କାଶୀନଗରରେ ୬୯ ତମ ଗୋ ସମ୍ବର୍ଧନା ଦିବସ ପାଳିତ
କାଶୀନଗର,(ରାଜେଶ କୁମାର ପଟ୍ଟନାୟକ): ଗଜପତି ଜିଲ୍ଲା କାଶୀନଗର ବ୍ଲକର ପଶୁ ଚିକିତ୍ସାଳୟ ପରିସରରେ ୬୯ ତମ ଗୋ ସମ୍ବର୍ଧନା ଦିବସ ସମାପନ ଦିବସ ପାଳିତ ହୋଇଯାଇଛି | ପ୍ରାତଃ କାଳରେ ଗୋ ପୂଜନ କାର୍ଯ୍ୟ ସମାପନ ହୋଇଥିଲା ଏହି ଉତ୍ସବରେ ବ୍ଲକ ଭେଟେ ନାରୀ ଅଫିସର ଡାକ୍ତର ବାଣୀ କାନ୍ତ ଖଟୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ ଅଦକ୍ଷ ଚିତ୍ରି ସୀମାଦ୍ରୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ | ସମ୍ମାନିତ ଅତିଥି ଏନ.ଏ.ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଡାକ୍ତର ସତ୍ୟ ସଂପୂର୍ଣ୍ଣା ରାଉତ,ଡେପୁଟି ଡ଼ାଇରେକ୍ଟର ଡାକ୍ତର ବାମୁଣୀ ଉଦୟକାନ୍ତ, ଗୋ ମଙ୍ଗଳ ସମିତି ଜିଲ୍ଲା ସଭାପତି ହୃଷିକେଶ ଗୌଡ଼, ପ୍ରମୁଖ ଯୋଗ ଦେଇଥିଲେ | ଗୋ ଚାଷୀ ମାନଙ୍କୁ ଗୋ ଖାଦ୍ୟ ବଣ୍ଟନ କରାଯାଇଥିଲା | ଗୋ ସମ୍ବର୍ଧନା ଦିବସରେ ଚଷିୟ ଗୋକୁଳ ମିଶନ ତରଫରୁ କୃତିମ ପ୍ରଜ୍ୱଳନ ମାଗଣାରେ ଚିକିତ୍ସା ସେବା ଗାଈ ପାଳନ, କୁକୁଡ଼ା ପାଳନ, କୁଣ୍ଡା ବଣ୍ଟନ ଆଦି କାର୍ଯ୍ୟ ବିଭାଗ ଦ୍ୱାରା କରାଯାଇଥିବା ପ୍ରକାଶ କରାଯାଇଛି | ଡାକ୍ତର ଲିପିକା ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ | ଏହି ଉତ୍ସବରେ ବହୁ ଚାଷୀଙ୍କ ସମେତ ପଶୁ ବିଭାଗର ବୋହୁ କର୍ମଚାରୀ ଉପସ୍ଥିତ ଥିଲେ |


