କନ୍ଧମାଳରେ ସପ୍ତାହନ୍ତ ସଟ ଡାଉନ ଦୁଇଦିନ ବଢିଲା
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳରେ ସଟଡାଉନ ଅବଧି ଆଉ ୨ଦିନ ବଢ଼ିଲା। ଯଦ୍ୱାରା ଆସନ୍ତା ୨୭ ଓ ୨୮ ତାରିଖ ଜିଲ୍ଲା ସଟଡାଉନ ରହିବ ବୋଲି ଜଣାପଡ଼ିିଛି। ଶନିବାର ଓ ରବିବାର ସପ୍ତାହନ୍ତ ସଟଡାଉନ ବଳବତ୍ତର ରହିଥିବା ବେଳେ ଲଗାତାର ଶନିବାର ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଦୀର୍ଘ ୪ ଦିନ ଧରି ଜିଲ୍ଲା ସଟଡାଉନ ରହିବ ବୋଲି ସୂଚନା ମିଳିଛି। ଜିଲ୍ଲାରେ କରୋନା ସଂକ୍ରମଣ ବଢ଼ି ଚାଲିଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।


