କନ୍ଧମାଳ ଜିଲ୍ଲାସ୍ତରୀୟ ଯୁବ ରେଡକ୍ରସ ପାଠ୍ୟ ସହ ତାଲିମ୍ ଶିବିର ଉଦଯାପିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ପରିସରରେ କନ୍ଧମାଳ ଜିଲ୍ଲାସ୍ତରୀୟ ଯୁବ ରେଡକ୍ରସ୍ ପାଠ୍ୟ ସହ ତାଲିମ୍ ଶିବିର ଉଦଯାପିତ ହୋଇଯାଇଛି। ତ୍ରିଦିବସୀୟ ଶିବିରର ଉଦଘାଟନ ସମାରୋହରେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଥିଲେ ଅବସରପ୍ରାପ୍ତ ଇତିହାସ ପ୍ରାଧ୍ୟାପକ ପ୍ରତ୍ୟୁଷ ରଞ୍ଜନ ଶତପଥୀ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି ଜିଲ୍ଲା ସଂଯୋଜକ ଡ଼ ବିଭୂତିଭୂଷଣ ଆଚାର୍ଯ୍ୟ ସମ୍ମାନିତ ଅତିଥି ଏନ୍ଏସି ଚେୟାରମେନ ଗୋବିନ୍ଦଚନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ। ରେଡକ୍ରସ୍ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ପ୍ରାଞ୍ଜଳ ଭାବେ ବର୍ଣ୍ଣନା କରାଯିବା ସହ ଟବାକୋ ଫ୍ରି କ୍ୟାମ୍ପ, ଏଚ୍ଆଇଭି, ଏଡ଼ସ, ଫାୟାର ଫାଇଟିଙ୍ଗ, ଜଙ୍ଗଲ ସୁରକ୍ଷା, ସ୍ଵେଚ୍ଛାସେବୀ ମନୋଭାବ ପୋଷଣ, ନେତୃତ୍ୱ ବିକାଶ, ପ୍ରାଥମିକ ସ୍ବାସ୍ଥ୍ୟ ଉପଚାର, ସଡ଼କ ସୁରକ୍ଷା, ଏବଂ ରକ୍ତଦାନ ଶିବିର ଆୟୋଜନ ଆଲୋଚନା ବିଷୟ ବିଶାରଦଙ୍କ ଦ୍ଵାରା କରା ଯାଇଥିଲା। ତର୍କ, ପ୍ରବନ୍ଧ, ଚିତ୍ରକଳା, କଣ୍ଠ, ସଙ୍ଗୀତ ଗାନ ଏକକ ନୃତ୍ୟ ପରିବେଷଣ ଦଳଗତ ନୃତ୍ୟ ପରିବେଷଣ କ୍ଵିଜ୍ ପ୍ରତିଯୋଗିତା ମଧ୍ୟ ଆୟୋଜନ ହୋଇଥିଲା। ଆଇନ ସଚେତନତା କର୍ମଶାଳାରେ ବିଚାରପତି ମାନେ ଯୋଗ ଦେଇ ଉଦବୋଧନ ଦେଇଥିଲେ । ଉଦଯାପନୀ ଉତ୍ସବରେ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼ ମଧୁସୂଦନ ମହାପାତ୍ର, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ପ୍ରତ୍ୟୁଷ ରଞ୍ଜନ ଶତପଥୀ, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ସୁରେଶ କୁମାର ଦାଶ, ଜିଲ୍ଲା ସଂଯୋଜକ ଡ଼.ବିଭୂତି ଭୂଷଣ ଆଚାର୍ଯ୍ୟ, ପ୍ରାଧ୍ୟାପକ ଲଲାଟେନ୍ଦୁ ଦଳପତି, କାଉନସେଲର ଦଣ୍ଡପାଣି ଭୂୟାଁ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ ସହ ନେତାଜୀ ସୁଭାଷ ବୋଷ ଙ୍କ ଜୀବନାଦର୍ଶ ବର୍ଣ୍ଣନା ସହ ବିଭିନ୍ନ ମହାବିଦ୍ୟାଳୟ ର ଶ୍ରେଷ୍ଠ ଦଶ ଜଣ ସ୍ଵେଚ୍ଛାସେବୀ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ସେମାନେ ଆସନ୍ତା ରାଜ୍ୟ ଶିବିରରେ ଅଂଶଗ୍ରହଣ କରିବେ । କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ପକ୍ଷରୁ ସମସ୍ତ ଶିବିରାର୍ଥୀଙ୍କ ସକାଶେ ଟି ସାର୍ଟ ର ବ୍ୟବସ୍ଥା କରାଯାଇଥିଲା।ଶିବିରାର୍ଥୀମାନେ ସକାଳେ ବନବାସୀ ପଲ୍ଲୀରେ ଥିବା ବନବାସୀ ସେବା ସମିତିର ବିବିଧ କାର୍ଯ୍ୟକ୍ରମ ଦିବ୍ୟାଙ୍ଗ ବିଦ୍ୟାଳୟ ଜରାନିବାସ ବୁଲି ଶ୍ରମଦାନ କରିଥିଲେ।ଶେଷରେ ରାଜ୍ୟ ଯୁବ ରେଡକ୍ରସ୍ ଅଧିକାରୀ ଡ଼ ରମେଶଚନ୍ଦ୍ର ବେହେରା ଦୁଇ ଦିନ ଧରି ସେବାମୂଳକ କାର୍ଯ୍ୟ କରିବାକୁ ଶିବିରାର୍ଥୀଙ୍କୁ ଅନୁରୋଧ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ