କନ୍ଧମାଳ ଜିଏ ନଏମ ଛାତ୍ରୀ ପାଳିଲେ ବିଶ୍ଵସେବୀକା ଦିବସ

ଫୁଲବାଣୀ, (ସୁନୀଲ କୁମାର ବେହେରା):ସାରାବିଶ୍ୱ ପାଳିଛି ଆନ୍ତର୍ଜାତୀୟ ନସିଂ ଦିବସ ବା ବିଶ୍ଵ ସେବୀକା ଦିବସ । ଏହି ଅବସରରେ ଖଜୁରୀପଡା ବ୍ଲକ ଅନ୍ତର୍ଗତ ଗୁଡ଼ରୀ ସାହି ସ୍ଥିତ କନ୍ଧମାଳ ଜିଏନଏମକଲେଜ ନସିଂ ଛାତ୍ରଛାତ୍ରୀ ଓ ଶିକ୍ଷୟତ୍ରୀ ପାଳିଲେ ଆନ୍ତର୍ଜାତୀୟ ନସିଂ ଦିବସ, Iଏହି ଅବସରରେ ମୁଖ୍ୟଅତିଥି ଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର,,ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ତହସିଲଦାର ବିଜୟ ପ୍ରଧାନ, ଡିପିଏମ ମନୋରଞ୍ଜନ ସାହୁ,ବରିଷ୍ଠ ସାମ୍ବାଦିକ ଜିଲ୍ଲା ପ୍ରେସ କ୍ଲବ ସଭାପତି ତଥା ରୋଟାରିଆନ ସୁନୀଲ ପଟନାୟକ, ଖଜୁରୀପଡ଼ା ବ୍ଳକ ଅଧ୍ୟକ୍ଷା ଅନୀମା କହଁର, ଏ ଏନଏମ ଟ୍ରେନିଙ୍ଗସେଣ୍ଟେର ଦାୟୀତ୍ଵରେ ଥିବା ଅଧକ୍ଷାସଂଘମିତ୍ରା ସିଂହ, , ନିର୍ଦ୍ଦେଶକ କନ୍ଧମାଳ ଜିଏନଏମ କଲେଜ ଅଜିତ ଦାସ, ବରିଷ୍ଠ ସାମ୍ବାଦିକ ତଥା ସ୍ୱଚ୍ଛାସେବୀ, ଜହନଆମ୍ବୁଲାନ୍ସ ଯୁଗ୍ମ ସମ୍ପାଦକ ପ୍ରଶାନ୍ତ ବେହେରା ପ୍ରମୁଖ ଯୋଗ ଦେଇ ସେବୀକା ମାନଙ୍କର ରୋଗୀମାନଙ୍କ ପ୍ରତି ଥିବାକର୍ତ୍ତବ୍ଯ ପ୍ରତି ସଚେତନ ରହିବା ଉପରେ ଗୁରୁତ୍ଵ ଦେଇଥିଲେ । ସେହିପରି ପର ଆପଣ। ନ ଭାବି ସମସ୍ତ ରୋଗୀଙ୍କୁସମାନ ଭାବରେ ନିଷ୍ଠା, ଓ ଆନ୍ତରିକତାର ସହ ସେବା କରିବା ସେବାକା ବା ନର୍ସର କାର୍ଯ୍ୟ ବୋଲି କହିଥିଲେ । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସେବିକା ମାନଙ୍କ ତ୍ୟାଗ ମହତ୍ଵପୂର୍ଣ୍ଣ ବୋଲି କହିଥିଲେ l କନ୍ଧମାଳ ଜିଏନଏମ ର ବରିଷ୍ଠ ପ୍ରଶାସନିକ ଅଧିକାରୀ ସନ୍ତୋଷ କୁମାର ମିଶ୍ର ଅତିଥି ପରିଚୟ ପ୍ରଦାନ କରିବା ସଭା ପରିଚାଳନା କରିଥିଲେ l ଏହି ଅବସରରେ ସ୍ଥାନୀୟ ସରପଞ୍ଚ, ଅବିଭାବକ, ଅବିଭାବିକା, ଗ୍ରାମବାସୀ ଙ୍କ ସମେତ ଜି ଏନଏମ କଲେଜର ସମସ୍ତ ଛାତ୍ରଛାତ୍ରୀ ଅଭିଭାବକ, କଲେଜର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଅନୁଷ୍ଠାନ ର କୃତି ଛାତ୍ର ଛାତ୍ରୀ ଙ୍କୁ ଏହି ଅବସର ରେ ପୁରସ୍କୃତ କରାଯାଇଥିଲା l ଶେଷରେ ଅନୁଷ୍ଠାନ ର ଛାତ୍ରୀ ଛାତ୍ର ମାନେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟ କ୍ରମ ମାନ ପରିବେଷଣ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ