କନ୍ଧମାଳର ବିଭିନ୍ନ ମଣ୍ଡିରେ ଧାନ ପଡିଛି: ମେଘପାଗ ଯୋଗୁଁ ଚିନ୍ତାରେ ଚାଷୀ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ଏବେ ଧାନ କିଣା ଚାଲିଛି। କନ୍ଧମାଳ ଜିଲ୍ଲା ର ୨୨ଟି ଧାନ ମଣ୍ଡିରେ ଏବେ ଚାଲିଛିଧାନ ସଂଗ୍ରହ । ଚାଷୀମଧ୍ଯ ନିଜ ପରିଶ୍ରମରେ ଜମିରୁ ଉତ୍ପାଦିତ ବଳକା ଧାନ ବିକ୍ରିକରିବା ଲାଗି ଧାନ ମଣ୍ଡିକୁ ଆଣୁଛନ୍ତି। ହେଲେ ସେଠାରେ ୩ ରୁ ୫ କେଜି ଧାନ କଟନିଛଟନି କରାଯାଉଛି। ସେହିପରି ମଣ୍ଡିରୁ ମିଲର ଧାନ ଉଠାଇବାରେ ବିଳମ୍ବ ହେଉଥିବା କାରଣରୁ ଚାଷୀ ଙ୍କୁ ମଣ୍ଡିରେ ଦିନ ଦିନ ଧରି ଅପେକ୍ଷା କରିବାକୁ ପଡୁଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଏପଟେ ଏବେ ୩ ଦିନ ହେଲାଣି ପାଗ ମେଘୁଆ ରହୁଛି ଫଳରେ ଧାନ ନଷ୍ଟ ହେବା ଆଶଙ୍କାରେ ଚାଷୀ ଛାନିଆ ହୋଇ ପଡିଛୁନ୍ତି। ଜିଲ୍ଲାରେ ଚଳିତ ବର୍ଷ ୧୨ଟି ବ୍ଲକରେ୨୨ଟି ମଣ୍ଡି ଖୋଲିଛି । ଚଳିତବର୍ଷ ଜିଲ୍ଲାରୁ ୫୮ ହଜାର ୩୪୫ କ୍ଵିଣ୍ଟାଲ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟଧାର୍ଯ୍ୟ ରହିଛି। ତେବେ ଏ ଯାଏ ଜିଲ୍ଲାରୁ ୩୫ ହଜାରରୁ ଉର୍ଦ୍ଧ୍ଵ କ୍ଵିଣ୍ଟାଲ ଧାନ ସଂଗୃହୀତ ହୋଇଥିବା ଜଣାପଡିଛି । ଜିଲ୍ଲାର ସୁଡ୍ରାଧାନମଣ୍ଡିରେ ସବୁଠାରୁ ଅଧିକ ୭ହଜାର କ୍ଵିଣ୍ଟା।ଲ ଧାନ ସଂଗୃହୀତ ହୋଇଥିବା ଜଣାପଡିଛି। ସେହିପରି ଜିଉଦୟଗିରି ଧାନ ମଣ୍ଡିରେ ଧାନ କ୍ରୟରେ ବିଳମ୍ଵ ହେଉଥିବା ଅଭିଯୋଗ ହେଉଥିବାବେଳେ ଫୁଲବାଣୀ ଖଜୁରୀପଡ଼ା ସମେତ ଅନ୍ୟାନ୍ୟ ମଣ୍ଡିରେ ଧାନ କିଣା ସୁରୁଖୁରୁରେ ଚାଲିଥିବା ଜଣାପଡିଛି।ଧାନ କିଣା ଆସନ୍ତା ମାର୍ଚ ୩୧ ଯାଏ ଚାଲିବ ବୋଲି ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ