲା । ଏହି କମିଟିରେ ବାଲିଗୁଡା ବିଡିଓ,ଖଦୀ ବୋର୍ଡର ଜିଲ୍ଲା ସଭାପତି ଉମାକାନ୍ତ ଦିଗାଳ,ସମାଜସେବି କେଶବ ପ୍ରଧାନ ଏବଂ ଆଇପିଓ ଏହି କମିଟିରେ ରହିଲେ । କମିଟି ଦ୍ୱାରା ଡୋକ୍ରା କାରିଗରୀ ଆଗକୁ ନେବାକୁ ଓ ଲୋକଲୋଚନକୁ ଆଣିବାକୁ ସଂକଳ୍ପ କରିଥିଲେ । ଏଥିରେ ପ୍ରଥମେ ଡୋକ୍ରା କାରିଗରୀ ଶୈଳୀ ବିଷୟରେ ଶିକ୍ଷା ଦେବା ପାଇଁ ସରକାରଙ୍କ ତରଫରୁ ଭାନୁ ନାୟକ ଓ ଗଜାଧର ନାୟକଙ୍କୁ ତିନି ହଜାର ଟଙ୍କା ଦରମାରେ ନିଯୁକ୍ତି କରାଯାଇଥିଲା।ଏହି ଡୋକ୍ରା କାରିଗରି ଧିରେଧିରେ ମୁଣ୍ଡ ଟେକିବାରେ ଲାଗିଥିଲା ଡୋକ୍ରାରେ ହାତୀ,ମାଛ,ଘୋଡା,ମସରା,କଳସ,ପାଉଁଜି,ମନୁଷ୍ୟ,କଙ୍କଖଡୁ,ଦୀପାଳି ଇତ୍ୟାଦି ବହୁ ସାମଗ୍ରୀ ତିଆରି ହୁଏ ଓ ପୁର୍ବପୁରାତନ ଆଦିବାସୀ ମାନେ ବ୍ୟବହାର କରୁଥିବା ସାମଗ୍ରୀ ମଧ୍ୟ ତିଆରି କରାଯାଉଛି । ଡୋକ୍ରାର ଚାହିଦା ଜିଲ୍ଲା ତଥା ରାଜ୍ୟ ଏପରିକି ଦେଶ ବାହାରେ ମଧ୍ୟ ବଢିବାରେ ଲାଗିଲା। ବାରଖମାରେ ଏହି ଡୋକ୍ରା କାର୍ଯ୍ୟ ଆରମ୍ଭ ହେବା ବେଳେ ମାତ୍ର ୩୦ଟି ପରିବାର ଏହି ଡୋକ୍ରା କାର୍ଯ୍ୟରେ ନିୟୋଜିତ ଥିବା ବେଳେ ଆଜିର ଦିନରେ ୭୦ରୁ ଅଧିକ ପରିବାର ଏଥିରେ ନିୟୋଜିତ ଅଛନ୍ତି । ଦୁର୍ଭାଗ୍ୟର ବିଷୟ ଏହି ପରିବାର ଲୋକଙ୍କର ଡୋକ୍ରା ଛଡା ଅନ୍ୟପେଶା କିଛି ନାହିଁ ସରକାରଙ୍କ ତରଫରୁ ମାତ୍ର ଆଠ ଜଣଙ୍କୁ ଘର ମିଳିଅଛି । ଏମିତିକି ଡୋକ୍ରା କାର୍ଯ୍ୟରେ ନିୟୋଜିତ ଥିବା ଜଗନ୍ନାଥ ନାୟକ,ରାଜେନ୍ଦ୍ର ନାୟକ ଓଡିଶାର ମହାମହୀମ ରାଜ୍ୟପାଳଙ୍କ ଦ୍ୱାରା ପୁରଷ୍କୃତ ହୋଇଛନ୍ତି ସେଥି ମଧ୍ୟରୁ ସେହି ଡୋକ୍ରା କାର୍ଯ୍ୟରେ ନିୟୋଜିତ ଥିବା ରାନୁ ନାୟକଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ପୁରଷ୍କୃତ କରଛନ୍ତି । ଏହି କଳା ସର୍ବଭାରତୀୟ ସ୍ତରରେ ଲୋକକଳା ମେଳାରେ ସ୍ଥାନ ପାଉଛି ଓ ତିଆରି ହୋଇଥିବା ସାମଗ୍ରୀ ବହୁଳ ଭାବରେ କିକ୍ରୀ ମଧ୍ୟ ହେଉଛି । ଗତ୨୦୦୬ ମସିହାରେ କନ୍ଧମାଳ ଡିଆରଡିଏ ସଂସ୍ଥା ଦ୍ୱାରା ୭ଲକ୍ଷ ବ୍ୟୟରେ ଡୋକ୍ରା କାର୍ଯ୍ୟ ନିମନ୍ତେ ଏକ ଗୃହ ବାରଖମା ଠାରେ ନିର୍ମାଣ କରାଯାଇଥିଲା । ଗତ୧୩/୬/୨୦୦୬ରେ କନ୍ଧମାଲ ଜିଲ୍ଲାପାଳ ଶ୍ରୀ ଗଙ୍ଗାଧର ସିଂହ,ଜିଲ୍ଲାପରିଷଦ ଅଧକ୍ଷ ଦେବେନ୍ଦ୍ର କହଁର,ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଦୀପ କୁମାର ରଥ ବ୍ଲକ ଅଧକ୍ଷ କେ ବଳରାମ ଦୋରା ପ୍ରମୁଖ ଏହି ଦୋକ୍ରା ଗୃହର ଉଦଘାଟନ କରିଥିଲେ । ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ଭାନୁ ନାୟକ କନ୍ଧମାଳର ଆଦିମ ପରମ୍ପରା ତଥା ହାତ ତିଆରି ଡୋକ୍ରାକୁ ବଂଚାଇ ରଖିଛନ୍ତି । ଡୋକ୍ରା ତିଆରିରେ ନିୟୋଜିତ ଥିବା ଅନ୍ୟ ପରିବାର ଲୋକଙ୍କୁ ସରକାରଙ୍କ ଦ୍ୱାରା କିଛି ଭତା କି ଅନ୍ୟ ସାହାଯ୍ୟ ମିଳୁନାହିଁ । ଏହା ଦ୍ୱାରା ଏପରି ଅଧିକ ରୋଜଗାର ମଦ୍ୟ ହେଉନାହିଁ ଯାହା ଦ୍ୱାରା ସେମାନଙ୍କ ପରିବାର ପ୍ରତିପୋଷଣରେ ବାଧକ ସାଜୁଛି କିନ୍ତୁ ଏମାନଙ୍କ ହାତ ତିଅିାରି ଡୋକ୍ରାର କାରୁକାର୍ଯ୍ୟ ସର୍ବଭାରତୀୟ ସ୍ତରରେ ମାନ୍ୟତା ପାଇ ଦିଲ୍ଲୀ ମ୍ୟୁଜିୟମରେ ଡୋକ୍ରା ର ସାମଗ୍ରୀ ସ୍ତାନ ପାଇବା ସହ ଏହାର କାରିଗରି ପ୍ରଂଶସା ସାରା ବିଶ୍ୱରେ ଚର୍ଚ୍ଚା ହେଉଛି ଓ ମାନ୍ୟତା ମଧ୍ୟ ରହିଛି । ଏହି ଡୋକ୍ରା ତିଆରି କିଭଳି ହେଉଛି ଦେଖିବାକୁ ରାଜ୍ୟ,ରାଜ୍ୟ ବାହାରୁ ଏପରିକି ଦେଶ ବାହାରୁ ପର୍ଯ୍ୟଟକ ମାନେ ଆସିଥାନ୍ତି ଓ କିଭଳି ତିଆରି ହେଉଛି ତାହା ଦେଖିବାକୁ ବାରଖମାର ଡୋକ୍ରା ଗୃହଠାରେ ରାତ୍ରୀ ଯାପନ କରିବାର ନଜୀର ରହିଛି । ଏହି ଡୋକ୍ରା ଲୋକଚନକୁ ଆସିବାରେ ଦୀର୍ଘ୨୫ବର୍ଷ ବିତିଯାଇଥିଲେ ବି କିଛିଦିନର ସରକାର ସହାୟତାରେ ଚାଲିଥିବା ବେଳେ ଧୀର୍ଘବର୍ଷ ଧରି ଏହି କାରିଗର ମାନଙ୍କର ନିଜ ପ୍ରଚେଷ୍ଟାରେ ଚାଲିଛି । ଏହି ଡୋକ୍ରା କଳାକୃତି ବଂଚାଇ ରଖିଥିବା ବେଳେ ସରକାରୀ ପର୍ଯ୍ୟଟନର ମାନ୍ୟତା ମିଳିବା ସହ ସରକାରୀ ସେମାନଙ୍କୁ ଅର୍ଥିକ ଏବଂ କଳା କୌଶଳ ବାବଦରେ ଅଧିକ ସହୟତା ଏହି କାରିଗର ମାନଙ୍କୁ ମିଳିଲେ ଏହି କଳା ଅଧିକ ଜୀବନ୍ତ ହେବା ସହିତ ଆହୁରି ଚାହିଦା ବଢି ଥାଆନ୍ତ । ଫଳରେ ସେମାନଙ୍କର ଅର୍ଥିକ ଉନ୍ନତି ମଧ୍ୟ ହୋଇ ପାରନ୍ତା ବୋଲି କହିଛନ୍ତ । ।ଏଥିପ୍ରତି କନ୍ଧମାଳ ପ୍ରସାସନ ତଥା ଓଡିଶା ସରକାର ଏବଂ କେନ୍ଦ୍ର ସରକାର ଦୃଷ୍ଟି ଦେଲେ କାରିଗର ମାନଙ୍କର ଅଧିକ ଉନ୍ନତି ହେବ ବୋଲି ଉମାକାନ୍ତ ଦିଗାଳ,ଭାନୁ ନାୟକ,ରାଜେନ୍ଦର ନାୟକ,ଜଗନ୍ନାଥ ନାୟକ ପ୍ରମୁଖ ଦାବୀ କରୁଥିବା ବେଳେ ଏହି ଜାଗାରେ ରାତ୍ରୀ ଯାପନ ଗୃହ ଓ ବିକ୍ରି ନିମନ୍ତେ କିଛି ଦୋକାନ ଗୃହର ବ୍ୟବସ୍ଥା କରିବାକୁ ସରକାରଙ୍କ ପାଖରେ ଅନୁରୋଧ ରଖିଛନ୍ତି । କିନ୍ତୁ ଏହାକୁ ନେଇ ସରକାର ଓ ପ୍ରଶାସନ ପାଖରେ ଦାବୀ ରଖିଲେ ବି କିଏ କର୍ଣ୍ଣପାତ କରୁନଥିବ କହିଛନ୍ତି ଭାନୁ ନାୟକ ।


