ନେତାଜୀ ସୁଭାଷ ଓ ବୀର ସୁରେନ୍ଦ୍ର ସାଏ ଥିଲେ ମୁକ୍ତି ସଂଗ୍ରାମର ଅବିସ୍ମରଣୀୟ ଯୋଦ୍ଧା ତଥା ମହାନ୍ ଦେଶଭକ୍ତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷ।। ଅଭିଯାନ ତରଫରୁ ଭାରତ ସ୍ୱାଧୀନତା ସଂଗ୍ରାମର ମହାନ୍ ଦେଶଭକ୍ତ, ଅବିସ୍ମରଣୀୟ ଯୋଦ୍ଧା, ଅଦ୍ୱିତୀୟ ବୀର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଜୟନ୍ତୀ ଓ ବୀର ସୁରେନ୍ଦ୍ର ସାଏଙ୍କ ୨୧୪ତମ ଜୟନ୍ତୀ ସ୍ଥାନୀୟ ପ୍ରତିମୂର୍ତ୍ତିଠରେ ପୁଷ୍ପମାଲ୍ୟ ଅର୍ପଣ ସହ ଏକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଭିଯାନର ଅଧ୍ୟକ୍ଷ, ବରିଷ୍ଠ ସାମ୍ବାଦିକ, ବାଗ୍ମୀ ପ୍ରଦ୍ୟୁମ୍ନ ଶତପଥୀ ସ୍ମୃତିଚାରଣ ପୂର୍ବକ ମତବ୍ୟକ୍ତ କରିଥିଲେ ଯେ, ଦୁଇ ସ୍ୱାଧୀନତା ସଂଗ୍ରାମୀଙ୍କ ନିଷ୍ଠା, ଦେଶଭକ୍ତିର ପଟ୍ଟାନ୍ତର ନାହିଁ । ଇଂରେଜମାନଙ୍କ ବିରୋଧରେ ବୀର ସୁରେନ୍ଦ୍ର ସାଏଙ୍କ ବୀରତ୍ୱ, ରଣକୌଶଳ ତଥା ସଂଗ୍ରାମୀ ଜୀବନର ଆଜି ବି ପ୍ରାସଙ୍ଗିକତା ରହିଛି । ସମସ୍ତ ବୀରଙ୍କୁ ଏକାଠି କରି ପାଇକ ସଂଗ୍ରାମର ନେତୃତ୍ୱ ନେବା ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଥିଲା । ସେହିପରି ନେତାଜୀଙ୍କ ସ୍ଲୋଗାନ୍ “ତୁମେ ମତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି” ଉକ୍ତିଟି ପ୍ରତ୍ୟେକ ଭାରତୀୟଙ୍କ ମନ ଓ ଶରୀରରେ ଶିହରଣ ସୃଷ୍ଟି କରିଥିଲା । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବିଧାୟକ ପ୍ରଫୁଲ୍ଲ ସାମଲ, ମେୟର ସୁଲୋଚନା ଦାସ, ସରକାରଙ୍କ ଅନୁସଚିବ ଲକ୍ଷ୍ମୀଧର ବେହେରା, ପ୍ରବୀର ମହାନ୍ତି, ସଞ୍ଜୟ ପରିଡ଼ା, କର୍ଣ୍ଣେଲ ଦେବରାଜ ଲେଙ୍କା, ସଂଯୁକ୍ତା ମହାନ୍ତି ଉପସ୍ଥିତ ରହି ସ୍ମୃତିଚାରଣ କରିଥିଲେ । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ରମେଶ ଚନ୍ଦ୍ର ପାତାଳସିଂହ, ବ୍ରଜବନ୍ଧୁ ପରିଡ଼ା, ରୋହିତ କୁମାର ପ୍ରମୁଖ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ