ଯୁବତୀଙ୍କୁ ପ୍ରତାରଣା ପରେ ଗର୍ଭପାତ ବନ୍ଧା ହେଲେ ସମିତିସଭ୍ୟଙ୍କ ପୁଅ ଓ କ୍ୱାକ୍‌

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ଶାରିରୀକ ସମ୍ପର୍କ ରଖିବା ଓ ପରେ ପ୍ରତାରଣା କରିବା ଏବଂ ଗର୍ଭପାତ କରାଇବା ଅଭିଯୋଗରେ ୨ଜଣଙ୍କୁ ଗିରଫ କରିଛି ପୋଲିସ। ସେମାନେ ହେଲେ ଗ୍ରୀନବାଡ଼ି ସମିତିସଭ୍ୟଙ୍କ ପୁଅ ଆକାଶ ପ୍ରଧାନ ଓ ଗର୍ଭପାତ କରାଇଥିବା କ୍ୱାକ୍‌ ଅଶୋକ ସାହୁ। ଶ୍ରାନିକେତା ପଞ୍ଚାୟତ ସୁଗାନକେତା ଅଞ୍ଚଳର ଜଣେ ଯୁବତୀଙ୍କ ସହ ଆକାଶଙ୍କର ପରିଚୟ ହୋଇଥିଲା। ଯୁବତୀ ଜଣକ ଭୁବନେଶ୍ୱରରେ ରହି କୌଣସି ଏକ କମ୍ପାନୀରେ କାମ କରୁଥିଲେ। ଲକ୍‌ଡାଉନ ଯୋଗୁ କାମ ବନ୍ଦ ପରେ ଗତ ମାର୍ଚ୍ଚରେ ଘରକୁ ଆସିଥିଲେ। ବିବାହର ପ୍ରଲୋଭନ ଦେଖାଇ ଆକାଶ ତାଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ। ଯୁବତୀ ଜଣକ ଗର୍ଭବତୀ ହେବାପରେ ବାହାହେବାକୁ ଜିଦ୍‌ ଧରିଥିଲେ। ମାତ୍ର ଆକାଶ ବିବାହିତ ଓ ତାଙ୍କର ଏକ ସନ୍ତାନ ଥିବାରୁ ସେ ବାହା ହେବାକୁ ମନା କରିଥିଲେ। ପରେ ଯୁବତୀଙ୍କୁ ଜୋରଜବରଦସ୍ତ ଦାରିଙ୍ଗବାଡ଼ି ନେଇ କ୍ୱାକ୍‌ ଅଶୋକ ସାହୁଙ୍କ ଦ୍ୱାରା ଗର୍ଭପାତ କରାଇଥିଲେ। ଏନେଇ କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ। ଯୁବତୀ ଜଣକ ରବିବାର ଏନେଇ ଦାରିଙ୍ଗବାଡ଼ି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମାମଲା (ନଂ.୮୧/୨୦) ରୁଜୁ କରି ପୋଲିସ ତଦନ୍ତ ପରେ ଆକାଶ ଓ ଅଶୋକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି। ଦାରିଙ୍ଗବାଡି କୋର୍ଟରେ ପୀଡିତାଙ୍କ ବୟାନ ରେକର୍ଡ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ